LIVE TV

ରିଙ୍ଗ୍ ରୋଡ଼ ବନ୍ଧ ଡେଇଁଲାଣି ଚିଲିକା ପାଣି, ଚିଲିକା କୂଳିଆ ଗାଁରେ ଭୟର ବାତାବରଣ

NEWS7
akshay-kumar-is-the-only-bollywood-star-ranked-in-top-10-forbes-highest-paid-actors-list-2020

ଟାଙ୍ଗୀ ୧୦: ସମୁଦ୍ରର ଭ୍ରମ ସୃଷ୍ଟି କରୁଛି ଚିଲିକା । ସୁ ସୁ ଗର୍ଜନ କରି ମାଡ଼ି ଆସୁଛି ପାଣି । ରିଙ୍ଗ୍ ରୋଡ଼ ବନ୍ଧ ଡେଇଁଲାଣି ଚିଲିକା ପାଣି । ଫଳରେ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟଲୋକ । ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଚିଲିକା କୂଳ ଜେଟି ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଓ ପବନ ଲାଗି ରହିଛି । ସୁ ସୁ ଗର୍ଜନ କରି ମାଡ଼ି ଆସୁଛି ପାଣି । ରିଙ୍ଗ୍ ରୋଡ଼ ବନ୍ଧ ଡେଇଁଲାଣି ଚିଲିକା ପାଣି । ଚିଲିକା କୂଳକୁ ନଯିବା ପାଇଁ ଚିଲିକା ମୋଟର ବୋଟ୍ ଆସୋସିଏସନ ବାରଣ କରିଛନ୍ତି । ଚିଲିକା ଭ୍ରମଣ ହେଉ ଅବା ନୌକା ବିହାର ପାଇଁ ପର୍ଯ୍ୟଟକ ମାନଙ୍କୁ ମଧ୍ୟ ଏବେ ବାରଣ କରାଯାଇଛି ।

ଚିଲିକାର ନୀଳ ଜଳରାଶି ଏବେ ସମୁଦ୍ରର ଭ୍ରମ ସୃଷ୍ଟି କରିଛି । ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ପ୍ରଖର ଥିବା ଯୋଗୁଁ ଚିଲିକାରେ ମାଛଧରା ବନ୍ଦ ରହିଛି । କେତେକ ମତ୍ସ୍ୟଜୀବୀ ଏବେବି ଚିଲିକା ମଧ୍ୟରେ ରହିଥିବା ସୂଚନା ମିଳିଛି । କେତେକ ମତ୍ସ୍ୟଜୀବୀ ଚିଲିକାରୁ ଫେରିଆସିଛନ୍ତି । । ଚିଲିକା କୂଳିଆ ଗାଁ ମାନଙ୍କରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ତୁହାକୁ ତୁହା ବର୍ଷା ଓ ପବନ ହେଉଥିବା କାରଣରୁ ଚିଲିକାରେ ମାଛଧରା ଡ଼ଙ୍ଗା ହେଉ ଅବା ଯାତ୍ରୀବାହୀ ଡ଼ଙ୍ଗା ଚଳାଚଳ ବନ୍ଦ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।