AI ଓ ରିଷ୍ଟ୍ରକ୍ଚରିଂ କାଳରେ ବଡ଼ ନିଷ୍ପତ୍ତି, ୧୬୦୦୦ କର୍ମଚାରୀଙ୍କୁ ଛଟେଇ କଲା Amazon

NEWS7
agrbattis-smoke-more-harmful-than-cigarrette-it-may-be-cause-of-cancer

ନୂଆଦିଲ୍ଲୀ ୨୮।୧: ବିଶ୍ୱର ସର୍ବ ବୃହତ୍ତ ଇ-କମର୍ସ ଓ ଟେକ୍ କମ୍ପାନୀଙ୍କ ମଧ୍ୟରେ ଅନ୍ୟତମ ଆମାଜନ ପୁଣି ଥରେ ବଡ଼ ଧରଣର ଛଟେଇ ଘୋଷଣା କରିଛି। କମ୍ପାନୀ ସାରା ବିଶ୍ୱରେ ପାଖାପାଖି ୧୬ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଲି କନଫର୍ମ କରିଛି। ଉଲ୍ଲେଖଯୋଗ୍ୟ ଯେ ଏହି ନିଷ୍ପତ୍ତି କମ୍ପାନୀର ଏବେକା ରିଷ୍ଟ୍ରକ୍ଚରିଂ ପ୍ଲାନର ଅଂଶବିଶେଷ, ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ (ଏଆଇ)ର ସମ୍ପ୍ରସାରଣ ହେବ।

ଆମାଜନ ପକ୍ଷରୁ ହାତକୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଗତ ୩ ମାସରେ ଦ୍ୱିତୀୟ ବଡ଼ ମାମଲା। ଏହା ପୂର୍ବରୁ କମ୍ପାନୀ ପାଖାପାଖି ୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। ଦୁଇଟି ପର୍ଯ୍ୟାୟକୁ ମିସାଇ ଆମାଜନ ଏ ପର୍ଯ୍ୟନ୍ତ ପାଖାପାଖି ୩୦ ହଜାର କର୍ପୋରେଟ ପୋଜିସନସ୍ ସମାପ୍ତ କରିବା ଯୋଜନା ଉପରେ କାମ କରୁଛି। ରିପୋର୍ଟ ଅନୁସାରେ ଆମାଜନର ଛଟେଇ ପ୍ରଭାବ ଏହାର କେତେକ ବଡ଼ ଡିପାର୍ଟମେଣ୍ଟ ଉପରେ ପଡିବ। ଏଥିରେ ଆମାଜନ ୱେବ୍ ସର୍ଭିସେସ୍ (ଏଡବ୍ଲୁଏସ), ରିଟେ୍ଲ ବିଜନେସ୍, ପ୍ରାଇମ ଭିଡିଓ ଏବଂ ଏଚଆର ଭଳି ସେକ୍ଟର ସାମିଲ ଅଛି।

ଆମାଜନ ସ୍ୱୀକାର କରିଛି ଯେ କୋଭିଡ-୧୯ କାଳରେ କମ୍ପାନୀ ଦ୍ରୁତ ନିଯୁକ୍ତି ପ୍ରକ୍ରିୟା ହାତକୁ ନେଇଥିଲା। କାରଣ ସେ ସମୟରେ ଅନାଲାଇନ ସପିଂ, କ୍ଲାଉଡ ସର୍ଭିସ ଓ ଡିଜିଟାଲ କଣ୍ଟେଣ୍ଟ ଚାହିଦା ଅଚାନକ ବହୁତ ବଢିଯାଇଥିଲା। ଏବେ ମାର୍କେଟ ସ୍ୱଭାବିକ ହୋଇଥିବା ବେଳେ ଏହି ଓଭର ହାଇରିଂ କମ୍ପାନୀ ପାଇଁ ଅତିରିକ୍ତ ବୋଝ ପାଲଟିଯାଇଛି। ତେବେ ଏହି କର୍ମଚାରୀ ଛଟେଇର ଆଉ ଏକ ବଡ଼ କାରଣ ହେଉଛି ଏଆଇ ଆଧାରିତ ଟୁଲସ୍ ବର୍ଦ୍ଧିତ ଉପଯୋଗ।

ଆମାଜନ ତାର କେତେକ ଅପରେସନାଲ ଓ କର୍ପୋରେଟ କାମରେ ଏଆଇ ଟୁଲସକୁ ସାମିଲ କରୁଛି। ଏଣୁ କିଛି ପଦପଦବୀର ଆବଶ୍ୟକତା ସମାପ୍ତ ହୋଇ ଯାଇଛି। ଏଥିରେ କମ୍ପାନୀର ଟପ ଏକଜ୍ୟୁକୁଟିଭଙ୍କ କହିବା କଥା ହେଉଛି ଏହି ନିଷ୍ପତ୍ତି କେବଳ ଖର୍ଚ୍ଚ ହ୍ରାସ ପାଇଁ ନୁହେଁ ଆମାଜନ ତା ମ୍ୟାନେଜମେଣ୍ଟର ଅଣ ଜରୁରି ଲୟରକୁ କମ୍ କରିବାକୁ ଚାହୁଁଛି। ତେବେ ଆମାଜନ ଏହା ବି କହିଛି ଯେ ଜବ୍ କଟ୍ ଯୋଗୁ ପ୍ରଭାବିତ ହେବାକୁ ଥିବା କର୍ମଚାରୀଙ୍କୁ ଜରୁରି ସପୋର୍ଟ ଦିଆଯିବ।