ମୁମ୍ଵାଇ ୧୪।୦୧; ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି । ବର୍ତ୍ତମାନ ସେ ତାଙ୍କ ପରିବାର ସହିତ ମୁମ୍ବାଇରେ ଅଛନ୍ତି । ନିକଟରେ ସେ ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହିତ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଉଭୟ ଦମ୍ପତି ପ୍ରେମାନନ୍ଦ ମହାରାଜଙ୍କୁ ନିଜ ମନ କଥା କହୁଛନ୍ତି । ଏହି ସମୟରେ ଅନୁଷ୍କା ଏବଂ ବିରାଟଙ୍କ ପୁଅ ଓ ଝିଅ ନଜର ଆସିଥିଲେ । ଉଭୟ ତାଙ୍କ ସନ୍ତାନର ଫଟୋ ଦେଖାଇନଥିବାବେଳେ ତାଙ୍କ ପୁଅ ଅକାୟର ପ୍ରଥମ ଝଲକ ସାମ୍ନାକୁ ଆସିଛି । ଯାହାକୁ ଦେଖିଲା ପରେ ପ୍ରଶଂସକ ଖୁସି ହୋଇଯାଇଛନ୍ତି।
ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ପୁଅ ଅକାୟଙ୍କୁ କୋଳରେ ଧରିଥିବାର ନଜର ଆସିଛନ୍ତି। ଏଥିରୁ ଜଣାପଡୁଛି ଯେ ଏହି ଭିଡିଓ ସେହି ସମୟର ଯେତେବେଳେ ପୁରା ପରିବାର ପ୍ରେମାନନ୍ଦଙ୍କୁ ଭେଟି ଫେରୁଥିଲେ। ଭିଡିଓରେ ଅନୁଷ୍କା ଅକାୟଙ୍କ ସହ କାରରେ ବସୁଥିବାର ନଜର ଆସିଥିଲେ। ଏହି ସମୟରେ ତାଙ୍କ ଚେହେରା କ୍ୟାପଚର ହୋଇଥିଲା।
ସପରିବାର ବୃନ୍ଦାବନରେ ପହଞ୍ଚିଲେ ସେଲିବ୍ରିଟି କପଲ, ପ୍ରେମାନନ୍ଦ ମହାରାଜଙ୍କଠାରୁ ନେଲେ ଆଶିର୍ବାଦ
ଅକାୟଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକମାନେ ତାଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରିଛନ୍ତି ଏବଂ କୁହାଯାଉଛି ଯେ ସେ ତାଙ୍କ ପିତାଙ୍କ ପରି ପୂରା ଚୂପ। ସମାନ ଆଖି ଏବଂ ସୁନ୍ଦର ଗାଲ ଦେଖିବା ପରେ ସମସ୍ତେ ଖୁସି ହୋଇଯାଇଛନ୍ତି । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଦମ୍ପତି ଏପର୍ଯ୍ୟନ୍ତ ନିଜ ଝିଅର ଝଲକ ଦେଖାଇ ନାହାଁନ୍ତି।