ରାଜ୍ୟର ସବୁ ଅଙ୍ଗନବାଡ଼ିର ନିଜସ୍ୱ ଘର ନିର୍ମାଣ ହେବ, ଅଧିକ ସଶକ୍ତ କରିବାକୁ ସରକାର ଆଣିଲେ ସ୍ୱତନ୍ତ୍ର ଆପ୍

Published By : Prameya-News7 Bureau | July 30, 2025 IST

ଭୁବନେଶ୍ବର ୩୦।୭: ଲୋକସେବା ଭବନ ସମ୍ମେଳନ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନଙ୍କ ପାଇଁ ଆରମ୍ଭ ହୋଇଛି ଦକ୍ଷତା ବିକାଶ କର୍ମଶାଳା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ମଧ୍ୟ ଉପସ୍ଥିତ ଅଛନ୍ତି । 

ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅପପୃଷ୍ଟିରେ ଜାତୀୟ ହାରଠୁ ଆଗରେ ଥିଲେ ବି ଓଡ଼ିଶା ଭଳି ରାଜ୍ୟରେ ଅପପୃଷ୍ଟି ରହିବା ଆମ ପାଇଁ ଶୁଭଙ୍କର ନୁହେଁ । କେବଳ ଇଣ୍ଟର ଲିଙ୍କ ନହୋଇ ପାରିବା ଏହାର ମୁଖ୍ୟ କାରଣ । ବିକଶିତ ଓଡ଼ିଶା ଗଠନ ଦିଗରେ ଏହାକୁ ଗୁରୁତ୍ୱ ଦେବା ଆବଶ୍ୟକ ।   ଓଡ଼ିଶାକୁ ଏକ ସକ୍ରିୟ ଅପପୃଷ୍ଟି ମୁକ୍ତ ରାଜ୍ୟ ଭାବେ ଗଢିବାକୁ ହେଲେ ସିଡିପିଓ ମାନଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ । ସ୍ଵଚ୍ଛତାର ସହ କାର୍ଯ୍ୟ କରିବା ସହ ଫିଲିଡ଼ ଭିଜିଟି ବା ପ୍ରବାସ କରିବାକୁ ପଡ଼ିବ । ସରକାର ଯାହା ପଠାଉଛନ୍ତି ତାହା ଅଙ୍ଗନବାଡ଼ିରେ ପହଁଚୁଛି ନା ନାହିଁ ଛୋଟ ଛୋଟ କଥାକୁ ଧ୍ୟାନ ନ ଦେଲେ ବଡ଼ ପରିବର୍ତ୍ତନ ଆସିପାରିବ ନାହିଁ । ସରକାରଙ୍କୁ ଗ୍ରାଉଣ୍ଡର ସଠିକ୍ ଫିଡ଼ବ୍ୟାକ ଦେବାକୁ ହେବ । ସପ୍ତାହକୁ ୪ଟି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପଡୁଛି । କେଉଁଠି ସରକାରଙ୍କ କାର୍ଯ୍ୟକାରୀ କରାଯାଉନି, ଆଶା କରୁଛି ସରକାର ବଦଳିବା ପରେ ଆପଣ ମାନଙ୍କ ମାନସିକତା ବଦଳିଥିବ । ଖାଦ୍ୟ ଠିକ୍ ଭାବେ ନ ମିଳିଲେ ଦାୟୀ ରହିବେ ସିଡ଼ିପିଓ । ସବୁ ଦେଖି ଚୁପ୍ ରହିଲେ ନିନ୍ଦିତ ହେବ ବିଭାଗ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । 

ଅଙ୍ଗନବାଡିକୁ ଅଧିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଆଣିଲେ ସ୍ୱତନ୍ତ୍ର ଆପ୍ AWESOME । ଅଙ୍ଗନବାଡ଼ି ୱେଲଫେୟାର ଆଣ୍ଡ ସର୍ଭିସ୍ ଓଭର ନାଇଟି ମିନିଟରିଂ everywhere ଆପ୍ । ଭିତ୍ତିଭୂମି, ଆବଶ୍ୟକୀୟ ସହାୟତା, ନିୟମିତ କାର୍ଯ୍ୟ ସମ୍ପର୍କରେ ଏହି ଆପ୍ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିବେ ଅଙ୍ଗନବାଡ଼ି କର୍ମୀ । ଏହି ଆପ୍ ଜରିଆରେ ସାଧାରଣ ଲୋକ ଏବଂ ଅଭିଭାବକ ମାନେ ସେମାନଙ୍କର ଫିଡ଼ ବ୍ୟାକ ଦେଇପାରିବେ । ଏହି ଆପ୍‌କୁ ବିକଶିତ କରିବା ପାଇଁ NIPCCD ସହିତ ଏମଓୟୁ କରିଛି ମହିଳା ଓ ଶିଶୁ ବିକାଶ ବିଭାଗ ।

