ଝାରପଡ଼ା ଜେଲ୍‌ରେ ଲାଗିବ ଏଆଇ କ୍ୟାମେରା, ପରିଦର୍ଶନ ବେଳେ ସୂଚନା ଦେଲେ ଜେଲ୍ ଡିଜି

Published By : Prameya-News7 Bureau | July 04, 2025 IST

ଭୁବନେଶ୍ବର ୪।୭: ଭୁବନେଶ୍ୱର ସ୍ଵତନ୍ତ୍ର କାରାଗାରରେ ପହଞ୍ଚିଲେ ଜେଲ୍ ଡିଜି ସୁଶାନ୍ତ ନାଥ । ଜେଲ୍‌ରେ ପହଞ୍ଚି ବିଭିନ୍ନ ୱାର୍ଡ ବୁଲିଲେ ଜେଲ୍ ଡିଜି । ଝାରପଡ଼ା ଜେଲ୍ ସୁପରିଟେଣ୍ଡେଣ୍ଟ ଓ ଜେଲରଙ୍କ ସହ ଜେଲ୍ ଡିଜି ବୈଠକ କରିଛନ୍ତି । ଜେଲରଙ୍କ ସହ ଆଲୋଚନା କଲେ ଜେଲ୍ ଡିଜି । କଏଦୀମାନଙ୍କ ସମ୍ପର୍କରେ ପଚାରି ବୁଝିଛନ୍ତି ।  

ଏହି ବୈଠକରେ ଜେଲ୍ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ପରିଚାଳନା ଉପରେ ଆଲୋଚନା ହୋଇଛି । ବୈଠକ ପରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଡିଜି ସୁଶାନ୍ତ ନାଥ । ଡିଜି କହିଛନ୍ତି, ଝାରପଡ଼ା ଜେଲ୍‌ରେ ଲାଗିବ AI କ୍ୟାମେରା । ଫଳରେ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ସୁଦୃଢ ହୋଇପାରିବ ।

You Can Read:

ମହାନଦୀ ଉପରମୁଣ୍ଡ ସୁନ୍ଦରଗଡ଼ ଓ ଛତିଶଗଡ ଛଡା ଆଉ କେଉଁଠି ବର୍ଷା ନାହିଁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.