କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ରେସ୍‌ରେ ଛାମୁଆ ନେତା, ଦିଲ୍ଲୀରେ ପକାଇଛନ୍ତି ଡେରା

Published By : Prameya-News7 Bureau | July 27, 2024 IST

ଭୁବନେଶ୍ୱର  ୨୭/୦୭: କିଏ ପିସିସି ସଭାପତି ହେବ ତାହା AICC ନିଷ୍ପତି ନେବ। ଦଳ ଯାହା ନିଷ୍ପତି ନେବ, ଯେଉଁ ଦାୟିତ୍ୱ ମତେ ଦେବ ମୁଁ ତାହା ଗ୍ରହଣ କରିବି। ବ୍ୟକ୍ତିଗତ ଆଉ ଦଳଗତ ଇଛା ଭିନ୍ନ। ତେଣୁ ଯାହା ନିଷ୍ପତ୍ତି ନିଆଯିବ ତାହା ଆମେ ଗ୍ରହଣ କରିବୁ। ଓଡିଶା ସ୍ୱାର୍ଥ ପାଇଁ ଯିଏ ଲଢ଼ିପାରୁଥିବା, ସରକାରରେ ଆସିବା ପାଇଁ ଯିଏ ସମ୍ପୂର୍ଣ ପ୍ରୟାସ କରିପାରୁଥିବ ସେହିଭଳି ଲୋକଙ୍କୁ ଦଳ ନିଶ୍ଚୟ ବାଛିବ ଏବଂ ସଭାପତି କରିବ । 


କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? କାହା ମୁଣ୍ଡରେ ମୁକୁଟ ପିନ୍ଧାଇବେ ଏଆଇସିସି ଅଧ୍ୟକ୍ଷ? ପୁଣି ଯିଏ କଂଗ୍ରେସର ନୂଆ ଅଧ୍ୟକ୍ଷ ହେବେ ସେ ଦଳର ସ୍ଥିତିକୁ କେତେ ମାତ୍ରାରେ ସୁଦୃଢ଼ କରିବେ । ଏଭଳି ଅନେକ ପ୍ରଶ୍ନ ଏବେ କଂଗ୍ରେସ  କର୍ମୀ ଓ ସାଧାରଣଜନତାଙ୍କ ମନରେ । ବିଭିନ୍ନ ରାଜନୈତିକ ଖଟିରେ ଏହି  ଚର୍ଚ୍ଚା ମଧ୍ୟ ଜୋର ଧରିଛି । 

କିଏ କହୁଛି, ତାରା ବାହିନୀପତି, ପ୍ରସାଦ ହରିଚନ୍ଦନ,  ଜୟଦେବ ଜେନା ତ ଆଉ କିଏ କହୁଛି  ମହମ୍ମଦ ମୋକିମ ପୁଣି ଆଉ କିଏ ଦଳର ଏକ ମାତ୍ର ସାଂସଦ ସପ୍ତଗିରି ଉଲାକାଙ୍କ ନାଁ  ନେଉଛି । ଏଭଳି ଚର୍ଚ୍ଚା ଓ ଦ୍ୱନ୍ଦ୍ୱ ମଧ୍ୟରେ  କେତେକ ଛାମୁଆ ନେତା ଯାଇ ଦିଲ୍ଲୀରେ ଡେରା ପକାଇଥିବା ସୂଚନା ମିଳିଛି । ଏପଟେ ପିସିସି ଭଙ୍ଗ ସହ ଶରତ ପଟ୍ଟନାୟକ ମୁଖିଆ ପଦରୁ ଓହରିବା ପରେ ନିସ୍ତବ୍ଧ କଂଗ୍ରେସ ଭବନ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.