LIVE TV

କେଉଁଠି ଭୀଷଣ ବର୍ଷା ଆଶଙ୍କା ତ ଆଉ କେଉଁଠି ଚାଲିବ ଶୀତ ଲହର, ଜାଣନ୍ତୁ ଆଗକୁ କିପରି ରହିବ ପାଣିପାଗ

NEWS7
aishwarya-shares-family-photo-with-abhishek

ନୂଆଦିଲ୍ଲୀ ୧୯।୧୧: ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ଙ୍କ ଅନୁସାରେ ଆଗାମୀ ୨୧ ନଭେମ୍ବର ଶୁକ୍ରବାର ଆଣ୍ଡାମାନ ନିକୋବର ଦ୍ୱୀପ ସମୂହରେ ବର୍ଷା ଆରମ୍ଭ ହୋଇଯିବ। ସେହିପରି ୨୦ ଓ ୨୫ ତାରିଖ ମଧ୍ୟରେ ତାମିଲନାଡୁ ଲାଗି ଭୀଷଣ ବର୍ଷା ପୂର୍ବାନୁମାନ କରାଯାଇଛି। ୨୧ରୁ ୨୪ ତାରିଖ ମଧ୍ୟରେ କେରଳ ଓ ମାହେରେ , ୨୫ ତାରିଖ ବେଳକୁ ଉପକୂଳ ଆନ୍ଧ୍ରପ୍ରଦେଶ ଓ ୟନମରେ ବର୍ଷା ଆକଳନ କରାଯାଉଛି।

ସେପରି ଆଇଏମଡିଙ୍କ ପୂର୍ବାନୁମାନ ଅନୁସାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ମଧ୍ୟ ଭାରତରେ ସର୍ବନିମ୍ନ ତାପମାତ୍ରାରେ ୨-୪ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ କ୍ରମିକ ବୃଦ୍ଧି ହୋଇପାରେ। ଏହା ଛଡା ପାଣିପାଗରେ ସେପରି କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଏହା ଛଡା ଆଗାମୀ ୬-୭ ଦିନ ପର୍ଯ୍ୟନ୍ତ ଭାରତର ସମତଳ ଅଞ୍ଚଳର ତାପମାତ୍ରାରେ ସେପରି କୌଣସି ବଡ଼ ପରିବର୍ତ୍ତନ ହେବାର ନାହିଁ। ଆଇଏମଡିଙ୍କ ଅନୁସାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ମହାରାଷ୍ଟ୍ରର ସର୍ବନିମ୍ନ ତାପମାତ୍ରାରେ ୨-୪ ଡିଗ୍ରି ସେଲସିୟସ ଓ ଆଗାମୀ ୪ ଦିନ ପର୍ଯ୍ୟନ୍ତ ଗୁଜରାଟ ତାପମାତ୍ରାରେ ୨-୩ ଡିଗ୍ରି ପର୍ଯ୍ୟନ୍ତ କ୍ରମିକ ବୃଦ୍ଧି ହୋଇପାରେ।

ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ପୂର୍ବ ଭାରତର ସର୍ବନିମ୍ନ ତାପମାତ୍ରାରେ ୨-୩ ଡିଗ୍ରି ବୃଦ୍ଧି ହେବାର ସମ୍ଭାବନା ରହିଛି। ତେବେ ନଭେମ୍ବର ୨୦ ତାରିଖରେ ପଶ୍ଚିମ ମଧ୍ୟପ୍ରଦେଶର କେତେକ ଭାଗରେ ଶୀତ ଲହରରୁ ଆରମ୍ଭ କରି ଗୁରୁତର ଶୀତ ଲହର ଅନୁଭୂତ ହେବା ନେଇ ସତର୍କ କରାଯାଇଛି। ଏହା ଛଡା ନଭେମ୍ବର ୨୧ ତାରିଖ ବେଳକୁ ମଧ୍ୟ ମହାରାଷ୍ଟ୍ର, ପୂର୍ବ ମଧ୍ୟପ୍ରଦେଶ ଓ ତେଲେଙ୍ଗାନାର ଅଲଗା ଅଲଗା ଭାଗରେ ଶୀତ ଲହର ସ୍ଥିତି ରହିବ।