ଜେଲ୍‌ରେ ହାଇ ସିକ୍ୟୁରିଟି ବ୍ଲକ୍‌ରେ ରହୁଥିଲା, ମାରିଦେଲେ କି ଶ୍ବଶୁର ଘର ?

NEWS7
all-eligible-farmers-in-odisha-will-get-pm-kisan-subsidy-money-says-dharmendra-pradhan

ବଲାଙ୍ଗିର ୧୪।୩: ଦିନେ ସ୍ତ୍ରୀକୁ ମାରିଥିଲେ, ଆଜି ନିଜ ଜୀବନ ଚାଲିଗଲା । ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିଲେ ପତ୍ନୀହନ୍ତା । ହେଲେ କେମିତି ହେଲା ମୃତ୍ୟୁ ? ଜେଲ୍ କର୍ତ୍ତୃପକ୍ଷ କହୁଛନ୍ତି ଆତ୍ମହତ୍ୟା । ସେପଟେ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଶ୍ବଶୁର ଘର ଲୋକ ମିଶି ମାରିଦେଇଛନ୍ତି ବୋଲି କହୁଛନ୍ତି ମୃତକଙ୍କ ପରିବାର । ହେଲେ ଜେଲ୍ ଭିତରେ ଏହା ସମ୍ଭବ କି ? ଏଭଳି ଅଭିଯୋଗ ପରେ ଏବେ ସନ୍ଦେହ ଘେରକୁ ଆସିଛି ଜେଲ୍ ।

ଏ ଖବର ବି ପଢ଼ନ୍ତୁ:- ଚାରିଦିନ ହେଲା ଉପଦ୍ରବ କରୁଥିଲା, ମକା କିଆରୀରୁ ମିଳିଲା ମୃତଦେହ

ବଲାଙ୍ଗିର ଜେଲ୍ ଭିତରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । କଏଦୀ ଜଣକ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ କୁଶଙ୍ଗ ଗାଁର ଭୀଷ୍ମଦେବ ସାହୁ ଓରଫ ଗୋପାଳ । ଗତ ୨୦୨୧ ମସିହାରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିଲେ । ବର୍ଷେ ତଳେ ଭୀଷ୍ମଦେବକୁ କୋର୍ଟ ଅଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଶନିବାର ଜେଲ୍ କର୍ତ୍ତୃପକ୍ଷ ଝୁଲନ୍ତା ଅବସ୍ଥାରେ ଭୀଷ୍ମଦେବଙ୍କ ଶବ ଉଦ୍ଧାର କରିଥିଲେ । ପରେ ଭୀମଭୋଇ ମେଡିକାଲ କଲେଜରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ସେପଟେ ଭୀଷ୍ମଦେବଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- କଟକ JMFC କୋର୍ଟ ପରିସରରେ ସ୍ୱତନ୍ତ୍ର କାଉଣ୍ଟର, ରିହାତିରେ ଚାଲାଣ ଭରୁଛନ୍ତି ୪ ଜିଲ୍ଲାବାସୀ

ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଜେଲ୍ରେ ଆଜୀବନ ସଜା କାଟୁଥିଲା ୩୭ ବର୍ଷ ବୟସ୍କ ଭୀଷ୍ମଦେବ ସାହୁ । ଫାଷ୍ଟ ଏଡିଜେ କୋର୍ଟରେ Convicted ହୋଇଥିଲେ । ୨୦୨୧ ମସିହା ଜୁନ୍ ୯ ତାରିଖରେ ଗିରଫ ହୋଇଥିଲେ । ୨୦୨୩ ମସିହା ନଭେମ୍ବର ୨୯ ତାରିଖରେ ଆଜୀବନ କାରାଦଣ୍ଡରେ ସଜା ହୋଇଥିଲା । ୩୦୨, ୪୯୮ରେ ଦଫା ଲାଗିଥିଲା । ସ୍ତ୍ରୀକୁ ମାରି ଜେଲରେ ସଜା କାଟୁଥିଲା । ତେଣୁ ହାଇ ସିକ୍ୟୁରିଟି ବ୍ଲକ ୧ ରେ ରହୁଥିଲା । ଶନିବାର ଭୋରରି ଓ୍ବାଲ୍ ଫ୍ୟାନ୍ କ୍ଲାମ୍ପ୍ରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି ବୋଲି ବଲାଙ୍ଗିର ଜେଲ୍ ସୁପରିଟେଣ୍ଡେଣ୍ଟ ଉମାଶଙ୍କର ମାଝୀ ସୂଚନା ଦେଇଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ଆହାର କେନ୍ଦ୍ରରେ ଗ୍ୟାସ୍ ପାହାର, ଏବେ ଖାଦ୍ୟ ଯୋଗାଇବା ହେଲାଣି ମୁସ୍କିଲ

ସେପଟେ ଆତ୍ମହତ୍ୟା ଉପରେ ପ୍ରଶ୍ନ ଉଠାଇଛନ୍ତି ପରିବାରଲଲୋକ । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । କାରଣ ମୃତ ଗୋପାଳଙ୍କ ଶ୍ବଶୁର ଘର ଲୋକ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଆସୁଥିଲେ । ଏଥିରେ ତାଙ୍କ ହାତ ଥିବା ସହ ଜେଲ୍ କର୍ମଚାରୀ ସଂପୃକ୍ତ ଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ତେବେ ଏହି ଘଟଣାକୁ ନେଇ ପୋଲିସ ଛାନଭିନ ଆରମ୍ଭ କରିଛି ।