ସିକ୍ରେଟ୍ ସଂପର୍କର ସାଂଘାତିକ ସ୍ଥିତି, ‘ଲିଭ୍ ଇନ ପାର୍ଟନର’ର ମୁଣ୍ଡ କାଟି ଫିଙ୍ଗିଦେଲା ପ୍ରେମିକ

NEWS7
all-ministers-with-chief-minister-declared-their-property

ଲକ୍ଷ୍ନୌ: ଲିଭ୍ ଇନ ରିଲେସନସିପ୍ର କରୁଣ ଅନ୍ତ । ଆଉ କେଉଁଠି ବାହା ହେବ ବୋଲି ଲିଭ୍ ଇନ ପାର୍ଟନରଙ୍କ ମୁଣ୍ଡ କାଟି ଜଙ୍ଗଲରେ ପିଙ୍ଗିଦେଲା ପ୍ରେମିକ । ଉତ୍ତର ପ୍ରଦେଶର ଜଣେ ଟ୍ୟାକ୍ସି ଡ୍ରାଇଭର ବିଲାଲ, ନିଜ ପ୍ରେମିକାଙ୍କୁ ହତ୍ୟା କରି ଧରାପଡ଼ିଛି । ୩୦ ବର୍ଷୀୟ ଉମାଙ୍କ ଜୀବନ ନେଇଛି ବିଲାଲ । ବିଲାଲ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ନିଜ ପ୍ରେମିକାଙ୍କୁ ହତ୍ୟା କରିଛି ବୋଲି ପୋଲିସ କହିଛି ।

ଉମାଙ୍କ ମୁଣ୍ଡ ବିହୀନ ମୃତଦେହ ହରିୟାଣାର କାଲେସାର ଜାତୀୟ ଉଦ୍ୟାନ ପାଖରୁ ଉଦ୍ଧାର ହୋଇଛି । ରବିବାର ଶବ ଉଦ୍ଧାର ହେବା ପରେ ଦୁଇ ରାଜ୍ୟର ପୋଲିସ ଘଟଣାର ତଦନ୍ତ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ, ଡିସେମ୍ବର ୬ରେ ବିଲାଲ, ଉମାଙ୍କୁ କାରରେ ହରିୟାଣା ନେଇ ଯାଇଥିଲା । ତାପରେ ସେ ତାଙ୍କୁ କାଲେସାର ଜଙ୍ଗଲ ପାଖକୁ ନେଇଥିଲା। ସେଠାରେ ଉମାଙ୍କୁ ଅତି ନର୍ମମ ଭାବରେ ହତ୍ୟା କରିଥିଲା ବିଲାଲ । ଉମାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା । ହତ୍ୟା କରିବା ପରେ ଉତ୍ତର ପ୍ରଦେଶ ଫେରି ଆସିଥିଲା ବିଲାଲ ।

ବିଲାଲକୁ ପୋଲିସ ଗିରଫ ପରିବା ପରେ ଘଟଣାସ୍ଥଳକୁ ନେଇଥିଲା । ଉମାକୁ କେମିତି ହତ୍ୟା କରିଥିଲା ସେନେଇ ସେ କହିଛି । ତେବେ ହତ୍ୟା କରିବାକୁ ଯେଉଁ ମାରଣାସ୍ତ୍ର ବିଲାଲ ବ୍ୟବହାର କରିଥିଲା, ତାହା ପୋଲିସ ହାତରେ ଲାଗିନାହିଁ । ସେପଟେ ପୋଲିସର ସୂଚନା ଅନୁସାରେ, ଉମାଙ୍କର ୧୩ ବର୍ଷର ପୁଅ ଅଛି । ପାରିବାରିକ ବିବାଦ ପରେ ଉମା ଏକାକୀ ଶାହରଣପୁରରେ ରହୁଥିଲେ । ଏହା ପରେ ବିଲାଲ ସହ ତାଙ୍କର ସାକ୍ଷାତ ହୋଇଥିଲା ଏବଂ ଦୁହେଁ ପ୍ରାୟ ୨ ବର୍ଷ ହେଲା ଲିଭ୍ ଇନରେ ରହୁଥିଲେ । ବିଲାଲ ଉମାଙ୍କ ସମସ୍ତ ଖର୍ଚ୍ଚ ବହନ କରୁଥିଲା କିନ୍ତୁ ଏନେଇ ତା ପରିବାର ଜାଣିନଥିଲେ ।

ସେପଟେ ବିଲାଲ ବାହା ଘର ଠିକ୍ ହୋଇଥିଲା । ତେଣୁ ସେ ଉମାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଉମାଙ୍କ ପରିବାର ଅନୁସାରେ, ୧୫ ବର୍ଷ ପୂର୍ବରୁ ସେ ବିବାହର ଗୋଟିଏ ଦିନ ପୂର୍ବରୁ ନିଜ ପ୍ରେମିକଙ୍କ ସହ ଘରୁ ପଳାଇଥିଲେ । କିଛି ଦିନ ଗଲା ପରେ ତାଙ୍କୁ ବିବାହ କରିଥିଲେ ଉମା । ପ୍ରାୟ ୨ ବର୍ଷ ହେବ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ସେ ଏକାକୀ ରହୁଥିଲେ । ଏହି ସମୟରେ ସେ ନିଜ ପୁଅକୁ ପାଖରେ ରଖିବାକୁ ମନା କରିଦେଇଥିଲେ । ବିଲାଲ ପୂର୍ବରୁ ଉମା ପ୍ରେମ ବିବାହ କରିଥିଲେ ବୋଲି ତାଙ୍କ ପରିବାର ପାଖରୁ ମିଳିଥିବା ସୂଚନାରୁ ସ୍ପଷ୍ଟ ହୋଇଛି ।

ଉମାଙ୍କ ପୁଅ କହିଛି ଯେ, ‘ମା ୧୫ ଦିନ ପୂର୍ବରୁ ମୋତେ ଦେଖିବାକୁ ଆସିଥିଲା, ମୋ ପାଇଁ କିଛି ପୋଷାକ ଆଣିଥିଲା । କିନ୍ତୁ ଯେତେ କହିଲେ ବି ମୋ ସହ ରହିବାକୁ ମନା କରିଥିଲା ।’ ପୋଲିସ ବିଲାଲକୁ ଗିରଫ କରି ତଦନ୍ତ ଜାରି ରଖିଛି । ଫରେନ୍ସିକ୍ ଯାଞ୍ଚ ଜାରି ରହିଥିବା ବେଳେ ଆହୁରି କିଛି ତଥ୍ୟ ମିଳିପାରେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।