ଭୁବନେଶ୍ବର ୨୪।୮: ଓୟୁଏଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଓ୍ବାଇଫାଇ ସୁବିଧା । ରବିବାର ଓୟୁଏଟିର ୬୪ତମ ପ୍ରତିଷ୍ଠା ଦିବସ ଅବସରରେ ଓ୍ବାଇଫାଇ କ୍ୟାମ୍ପସ୍ ଉଦଘାଟନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି ।
ରାଜ୍ୟପାଳ ଆହୁରି କହିଛନ୍ତି, ଓଡ଼ିଶା ମାଛ ଚାଷ, ଅଣ୍ଡା ଚାଷ, ପୋଲଟ୍ରିରେ ପଛରେ ରହିଛି । ଆନ୍ଧ୍ରପ୍ରଦେଶ ପରି ଓଡ଼ିଶାରେ ସମସ୍ତ ସୁବିଧା ରହିଛି । ମିଶ୍ରିତ ଚାଷକୁ ଆପଣେଇବା ପାଇଁ ପରାମର୍ଶ ଦେଲେ ରାଜ୍ୟପାଳ । ଆନ୍ଧ୍ରରେ କିପରି ହେଉଛି ମାଛ ଚାଷ ଉଦାହରଣ ଦେଲେ । ଆନ୍ଧ୍ରପ୍ରଦେଶ ୨୦ ହଜାର କୋଟି ଟଙ୍କାର ମରାଇନ ଏକ୍ସପର୍ଟ କରୁଛି । ଓଡ଼ିଶା ଚାଷୀ କରିପାରିବେ । ଧାନ ଚାଷ ସହ ପୋଖରୀ କରିକି ମାଛ ଚାଷ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଓୟୁଏଟି ଟ୍ରେନିଂ ଆଉ ଓ୍ବାର୍କସପ୍ କରୁଛି । କିନ୍ତୁ ଗୋଟେ ପ୍ରୋଜେକ୍ଟ ପ୍ରୋଫାଇଲ ବୁକ୍ ଲେଖିବା ପାଇଁ ଓ ଚାଷୀଙ୍କୁ ଜଣାଇବା ପାଇଁ ଓୟୁଏଟିକୁ ପରାମର୍ଶ ଦେଲେ ।
ସେହିଭଳି ସମ୍ବଲପୁରରେ ଖୋଲିବ ଓୟୁଏଟିର ଆଉ ଏକ କ୍ୟାମ୍ପସ୍ । ଖୁବଶୀଘ୍ର ଏହା ଆରମ୍ଭ ହେବ । ବଲାଙ୍ଗିର ଓ ମୟୁରଭଞ୍ଜରେ ଖୋଲିବ କୃଷି ମହାବିଦ୍ୟାଳୟ । ସୋନପୁରରେ ଖୋଲିବ ଫିସରୀ କଲେଜ । ଏହି ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନସିଂହଦେଓ ।
ସାର ଅଭାବକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଭାରତ ଚାଇନାରୁ ଫସଫେଟ୍ ଓ ୟୁରିଆ ଆମଦାନୀ ବନ୍ଦ କରିଛି । ତେଣୁ କିଛି ସମୟ ପାଇଁ ମିଳିବାରେ ଅସୁବିଧା ଦେଖା ଦେଇଥିଲା । ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏନେଇ କେନ୍ଦ୍ର ଫର୍ଟିଲାଇଜର ମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ଜଣାଇ ଚିଠି ଲେଖିଛନ୍ତି । ସାର ମିଳିବା ଆରମ୍ଭ ହୋଇଛି । ଖୁବ୍ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ । କେନ୍ଦ୍ରମନ୍ତ୍ରୀ ସାର ପଠାଇଛନ୍ତି । ଏବେ ଚାଷୀଙ୍କୁ ସାର ଦିଆ ଚାଲିଛି । ଏହାସହ ରାସାୟନିକ ସାର ବ୍ୟବହାର ନକରି ଜୈବିକ ସାର ବ୍ୟବହାର କରିବା ପାଇଁ ମଧ୍ୟ ଚାଷୀଙ୍କୁ ସେ ପରାମର୍ଶ ଦେଇଛନ୍ତି ।
You Can Read:
ବଢ଼ିଲା କାଳ ଡ୍ୟାମ୍ର ଜଳସ୍ତର, ଗୋଟିଏ ଗେଟ୍ ଖୋଲିଲେ ଡ୍ୟାମ୍ କର୍ତ୍ତୃପକ୍ଷ