ଜନଜାତିଙ୍କ ପାଇଁ ସବୁ ରାଜ୍ୟ ଏବଂ କେନ୍ଦ୍ରର ରହିବ ଗୋଟିଏ ଏଜେଣ୍ଡା, ୩୧ ସଦସ୍ୟ ଦେଇଛନ୍ତି ପ୍ରସ୍ତାବ

Published By : Prameya-News7 Bureau | August 30, 2025 IST

ଭୁବନେଶ୍ବର ୩୦।୮: ଅନୁସୂଚିତ ଜାତି ଓ ଜନଜାତି ଜାତୀୟ ସମ୍ମିଳନୀରେ ଜନଜାତିଙ୍କ ପାଇଁ ପ୍ରସ୍ତୁତ ହେଲା ରୋଡ୍ ମ୍ୟାପ୍ ।  ସଂସଦୀୟ ସମିତି ପ୍ରସ୍ତୁତ କଲା ଏଜେଣ୍ଡା ୨୦୨୫ । ଏଥିରେ ଥିବା ପ୍ରସ୍ତାବକୁ ନେଇ ସରକାର ପ୍ରସ୍ତୁତ କରିବେ ସ୍ବତନ୍ତ୍ର ଆଇନ । ଏ ନେଇ ଘୋଷଣା କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ଏଥିପାଇଁ କର୍ମଶାଳାରେ ୩୧ ଜଣ ସଦସ୍ୟ ନିଜର ପ୍ରସ୍ତାବ ଦେଇଛନ୍ତି । ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି ଏଜେଣ୍ଡା ୨୦୨୫ ଭୁବନେଶ୍ବରକୁ ବ୍ୟାପକ ରୂପରେଖ ଦେବାକୁ ଯୋଜନା ହୋଇଥିବା କହିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । 

ସେ ଆହୁରି ବି କହିଛନ୍ତି ଯେ,  ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ସମାନତା ଓ ନ୍ୟାୟ ପାଇଁ ସଂସଦୀୟ ସମିତି ମିଳିମିଶି କାମ କରୁଛି । ରାଜ୍ୟ ଓ କେନ୍ଦ୍ରର ସମାନ ଏଜେଣ୍ଡା ନେଇ କାମ ହେଉଛି । ଫଳରେ ସଂସଦୀୟ ସମିତିରେ ଯେଉଁ ଯୋଜନା ଲାଗୁ କରାଯାଇଛି ଏଥିରେ କେତେ ସାମାଜିକ ଓ ଆର୍ଥିକ ସ୍ତରରେ ଉନ୍ନତି ହେଉଛି ତାର ମଧ୍ୟ ନିରୀକ୍ଷଣ କରିବା ସହ ଯୋଜନା ତିଆରି ସୁବିଧା ହେଉଛି । ରାଜ୍ୟ ଏବଂ କେନ୍ଦ୍ର ସରକାରରେ ୭୦ରୁ ୮୦ ପ୍ରତିଶତ ସଂସଦୀୟ ସମିତି ପ୍ରସ୍ତାବକୁ କାର୍ଯ୍ୟକାରୀ ହେଉଛି ବୋଲି କହିଛନ୍ତି ଲୋକସଭା ବାଚସ୍ପତି । 

ସେପଟେ ଲୋକସେବା ଭବନ କନଭେନସନ ହଲ୍‌ରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଅନୁସୂଚିତ ଜାତି ଜନଜାତି କର୍ମଶାଳା ଉଦଯାପନ ହୋଇଛି । ଯେଉଁଥିରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଅନୁସୂଚିତ ଜାତି ଜନଜାତି ସଂସଦୀୟ କମିଟିର ଅଧ୍ୟକ୍ଷ ଫଗନ ସିଂ କୁଲସ୍ତେ ଉପସ୍ଥିତ ଥିଲେ । ପ୍ରାୟ ୧୪ଟି ସଂସଦୀୟ କମିଟିର ଅଧ୍ୟକ୍ଷ ଏବଂ ୮ଟି ସଂସଦୀୟ କମିଟିର ସଦସ୍ୟଙ୍କ ସହ ଶତାଧିକ ଡେ଼ଲିଗେସନ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଦୁଇ ଦିନ ଧରି ଅନୁସୂଚିତ ଜାତି ଜନଜାତିଙ୍କ ବିକାଶ ଏବଂ କଲ୍ୟାଣ ପାଇଁ ହୋଇଛି ମାନସ ମନ୍ଥନ । 


You Can Read:

ଅକ୍ଟୋବର ୪ ଓ ୫ ତାରିଖରେ ହେବ ପୋଲିସ SI ପରୀକ୍ଷା, ସେପ୍ଟେମ୍ବର ୨୦ ପରଠୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.