ଜଗାଦର୍ଶନ ହେଲା ଶେଷ ଦର୍ଶନ, ପୁରୀରୁ ସୁନାବେଶ ଦେଖି ଫେରିବା ବେଳେ ଚାଲିଗଲା ଜୀବନ

Published By : Prameya-News7 Bureau | July 08, 2025 IST

ଭଦ୍ରକ : ଲୋକାରଣ୍ୟ ଶ୍ରୀକ୍ଷେତ୍ର। ଜଗାର ଲୀଳାଖେଳା ଦେଖିବାକୁ ଭକ୍ତଙ୍କ ସମାଗମ୍ ଦେଖିବାକୁ ମିଳିଛି। ସେମିତି ଜଣେ ଭକ୍ତ ଜଗା ଦର୍ଶନ ପାଇଁ ପୁରୀ ଯାଇଥିଲେ। ଆଉ ଜଗା ଦର୍ଶନ କରି ସାରି ଟ୍ରେନରେ ଫେରୁଥିଲେ । ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେଲା, ସହଯାତ୍ରୀ ରେଳବାଇ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଷ୍ଟେସନରେ ତୁରନ୍ତ 108 ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ଆମ୍ବୁଲାନ୍ସରେ ନେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଉଛନ୍ତି ନରେନ୍ଦ୍ର ସେଠୀ। ସେ ବାଲେଶ୍ଵର ଜିଲ୍ଲାର ବୋଲି ଜଣା ପଡ଼ିଛି।

ପୁରୀରେ ଜଗନ୍ନାଥଙ୍କ ସୁନାବେଶ ଦର୍ଶନ ପରେ ନରେନ୍ଦ୍ର ସେଠୀ ବାରିପଦା ବାଙ୍ଗିରିପୋଷି ଟ୍ରେନର d6 କୋଚରେ ସ୍ତ୍ରୀଙ୍କ ସହ ଫେରୁଥିଲେ। ଏହି ସମୟରେ ସେ ଟ୍ରେନ୍ ଭିତରେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ । ସହଯାତ୍ରୀମାନେ ତାଙ୍କ ଅବସ୍ଥା ଦେଖି RFF ଓ TTEଙ୍କୁ ଜଣାଇଥିଲେ। ତାଙ୍କୁ ଭଦ୍ରକ ଷ୍ଟେସନରେ ଟ୍ରେନରୁ ବାହାର କରିବା ସହ ରେଳବାଇ ପୋଲିସ ନରେନ୍ଦ୍ରଙ୍କୁ 108 ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇବାର ବନ୍ଦେବସ୍ତ କରିଥିଲା। କିନ୍ତୁ ବାଟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ  ରେଳବାଇ କର୍ତ୍ତୃପକ୍ଷ କିମ୍ବା ମେଡିକାଲ କର୍ତ୍ତୃପକ୍ଷ ଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.