ଦେଇନଥିଲେ ୬ ମାସର କିସ୍ତି, କାର୍‌କୁ ଉଠାଇବା ବେଳେ ଆକ୍ରମଣ : ହୋମଗାର୍ଡଙ୍କ ସହ ବ୍ୟାଙ୍କ କର୍ମଚାରୀ ଗୁରୁତର

NEWS7
air-india-new-york-bound-flight-returns-to-mumbai-due-to-security-threat

ଭଦ୍ରକ ୨୩।୧: ଋଣ ଖିଲାପୀଙ୍କ ଆକ୍ରମଣରେ ଜଣେ ହୋମଗାର୍ଡଙ୍କ ସହ ବ୍ୟାଙ୍କ କର୍ମଚାରୀ ଗୁରୁତର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ମଞ୍ଜୁରୀରୋଡ ଲକ୍ଷ୍ମୀବଜାରରେ ଭଣ୍ଡାରିପୋଖରୀ ଥାନାରେ କାର୍ଯ୍ୟରତ ହୋମଗାର୍ଡଙ୍କ ସହ ବ୍ୟାଙ୍କ କର୍ମଚାରୀ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏଥିନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଦୁଇ ଜଣ ଅଭିଯୁକ୍ତକୁ ଅଟକ ରଖା ଯାଇଥିବା ବେଳେ ଅନ୍ୟ କେତେକ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି ।

ଅଭିଯୋଗ ଅନୁଯାୟୀ, ୟୁନିୟନ ବ୍ୟାଙ୍କ ପକ୍ଷରୁ ଜନୈକ ବ୍ୟକ୍ତିଙ୍କୁ କାର୍ ଋଣ ଯୋଗାଇ ଦିଆଯାଇଥିଲା । ମାତ୍ର ସେହି କାର୍ ମଞ୍ଜୁରୀରୋଡ ଲକ୍ଷ୍ମୀବଜାରର ଜନୈକ ବ୍ୟକ୍ତି ବ୍ୟବହାର କରୁଥିଲେ । କାର୍ କିସ୍ତି ୬ ମାସ ଧରି ପୈଠ ହେଉନଥିଲା । ବ୍ୟାଙ୍କ ପକ୍ଷରୁ କାରକୁ ଟ୍ରାକ୍ କରାଯାଇ ଗତ ବୁଧବାର ମଞ୍ଜୁରୀରୋଡ ଲକ୍ଷ୍ମୀବଜାରରୁ ଠାବ କରାଯାଇଥିଲା । ମାତ୍ର ବ୍ର ଡାଉନ ଥିବାରୁ କାରକୁ ନିଆଯାଇ ପାରି ନଥିଲା । ବିଳମ୍ବିତ ରାତିରେ କାରକୁ ଆଣିବାକୁ ପୋଲିସ ସହଯୋଗରେ ହୋମଗାର୍ଡ ସୁଶାନ୍ତ ସାହୁଙ୍କ ସହ ବ୍ୟାଙ୍କ କର୍ମଚାରୀ ଯାଇଥିଲେ । ଗାଡ଼ି ବ୍ୟବହାରକାରୀଙ୍କ ପରିବାର ପକ୍ଷରୁ ଅତି ଅମାନୁଷିକ ଭାବେ ହୋମଗାର୍ଡ ସୁଶାନ୍ତ ଓ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ ମାରିବା ସହ ଗାଡ଼ି ଭାଙ୍ଗି ଦେଇଥିଲେ । ଗୁରୁତର ହୋମଗାର୍ଡଙ୍କୁ ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭଦ୍ରକ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଭଣ୍ଡାରିପୋଖରୀ ଥାନାଧୂକାରିଣୀ ଚଢାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।