ଶୁଦ୍ଧ ସୁନା-ରୁପାରେ ବୁଣା ପୋଷାକ ପିନ୍ଧିଥିଲେ ରଶ୍ମିକା ଏବଂ ବିଜୟ, ଜାଣନ୍ତୁ ଏହି ଆଉଟ୍‌ଫିଟ୍‌ର ମହତ୍ତ୍ଵ କ'ଣ ?

NEWS7
aishwarya-shares-family-photo-with-abhishek

ମୁମ୍ଵାଇ ୦୫।୦୩; ହାଇଦ୍ରାବାଦରେ ରଶ୍ମିକା ଏବଂ ବିଜୟ ତାଙ୍କର ଗ୍ରାଣ୍ଡ ୱେଡିଂ ରିସେପ୍ସନ ଦେଇଥିଲେ । ଯେଉଁଥିରେ ବଲିଉଡ୍ ଠାରୁ ଟଲିଉଡ ଯାଏଁ ସମସ୍ତ ତାରକାଙ୍କ ଜଲୱା ଦେଖିବାକୁ ମିଳିଥିଲା। ଏଥିରେ ଟାଇଟ୍ ସିକ୍ୟୁରିଟି ସହ ଭବ୍ୟ ପାର୍ଟି ଥିଲା । ଯାହା ଖୁବ୍ ଲାଇମ୍ ଲାଇଟ୍କୁ ଆସିଥିଲା । କେବଳ ଏତିକି ହିଁ ନୁହେଁ ବରଂ ବର ଏବଂ କନ୍ୟାଙ୍କ ଅନନ୍ୟ ସିମ୍ପଲ ଲୁକ୍ ଓ ପୋଷାକକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏହି ବିଶେଷ ଅବସରରେ, ଦମ୍ପତି 'ଜେଡ୍ ବାଏ ଏମକେ'ରୁ ଡିଜାଇନର୍ ପୋଷାକ ବାଛିଥିଲେ। ଯାହା ଏହାର ଜଟିଳ କାରିଗରୀ ଏବଂ ଐତିହାସିକ ମହତ୍ୱ ପାଇଁ ଜଣାଶୁଣା।

'ଜେଡ୍ ବାଏ ଏମକେ'ର ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମୋନିକା ଶାହଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ପୋଷାକରେ ରଶ୍ମିକା ଏବଂ ବିଜୟ ଚମତ୍କାର ଦେଖାଯାଉଥିଲେ। ସେଲିବ୍ରିଟି ଷ୍ଟାଇଲିଷ୍ଟ ଅମି ପଟେଲଙ୍କ ଦ୍ୱାରା ଷ୍ଟାଇଲ୍ କରାଯାଇଥିବା ଏହି ଦମ୍ପତି ଗଣମାଧ୍ୟମକୁ ପୋଜ୍ ଦେଇଥିଲେ। ସେମାନଙ୍କ ପୋଷାକର ମୁଖ୍ୟ ଆକର୍ଷଣ ଥିଲା ଶୁଦ୍ଧ ରୂପା ଏବଂ ସୁନା ସୂତା ବ୍ୟବହାର କରି କରାଯାଇଥିବା ଜଟିଳ ମୋଟିଫ୍।

ରଶ୍ମିକାଙ୍କ ଶାଢ଼ି କରିଥିଲା ଦୃଷ୍ଟି ଆକର୍ଷଣ

ରଶ୍ମିକା ତାଙ୍କ ରିସେପ୍ସନ ପାଇଁ 'ମାଧୁରୀ କ୍ରିଏସନ୍ସ'ରୁ ଏକ କଷ୍ଟମ୍ ମଇସୁର ସିଲ୍କ ଶାଢ଼ି ବାଛିଥିଲେ। ଲାଲ, କଳା ଏବଂ ଗୋଲ୍ଡେନ୍ ମିଶ୍ରଣ, ଏହି "ଜେଡ୍ ବାଏ ଏମକେ" ଶାଢ଼ିର ପ୍ରତ୍ୟେକ ରଙ୍ଗର ଏକ ଗଭୀର ଅର୍ଥ ଥିଲା। ଲାଲ ଶୁଭତା ଏବଂ ଶକ୍ତିର ପ୍ରତୀକ ଥିଲା, କଳା ସୁରକ୍ଷାକୁ ପ୍ରତିନିଧିତ୍ୱ କରୁଥିବା ବେଳେ ଗୋଲ୍ଡେନ ତାଙ୍କ ପାରିବାରିକ ଐତିହ୍ୟକୁ ପ୍ରତିନିଧିତ୍ୱ କରୁଥିଲା। ଶାଢ଼ୀ ଏବଂ ବ୍ଲାଉଜରେ ମୁକ୍ତା ବା ମୋତି କାମ ଏବଂ ସୁନା ପ୍ଲେଟେଡ୍ ରୂପା ସୂତା ସହିତ ଏମ୍ବ୍ରୋଡେରୀ କରାଯାଇଥିଲା। ଯାହା ରଶ୍ମିକାଙ୍କୁ ଏକ ରାଜକୀୟ ଲୁକ୍ ଦେଇଥିଲା।

