ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ,ଟେକଅଫ୍‌ ପରେ ଫେଲ୍ ହୋଇଥିଲା ଇଞ୍ଜିନ୍

Published By : Prameya-News7 Bureau | July 12, 2025 IST

ନୂଆଦିଲ୍ଲୀ ୧୨/୦୭: ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ । ଭାରତୀୟ ବିମାନ ଯାଞ୍ଚ ବ୍ୟୁରୋ ତାର ପ୍ରାରମ୍ଭିକ ରିପୋର୍ଟ ଜାରି କରିଛି । ତେବେ ରିର୍ପୋଟରେ ସାମ୍ନାକୁ ଆସିଛି ଚକିତ କରିବା ପରି ତଥ୍ୟ । ଅପ୍ରତ୍ୟାଶିତ ଭାବରେ ଦୁଇଟି ଇଞ୍ଜିନ୍ ହଠାତ୍ କାମ କଲାନି । ଏକ ସେକେଣ୍ଡରେ ଇଞ୍ଜିନ୍‌କୁ ଇନ୍ଧନ ଯୋଗାଣ ବନ୍ଦ ହୋଇଗଲା । 

ଟେକଅଫ୍‌ର ୯୦ ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯାଇଥିଲା ବିମାନ । ଇଞ୍ଜିନ୍‌ ଫେଲ୍‌ ହେବାରୁ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ ପାଇଲଟ୍‌ । ଜଣେ ଆଉ ଜଣଙ୍କୁ ଇଞ୍ଜିନ୍‌ ବନ୍ଦ ନେଇ ପଚାରିଥିଲେ ବ୍ଲାକବକ୍ସରେ ପାଇଲଟ୍‌ଙ୍କ କଥାବାର୍ତ୍ତା ରେକର୍ଡ ହୋଇଛି । AAIB ପକ୍ଷରୁ ୧୫ ପୃଷ୍ଠାର ପ୍ରାଥମିକ ତଦନ୍ତ ରିପୋର୍ଟ ଜାରି । ଇନ୍ଧନ ନପହଞ୍ଚିବାରୁ କାମ କଲାନି ୨ଟି ଇଞ୍ଜିନ । ଇଞ୍ଜିନ ଫେଲ୍‌ ହେବାରୁ ଦ୍ବନ୍ଦ୍ବରେ ପଡ଼ିଥିଲେ ପାଇଲଟ୍‌ । ବ୍ଲାକବକ୍ସରେ ପାଇଲଟ୍‌ଙ୍କ ଦ୍ବନ୍ଦ୍ବର ତଥ୍ୟ ରେକର୍ଡ । ଜଣେ ଆଉ ଜଣଙ୍କୁ ଇନ୍ଧନ କାହିଁକି ବନ୍ଦ କଲ ପଚାରିଥିଲେ । ଅନ୍ୟ ଜଣେ ଇନ୍ଧନ ସୁଇଚ୍‌ ବନ୍ଦ କରିନଥିବା କହିଥିଲେ । 


ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମ୍‌ଲାଇନର ବିମାନ ଟେକ୍‌ଅଫ୍‌ର କିଛି ସେକେଣ୍ଡ ମଧ୍ୟରେ ଦୁଇଟି ଇଞ୍ଜିନ ଅଚାନ୍‌କ ବନ୍ଦ ହୋଇଯାଇଥିଲା । ଫଳରେ ବିମାନକୁ ପାୱର ମିଳି ନଥିଲା ଏବଂ ତାହା କ୍ରାସ୍ ହୋଇଥିଲା । ରିପୋର୍ଟରେ ପ୍ରକାଶ ପାଇଛି ଯେ, ଉଭୟ ଇଞ୍ଜିନ୍‌-୧ ଓ ଇଞ୍ଜିନ୍‌-୨ ଇନ୍ଧନ କଟ୍ ଅଫ୍ ସ୍ୱିଚ ପରସ୍ପରଠାରୁ ଗୋଟିଏ ସେକେଣ୍ଡ ଭିତରେ ରନରୁ କଟଅଫ ହୋଇଯାଇଥିଲା । ଯାହା ହଠାତ୍ ଇନ୍ଧନ ଯୋଗାଣକୁ ବନ୍ଦ କରି ଦେଇଥିଲା ଏବଂ N1 ଏବଂ N2 ଇଞ୍ଜିନର ଗତି ହ୍ରାସ ପାଇଥିଲା । ହଠାତ୍ ଦୁଇଟି ଇଞ୍ଜିନ୍ କାମ କଲାନି । ଇଞ୍ଜିନ ଫେଲ୍ ହେବାରୁ ଦ୍ୱନ୍ଦରେ ପଡି ଯାଇଥିଲେ ଦୁଇ ପାଇଲଟ । 

also read...

ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର କ୍ଷତିପୂରଣ ନେଇ ମୃତକଙ୍କ ପରିବାର ଆଣିଲେ ଅଭିଯୋଗ, ସ୍ପଷ୍ଟୀକରଣ ରଖିଲା ଏୟାର ଇଣ୍ଡିଆ

ସୂଚନା ଥାଉକି, ଜୁନ୍ ୧୨ରେ ଲଣ୍ଡନର ଗାଟୱିକ ଅଭିମୁଖେ ବାହାରିଥିବା ବୋଇଂ ୭୮୭-୮ ଡ୍ରିମଲାଇନର ଫ୍ଲାଇଟ AI171 ଦୁର୍ଘଟଣା ହୋଇଥିଲା । ଏଥିରେ ୨୬୦ ଜଣଙ୍କର ଜୀବନ ଯାଇଥିଲା । ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଯାତ୍ରୀ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ଘଟିଥିଲା । ବିଜେ ମେଡିକାଲ କଲେଜ ହଷ୍ଟେଲରେ ଏହି ବିମାନ ଖସିପଡିଥିଲା । ଅନ୍ୟ ୩୪ ଜଣ ମଧ୍ୟ ପ୍ରାଣ ହରାଇଥିଲେ । ତେଣୁ ମୋଟରେ ୨୭୫ ଜଣଙ୍କର ପ୍ରାଣହାନି ଘଟିଥିଲା । 






  • Ahmedabad Plane Crash
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.