ମାଲିର ସିମେଣ୍ଟ ପ୍ଲାଣ୍ଟରେ ହମଲା, ତିନି ଭାରତୀୟଙ୍କୁ ଅପହରଣ କଲେ ଅଲ୍ କାଏଦା ଆତଙ୍କୀ

Published By : Prameya-News7 Bureau | July 03, 2025 IST

ନୂଆଦିଲ୍ଲୀ ୦୩।୦୭; ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ୩ ଭରତୀୟଙ୍କୁ ଅପହରଣ । ଅଲ୍ କାଏଦା ଆତଙ୍କୀଙ୍କ ଦ୍ୱାରା ହୋଇଥିବା ଏକ ଆକ୍ରମଣରେ ୩ ଭାରତୀୟ ନାଗରିକଙ୍କୁ ଅପହରଣ କରାଯାଇଛି । ଭାରତ ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ନାଗରିକଙ୍କୁ ସୁରକ୍ଷିତ ଓ ତତ୍କାଳ ଛାଡିବାକୁ ସୁନିଶ୍ଚିନ୍ତ କରିବାକୁ ମାଲି ସରକାରଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନେଇ ଅପିଲ୍‌ କରିଛନ୍ତି । ଏ ନେଇ ଭାରତୀୟ ଦୂତାବାସ ଲଗାତାର ମାଲି ସରକାରଙ୍କ ସମ୍ପର୍କରେ ରହିଛନ୍ତି ।

ପଶ୍ଚିମ ଆଫ୍ରିକା ମାଲିରେ ଅଲ୍ କାଏଦା ଆତଙ୍କୀ ୩ ଭାରତୀୟଙ୍କୁ ଅପହରଣ କରିଛନ୍ତି । ବିଦେଶ ମନ୍ତ୍ରଣାଳୟ ଦ୍ୱାରା ଜାରି ବୟାନ ଅନୁସାରେ, ଜୁଲାଇ ୧ରେ ମାଲିର ସିମେଣ୍ଟ ଫ୍ୟାକ୍ଟ୍ରିରେ ଆକ୍ରମଣ କରିଥିଲେ । ସେଠାରେ କାର୍ଯ୍ୟରତ ଥିବା ୩ ଭାରତୀୟଙ୍କୁ ଅପହରଣ କରି ନେଇଛନ୍ତି । ଏ ଅପହୃତ ଘଟଣାକୁ ନେଇ ଅଲ କଏଦା ଆତଙ୍କୀ ସଂଗଠନ 'ଜମାତ ନୁସରତ ଅଲ- ଇସଲାମ ବଲ ମୁସଲିମ' ନିଜକୁ ଦାୟୀ କରିଛି ।

୩ ଭାରତୀୟଙ୍କୁ ଅପହରଣ ଘଟଣାକୁ ଭାରତ ସରକାର 'ହିଂସାର ଘୋର ନିନ୍ଦନୀୟ କାର୍ଯ୍ୟ' ବୋଲି କହିଛନ୍ତି । ଭାରତୀୟ ନାଗରିକଙ୍କୁ ଶୀଘ୍ର ଏବଂ ସୁରକ୍ଷିତ ଫେରାଇ ଆଣିବାକୁ ସୁନିଶ୍ଚିନ୍ତ କରିବାକୁ ମାଲି ସରକାରଙ୍କୁ ସମସ୍ତ ପଦକ୍ଷେପ ନେବାକୁ ଅପିଲ୍ କରିଛନ୍ତି । ବିଦେଶ ମନ୍ତ୍ରଣାଳୟ କହିଛନ୍ତି, ଭାରତୀୟ ସବୁ ସମ୍ଭବ ସହାୟତା ପ୍ରଦାନ କରିବ । ଅପହୃତ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.