ରାଜ୍ୟରେ ଅପପୃଷ୍ଟି ଅଛି, ଖୁବଶୀଘ୍ର ଏହାକୁ ଦୂର କରାଯିବ- ପ୍ରଭାତୀ ପରିଡ଼ା

NEWS7
akshay-kumar-video-leak-from-omg-2-set-video-goes-viral-on-social-media

ଭୁବନେଶ୍ୱର ୨୭।୦୧ : ରାଜ୍ୟରେ ଅପପୃଷ୍ଟି ରହିଛି । ମୁଁ ମନା କରୁନାହିଁ । ଓଡିଶାରେ ଅପପୃଷ୍ଟି ଅଛି ବୋଲି ତାକୁ ଦୂର କରିବା ପାଇଁ ଆମ ଅଭିଯାନ ଆରମ୍ଭ କରିଛୁ । ଅପପୃଷ୍ଟି ମୁକ୍ତ ଓଡିଶା ଆମର ଲକ୍ଷ୍ୟ । ଅପପୃଷ୍ଟିର କାରଣ ଖୋଜି ତାହାର ନିରାକରଣ କରିବାକୁ ବିଭାଗ ତତ୍ପର ରହିଛି  ବିଭାଗ, ସ୍ବେଛାସେବୀ ସଂଗଠନ ସହିତ ସଂଯୋଗରେ ଓଡିଶାକୁ ସୁପୋଷିତ ଓଡିଶା କରିବା ଏବଂ ଅପପୃଷ୍ଟି ମୁକ୍ତ କରିବାକୁ ଆମେ ପ୍ରତିବଦ୍ଧ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅପପୃଷ୍ଟି ମୁକ୍ତ ପାଇଁ ବିଭାଗ କ୍ୟାମ୍ପେନ ମୁଡ଼ରେ ନେଉଛୁ । ଓଡିଶାର ଛୁଆ ମାନେ ସୁସ୍ଥ ରୁହନ୍ତୁ, ଏଭଳି ବ୍ୟବସ୍ତା ଅଛି | ଯେଉଁ ଅଙ୍ଗନବାଡି କେନ୍ଦ୍ରରେ ଗୋଟେ ବୋଲି ଅପପୃଷ୍ଟି ଛୁଆ ମିଳିବେନି, ସେହି ଅଙ୍ଗନବାଡି କେନ୍ଦ୍ରକୁ ସଶକ୍ତ ଅଙ୍ଗନବାଡି ପୁରସ୍କାର ଦିଆଯିବ | ଏହାର ସିକିଲସେଲ, ଆନିମିଆ ଭଳି କାରଣ ଖୋଜି ଏହାର ନିରାକରଣ କରାଯାଉଛି | ପିଲାଙ୍କ ଓଜନ କରିବା, ସୁପୋଷଣ ଖାଦ୍ୟ ଦେବା ଏବଂ ପରିବାର, ଗାଁ ଏବଂ ଗୋଷ୍ଠୀଙ୍କୁ ଶିକ୍ଷିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଅଭିଯାନ ମହିଳା ଓ ଶିଶୁ ବିକାଶ ବିଭାଗ ଆରମ୍ଭ କରିଛି କାମ | ସେହିପରି ବୌଦ୍ଧ ଖରଭଙ୍ଗା ଅପପୃଷ୍ଟି ଖବର ନେଇ ଆମେ ରିପୋର୍ଟ ମାଗିଛୁ, ରିପୋର୍ଟ ଆସିଲେ ତାହାର ନିରାକରଣ କରାଯିବ ।