କେଦାରନାଥ ଧାମରେ ମୋବାଇଲ୍-କ୍ୟାମେରା ନେବା ମନା, ନିୟମ ଉଲ୍ଲଂଘନ କଲେ ଦେବାକୁ ପଡିବ ଜରିମାନା

NEWS7
agnikanda-at-basudevpur-22-family-are-suffered

ନୂଆଦିଲ୍ଲୀ ୩୧।୦୧; କେଦାରନାଥ ଧାମରେ ଏବେ ଦର୍ଶନ ସମୟରେ ମୋବାଇଲ୍ ଫୋନ୍ ଏବଂ କ୍ୟାମେରା ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯିବ। ମନ୍ଦିର ପରିସରରେ ଫଟୋ, ଭିଡିଓ କିମ୍ବା ସୋସିଆଲ ମିଡିଆ ରିଲ୍ସ ବନାଇବା ଘଟଣାରେ କ୍ରମାଗତ ବୃଦ୍ଧିକୁ ଦେଖି ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଏବଂ ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏକ କଡ଼ା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି । ନୂଆ ବ୍ୟବସ୍ଥା ଲାଗୁ ହେବା ପରେ କୌଣସି ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରେ ମୋବାଇଲ୍ ବ୍ୟବହାର କରିବାକୁ ଅନୁମତି ମିଳିବ ନାହିଁ । ନିୟମ ଉଲ୍ଲଂଘନ କଲେ ବଡ ଜରିମାନା ଆଦାୟ କରାଯିବ।

ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବା କେଦାରଙ୍କ ଦର୍ଶନ ପାଇଁ ଧାମକୁ ଆସିଥାନ୍ତି । କିନ୍ତୁ ବିଗତ କିଛି ବର୍ଷ ମଧ୍ୟରେ ମନ୍ଦିର ପରିସର ଭିତରେ ମୋବାଇଲ୍ ବ୍ୟବହାର କରିବା, ଫଟୋ ଉଠାଇବା ଏବଂ ରିଲ୍ସ ବନାଇବା ଘଟଣା ବହୁତ ବଢ଼ିଯାଇଛି । ଏହାଦ୍ୱାରା ମନ୍ଦିରର ପରମ୍ପରା ପ୍ରଭାବିତ ହେବା ସହ ଦର୍ଶନ ପାଇଁ ଲାଇନରେ ଠିଆ ହୋଇଥିବା ଅନ୍ୟ ଶ୍ରଦ୍ଧାଳୁମାନଙ୍କୁ ମଧ୍ୟ ଅସୁବିଧା ହେଉଛି । ଅନେକ ସମୟରେ ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ବାଧା ସୃଷ୍ଟି କରୁଛି ।

ଏହି କାରଣରୁ ପ୍ରଶାସନ ଏଥର କଡ଼ାକଡ଼ି ଭାବେ ମୋବାଇଲ୍ ବ୍ୟାନ୍ ଲାଗୁ କରିବାକୁ ପ୍ରସ୍ତୁତ ହେଉଛି । ଏହାପୂର୍ବରୁ ମଧ୍ୟ ମୋବାଇଲ୍ ଉପରେ କଟକଣା ଲଗାଯାଇଥିଲା, କିନ୍ତୁ ତାହା ସମ୍ପୂର୍ଣ୍ଣ ପ୍ରଭାବଶାଳୀ ହୋଇପାରି ନଥିଲା । ଅନେକ ଶ୍ରଦ୍ଧାଳୁ ନିୟମକୁ ଅଣଦେଖା କରି ମୋବାଇଲ୍ ଭିତରକୁ ନେଇ ଯାଉଥିଲେ ।ଏଥର କିନ୍ତୁ ନିୟମକୁ କଡ଼ାକଡ଼ି ପାଳନ କରାଯିବ ଏବଂ ନିୟମ ଭାଙ୍ଗୁଥିବା ଲୋକଙ୍କ ଉପରେ ଜରିମାନା ଲଗାଯିବ।