ଶ୍ରେୟସଙ୍କ ପରେ ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ, ଦିଲ୍ଲୀ ଆଗରେ ବିଶାଳ ଟାର୍ଗେଟ୍

Published By : Prameya-News7 Bureau | May 24, 2025 IST

ଜୟପୁର: ଆଇପିଏଲ୍ ୨୦୨୫ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଟପ୍-୨ ପାଇଁ ଚାଲିଛି କସରତ। ଏହି କ୍ରମରେ ଆଜି ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳା ଯାଉଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ୮ ଓ୍ଵିକେଟ୍ ହରାଇ ୨୦୬ ବିଶାଳ ସ୍କୋର କରିଛି। ଅଧିନାୟକ ଶ୍ରେୟସ ଆୟର ୫୩ ରନ କରିଥିବା ବେଳେ ମାର୍କସ ଷ୍ଟୋଇନିସ ୪୪ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ମ୍ୟାଚ୍ ଜିତିବା ପାଇଁ ଦିଲ୍ଲୀ ସମ୍ମୁଖରେ ରହିଛି ୨୦୭ ରନର ବିଜୟ ଲକ୍ଷ୍ୟ। ବୋଲିଂରେ ଦିଲ୍ଲୀ ପକ୍ଷରୁ ମୁସ୍ତାଫିଜୁର ରେହମାନ ୩୩ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି। ଏହି ମ୍ୟାଚ୍ ଜିତିଲେ ପଞ୍ଜାବ କିଙ୍ଗ୍ସ ଶୀର୍ଷକୁ ଉଠିବ। 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସକୁ ୮ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ପ୍ରିୟାଂଶ ଆର୍ଯ୍ୟ ୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ପ୍ରଭସିମରନ ଓ ଜୋଶ ଇଙ୍ଗ୍ଲିସ ଦ୍ଵିତୀୟ ଓ୍ଵିକେଟ୍‌ରେ ୪୭  ରନ ଯୋଡ଼ିଥିଲେ। ପ୍ରଭସିମରନ ସିଂ ୨୮ ରନ କରି ପାଭିଲିୟନ ଫେରିଥିଲେ। ନେହଲ ଓ୍ଵେଧରା ୧୬ ରନ ଓ ଶଶାଙ୍କ ସିଂ ୧୧ ରନ କରି ଆଉଟ୍ ହୋଇଥିଲେ ହେଁ ଅନ୍ୟପଟେ ଅଧିନାୟକ ଶ୍ରେୟସ ଆୟର ଇନିଂସ ସମ୍ଭାଳିଥିଲେ। 

ଆୟର ୩୪ ବଲ୍‌ରୁ ୫୩ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ତେବେ ଶେଷ ଆଡ଼କୁ ମାର୍କସ ଷ୍ଟୋଇନିସ ୧୬ ବଲ୍‌ରୁ ୩ ଚୌକା ଓ ୪ ଛକା ସହ ୪୪ ରନର ବିସ୍ଫୋରକ ଇନିଂସ ଖେଳିବାରୁ ଦଳ ୬ ଓ୍ଵିକେଟ୍ ହରାଇ ୨୦୬ ରନର ବିଶାଳ ସ୍କୋର କରିଛି।ବୋଲିଂରେ ଦିଲ୍ଲୀ ପକ୍ଷରୁ ମୁସ୍ତାଫିଜୁର ରେହମାନ ୪ ଓଭରରେ ୩୩ ରନ ଦେଇ ୩ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ବିପ୍ରଜ ନିଗମ ଓ କୁଲଦୀପ ଯାଦବ ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.