ରାଜ୍ୟର ସମସ୍ତ ଅଙ୍ଗନବାଡ଼ିର ନିଜସ୍ୱ ଘର ନିର୍ମାଣ କରାଯିବ । ସେଠି ପାଣି, ବିଜୁଳି ବ୍ୟବସ୍ଥା କରାଯିବ । ନିଜ ଅଞ୍ଚଳରେ ଆସୁଥିବା ଅଙ୍ଗନବାଡ଼ି ସେଣ୍ଟରକୁ ସିଡ଼ିପିଓ ମାନେ AWESOME କରନ୍ତୁ । ୬ ମାସକୁ ଥରେ ପ୍ରତି ଅଙ୍ଗନବାଡି କେନ୍ଦ୍ରକୁ CDPO ମାନେ ପରିଦର୍ଶନରେ ଯାଆନ୍ତୁ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।  

ଆସନ୍ତା ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଚାଲିବ ଆସ ବୁଲିଯିବା ଅଙ୍ଗନବାଡ଼ି କାର୍ଯ୍ୟକ୍ରମ । ଅଭିଭାବକ ଓ ସାଧାରଣ ଲୋକ ଯାଇ ପରଖିବେ ଅଙ୍ଗନବାଡ଼ି କେନ୍ଦ୍ର । ଖାଦ୍ୟ, ପରିବେଶ ଓ ସ୍ଵଚ୍ଛତା ନେଇ ଦେବେ ଫିଡ଼ ବ୍ୟାକ । AWESOME ଆପ୍ ଜରିଆରେ ଏବଂ ଅଙ୍ଗନବାଡ଼ିରେ ଥିବା ଫର୍ମ ଜରିଆରେ ସେମାନେ ଫିଡ଼ ବ୍ୟାକ ଦେବେ । ସେମାନଙ୍କ ମତାମତକୁ ନେଇ ଅଙ୍ଗନବାଡ଼ି ଭିତ୍ତିଭୂମି ଆହୁରି ସୁଦୃଢ କରାଯିବ ।  

ସେହିଭଳି ମୁଖ୍ୟ ଶାସନ ସଚିବ କହିଛନ୍ତି, ଗ୍ରାଉଣ୍ଡରେ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହୁଛି । ସବୁ ବିଭାଗ ସହ ସମନ୍ୱୟ ରକ୍ଷା କରି ଗ୍ରାଉଣ୍ଡରେ କାମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାଉଣ୍ଡରେ ସମସ୍ୟା ରହୁଛି କିନ୍ତୁ ଜାଣିଶୁଣି ଅଣ୍ଡର ରିପୋର୍ଟିଂ କରାଯାଉଛି । ତେଣୁ ଗ୍ରାଉଣ୍ଡରେ ଯାହା ସମସ୍ୟା ହେଉଛି ତାକୁ ଆମ ପାଖକୁ ଆଣନ୍ତୁ ବୋଲି ସିଡ଼ିପିଓ ମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ୟା ଆଣିଲେ ଆମେ ତାର ସମାଧାନର ବାଟ ବହାର କରିବୁ । ଗ୍ରାଉଣ୍ଡରେ ଯେଉଁ ସମସ୍ୟା ଆସୁଛି ତାକୁ ନେଇ ଠିକ ରିପୋର୍ଟିଂ କରନ୍ତୁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।  ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ିକୁ ସଶକ୍ତ କରିବାର ଅଛି ତେଣୁ ଯାହା ଆବଶ୍ୟକତା ରହୁଛି ପ୍ରସ୍ତାବ ଦିଅନ୍ତୁ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ କହିଛନ୍ତି ।  

You Can Read:

ଶ୍ରୀମନ୍ଦିର ଚାରିଦ୍ଵାରରେ ସୁରକ୍ଷା ବୃଦ୍ଧି ପାଇଁ ପ୍ରସ୍ତାବ, ସ୍ପାଏ କ୍ୟାମେରା ଧରିବାକୁ ଦିଆଯାଉଛି ପ୍ରଶିକ୍ଷଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.