ଯାଜପୁର ୧୯।୬: ଯାଜପୁର ଜିଲ୍ଲା ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଆସନ୍ତା ୨୪ ତାରିଖ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୫ରୁ ଖୋଲିବ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର । ଏହି ସମୟରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ପରିମଳ ବ୍ୟବସ୍ଥା ଉପରେ ନଜର ଦେବେ । ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଡିସ୍ଇନ୍ଫେକ୍ସନ କରାଯିବା ସହ ମଧ୍ୟାହ୍ନ ଭୋଜନ ଓ ପାଣି ଉପରେ ଅଧିକ ଗୁରୁତ୍ବ ଦେବେ । ଏହାସହ ସ୍କୁଲ ମାନଙ୍କରେ ସାନିଟାରୀ କରିବା ସହ ସମସ୍ତ ସ୍କୁଲକୁ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ରେଡ୍ଡୀ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।
ସେପଟେ ଜିଲ୍ଲାରେ ଏବେ ସୁଦ୍ଧା ୧୫୮ ଜଣ ବିଭିନ୍ନ ଚିକିତ୍ସାଳୟ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ଆକ୍ରାନ୍ତ ହୋଇଥିବା ରୋଗୀ । ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଥିବା ବେଳେ ୧୬ ଜଣ କଲେରା ପଜିଟିଭି ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ଭାବେ ୩ ରୋଗୀ ଚିକିତ୍ସିତ ପାଇଁ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଭୋଜି ଓ ପାନୀୟ ଜଳ ଲାଗି ଏହା ସଂକ୍ରମିତ ହୋଇଥିବା ବେଳେ ଜିଲ୍ଲାରେ ବେଆଇନ ଭାବେ ଚାଲୁଥିବା ପାଣି କାରଖାନା ଓ ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ଯାଜପୁର ଗସ୍ତରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସେ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହାପରେ ସିଡିଏମଓଙ୍କ ସଭାଗୃହରେ ଜିଲ୍ଲାପାଳ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ମହାରାଜା ଯଯାତି କେଶରୀ ମେଡିକାଲ ପ୍ରିନ୍ସିପାଲ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
You Can Read:
ମାରଣାସ୍ତ୍ର ଦେଖାଇ ଯୋଗ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଜୀବନରୁ ମାରିଦେବାକୁ ମିଳିଥିଲା ଧମକ