ଡିଜାଇନର୍ ମୋନିକା ଶାହ ଚାହୁଁଥିଲେ ଯେ ରଶ୍ମିକାଙ୍କ ପୋଷାକ ତାଙ୍କ ନିଜସ୍ୱ ପରିଚୟକୁ ପ୍ରତିଫଳିତ କରୁ। ତେଣୁ, ସେ ରଶ୍ମିକାଙ୍କ ବ୍ଲାଉଜରେ କର୍ଣ୍ଣାଟକର ଶକ୍ତି ଏବଂ ସାର୍ବଭୌମତ୍ୱର ପ୍ରତୀକ "ଗଣ୍ଡାବେରୁଣ୍ଡା" ମୋଟିଫ୍ ସାମିଲ କରିଥିଲେ। କୋଡାଭା ସମ୍ପ୍ରଦାୟର ସ୍ୱତନ୍ତ୍ର ପ୍ରତୀକ ମଧ୍ୟ ବ୍ଲାଉଜରେ ଏମ୍ବ୍ରୋଡେରୀ କରାଯାଇଥିଲା। ଏହା କେବଳ ଏକ ପୋଷାକ ନୁହେଁ, ବରଂ କର୍ଣ୍ଣାଟକର କଳା ଏବଂ ସଂସ୍କୃତି ପ୍ରତି ଏକ ଗଭୀର ସମ୍ମାନ ଥିଲା। ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ବିଜୟଙ୍କ ଭିନ୍ନ ଲୁକ୍

ବିଜୟ ଦେବରକୋଣ୍ଡା ମଧ୍ୟ ତାଙ୍କ ପାରମ୍ପରିକ ଦକ୍ଷିଣ ଭାରତୀୟ ପୋଷାକ ବାଛିଥିଲେ। ସେମାନେ କ୍ଲାସିକ୍ ଭେଷ୍ଟି ଏବଂ ଅଙ୍ଗବସ୍ତ୍ରମ୍ ସହିତ ଆଇଭରୀ ରେଶମୀ ସିଲ୍କ କୁର୍ତ୍ତା ପିନ୍ଧିଥିଲେ। ଆଇଭରୀକୁ ନୂତନ ଆରମ୍ଭ ଏବଂ ପବିତ୍ରତାର ପ୍ରତୀକ ଭାବରେ ବିବେଚନା କରାଯାଏ। ବିଜୟଙ୍କ ଅଙ୍ଗବସ୍ତ୍ରମ୍ ରେ ଶୁଦ୍ଧ ସୁନା ଏବଂ ରୂପା ସୂତାରେ ତିଆରି ଏକ 'ଗଜ-କେଶରୀ' ଡିଜାଇନ୍ ଥିଲା, ଯାହା ବୀରତ୍ୱ ଏବଂ ଐଶ୍ୱର୍ଯ୍ୟକୁ ପ୍ରକାଶ କରିଥାଏ। ସେମାନଙ୍କର ପାରମ୍ପରିକ ପୋଷାକକୁ ପରିପୂର୍ଣ୍ଣ କରିବା ପାଇଁ, ରଶ୍ମିକା ଏବଂ ବିଜୟ ଶ୍ରୀ ଜୁଏଲର୍ସର ଉତ୍କୃଷ୍ଟ କଲେକସନ୍ରୁ ଷ୍ଟେଟମେଣ୍ଟ ଅଳଙ୍କାର ପିନ୍ଧିଥିଲେ। ରିସେପ୍ସନର ଫଟୋ ସାମ୍ନାକୁ ଆସିବା ମାତ୍ରେ, ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଗଲେ।

ଅଧିକ ପଢନ୍ତୁ- ସ୍ଵାମୀ ବିଜୟଙ୍କ ସହ ରୋମାଣ୍ଟିକ ହେଲେ ରଶ୍ମିକା ମନ୍ଦାନା , ଶାଶୁ-ଶ୍ଵଶୁରଙ୍କ ଠାରୁ ମିଳିଲା ଆର୍ଶୀବାଦ