ନୂଆଦିଲ୍ଲୀ – ଅହମ୍ମଦାବାଦରୁ ଲଣ୍ଡନ ପାଇଁ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆର ଫ୍ଲାଇଟ୍ କେମିତି ଟେକଅଫ୍ର ତୁରନ୍ତ ପରେ କ୍ରାଶ୍ ହେଲା ? ଏହାକୁ ନେଇ ମାସେ ଯାଏ ଅନେକ ପ୍ରକାରର ଅଟକଳ ପରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (ଏଏଆଇବି)ର ପ୍ରଥମ ରିପୋର୍ଟ ଆସିଛି। ୧୨ ଜୁନରେ ୨୬୦ ଜଣ ଯାତ୍ରୀଙ୍କ ଜୀବନ ଯାଇଥିବା ଏହି ଦୁର୍ଘଟଣାକୁ ନେଇ ଏବେ ଅନେକ ଆଶଙ୍କା ଦୂର ହୋଇ ଥିବା ବେଳେ କିଛି ପ୍ରଶ୍ନ ଏବେ ଏବେ ବି ଅସମାହିତ ରହିଛି।
କେମିତି କ୍ରାଶ୍ ହେଲା ଏୟାର ଇଣ୍ଡିଆର ବିମାନ ?
ପ୍ରାଥମିକ ରିପୋର୍ଟରୁ ଖୁଲାସା ହୋଇଛି ଯେ, ଉଭୟ ଇଞ୍ଜିନର ଫୁଏଲ୍ ସ୍ୱିଚ୍ କଟଅଫ୍ ହୋଇ ଯାଇଥିଲା। ଉଭୟ ସ୍ୱିଚ୍ RUN ରୁ CUTOFF ପୋଜିସନକୁ ଚାଲି ଯାଇଥିଲା। ଏହା ପାଖାପାଖି ଏକ ସେକେଣ୍ଡର ଅନ୍ତରାଳରେ ହୋଇଛି। ଯେମିତି ହିଁ ଦୁଇଟି ଇଞ୍ଜିନ ପାଇଁ ଫୁଏଲ କଟଅଫ୍ ହେଲା ,ଏଥିରେ ପାୱାର କମ୍ ହେବାକୁ ଲାଗିଲା। ହେଲେ , ଏହି ରିପୋର୍ଟରୁ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ସ୍ୱିଚ୍ କେମିତି ଅଫ୍ ହେଲା ? ଏହା କଣ ମାନବୀୟ ଭୁଲ ଥିଲା କି ? ମେକାନିକାଲ ସମସ୍ୟା ଥିଲା ନା ଇଲେକ୍ଟ୍ରୋନିକ୍ ସମସ୍ୟା ? ଏହା ସବୁଠୁ ବଡ଼ ପ୍ରଶ୍ନ ଏବେ ବି ଜାରି ରହିଛି ଏବଂ ଆଗାମୀ ଯାଞ୍ଚରେ ସବୁଠୁ ଅଧିକ ଫୋକସ ଏହା ଉପରେ ହେବ।
ଦୁର୍ଘଟଣାକୁ ନେଇ କଣ କଣ ସନ୍ଦେହ ଦୂର ?
ବିମାନ ଦୁର୍ଘଟଣା ପରେ ଅନେକ ପ୍ରକାରର ଆଶଙ୍କା କରାଯାଉ ଥିଲା। ଏବେ ପ୍ରାରମ୍ଭିକ ରିପୋର୍ଟ ଅନେକ ଥିଓରିକୁ ସଂପୂର୍ଣ୍ଣ ଖଣ୍ଡନ କରିଛି।
ପାଣିପାଗର ଫ୍ୟାକ୍ଟର - ରିପୋର୍ଟରେ ଜଣାପଡ଼ିଛି ଯେ ପାଗ ସଂପୂର୍ଣ୍ଣ ଅନୁକୂଳ ଥିଲା ଆକାଶ ସଫା ଥିଲା ଏବଂ ବାୟୁର ଗତି ବହୁତ କମ୍ ଥିଲା।
ପକ୍ଷୀ ସହ ଧକ୍କା- ସିସିଟିଭି ଫୁଟେଜ୍ ଓ ଫିଜିକାଲ ଏଗଜାମିନେସନରେ ଏହିପରି କୌଣସି ପ୍ରମାଣ ମିଳି ନାହିଁ ।
ଏୟାର କ୍ରାଫ୍ଟର ସ୍ଥିତି – ଟେକ୍ ଅଫ୍ ପାଇଁ ଫ୍ଲାପ୍ସ ସଠିକ୍ ଉପାୟରେ ୫ଡିଗ୍ରୀରେ ସେଟ୍ ଥିଲା ଏବଂ ଲ୍ୟାଣ୍ଡିଂ ଗିୟର ସାମାନ୍ୟ କାମ କରୁ ଥିଲେ।
ୱେଟ୍ ଓ ବାଲାନ୍ସ – ଏୟାରକ୍ରାଫ୍ଟର ଓଜନ ସାଧାରଣ ଓ ସୀମାରେ ଥିଲା।
ଫୁଏଲ କ୍ୱାଲିଟି – ଏୟାରପୋର୍ଟରେ ଫୁଏଲ ଟ୍ରକ୍ସରୁ ସାମ୍ପଲ ନେଇ ଯାଞ୍ଚ କରାଯାଇଛି ଏବଂ ଏହାର ଗୁଣବତ୍ତା ସନ୍ତୋଷଜନକ ଥିଲା।
ଇଞ୍ଜନରେ ପୂର୍ବରୁ ସମସ୍ୟା- ରିପୋର୍ଟରୁ ଜଣାପଡ଼ିଛି ଯେ , ଫୁଏଲ୍ କଟଅଫ୍ ହେବା ଯାଏ ଇଞ୍ଜିନ ସାଧାରଣ ଭାବେ କାମ କରିବାର ପ୍ରତୀତ ହେଉଛି।
ପାଇଲଟ କ୍ରାଶ୍ ପାଇଁ ଦାୟୀ କି ?
ଏବେସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ। କକପିଟ୍ ଭଏସ ରେକର୍ଡିଂରୁ ଏକ ପ୍ରମୁଖ କଥାବାର୍ତ୍ତାର ଜଣାପଡ଼େ। ଜଣେ ପାଇଲଟ ଅନ୍ୟ ଜଣ ପାଇଲଟଙ୍କୁ କହୁଛନ୍ତି , ତୁମେ ଫୁଏଲ କାହିଁକି କଟଅଫ୍ କରିଦେଲ। ଦ୍ୱିତୀୟ ଜଣଙ୍କ ଜବାବ ଦେଉଛନ୍ତି ଯେ, ସେ ଏମିତି କରି ନାହାନ୍ତି। ଏଥିରୁ ଜଣାପଡ଼େ ଯେ , ଜଣେ ପାଇଲଟ ନୋଟିସ୍ କରିଛନ୍ତି ଯେ ଫୁଏଲ୍ କଟଅଫ୍ ହୋଇ ଯାଇଛି, ହେଲେ ସାଥି ପାଇଲଟ ଏହା କରି ନଥିବା କହୁଛନ୍ତି।
ଦ୍ୱିତୀୟ ପାଇଲଟଙ୍କ ପକ୍ଷରୁ ମନା କରିବାର ଏହି କଥାକୁ ସଂପୂର୍ଣ୍ଣ ସ୍ପଷ୍ଟ କରୁନାହିଁ ଯେ, କୌଣସି ମାନବୀୟ ଭୁଲ ହୋଇନାହିଁ। କିନ୍ତୁ ଏହା କହୁଛି ଯେ , ଫୁଏଲ୍ କଟ୍ ଅନିଚ୍ଛାକୃତ ହୋଇପାରେ।
କକପିଟ୍ରେ କଣ ହୋଇଥିଲା ?
ବିମାନକୁ ପ୍ରଥମ ଅଫିସର କ୍ଲାଇଭ୍ କୁନ୍ଦର ପାଇଲଟ ଫ୍ଲାଇଙ୍ଗ୍ (ପିଏଫ) ଭାବେ ଅପରେଟ୍ କରୁଥିଲେ ଏବଂ କ୍ୟାପଟେନ ସୁମିତ ସଭରୱାଲ ମନିଟରିଂ (ପାଇଲଟ ମନିଟରିଂ –ପିଏମ) କରୁଥିଲେ। ସାଧାରଣ ରୂପେ ଏହା ହୋଇଥାଏ ଯେ, ଜୁନିୟର ପାଇଲଟ୍ ବିମାନକୁ ଚଲାଉ ଥିଲେ , ଅନ୍ୟ ସିନିୟର କ୍ୟାପଟେନ ଅନୁଧ୍ୟାନ କରନ୍ତି। ରିପୋର୍ଟରେ କକପିଟ୍ରେ କେବଳ ଏହି କଥାବାର୍ତ୍ତା କଥାକୁ ଦର୍ଶା ଯାଇଛି। ରିପୋର୍ଟ ମୁତାବିକ, ଜଣେ ପାଇଲଟ ପଚାରିଲେ ଏବଂ ଅନ୍ୟଜଣେ ଜବାବ ଦେଲେ । ଏବେ ଏହା ଜଣାପଡ଼ି ନାହିଁ ନାହିଁ ଯେ, କିଏ ପଚାରି ଥିଲେ ଏବଂ କିଏ ଜବାବ ଦେଇ ଥିଲେ। ଆଡିସନାଲ କକପିଟ୍ ଭଏସ୍ ରେକର୍ଡରର ଯାଞ୍ଚ ପରେ ଆହୁରି ଅଧିକ ଡିଟେଲ୍ ସାମ୍ନାକୁ ଆସିବାର ଆଶା ରହିଛି।