ମିରଟ : ସାଇନା ନେହୱାଲ ଓ ପରୁପଲ୍ଲୀ କଶ୍ୟପଙ୍କ ଅଲଗା ହେବାର ଖବର ପରେ , ଏବେ ଅନ୍ତରାଷ୍ଟ୍ରୀୟ କୁସ୍ତିଯୋଦ୍ଧା ଦିବ୍ୟା କାକରାନ ମଧ୍ୟ ନିଜର ସ୍ୱାମୀ ସଚିନ ପ୍ରତାପ ସିଂହଙ୍କ ଠାରୁ ତଲାକ୍ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ନିଜର ଅନୁଭବକୁ ସେୟାର କରିଛନ୍ତି ଏବଂ ଏହାକୁ ନିଜ ଜୀବନର ସବୁଠୁ କଠିନ ପର୍ଯ୍ୟାୟ ବୋଲି କହିଛନ୍ତି।
ଅର୍ଜୁନ ପୁରସ୍କାର ବିଜେତା ଦିବ୍ୟା କାକରଣ କହିଛନ୍ତି ଯେ, ଏହା ତାଙ୍କ ଜୀବନର ସବୁଠୁ ଭାବନାତ୍ମକ ଭାବେ କଠିନ ପର୍ଯ୍ୟାୟ ଗୁଡ଼ିକ ମଧ୍ୟରୁ ଗୋଟିଏ। ସେ ଲେଖିଛନ୍ତି, ଏଥିରେ ଖୁବ୍ ଯନ୍ତ୍ରଣା, ଚିନ୍ତା ଓ ତ୍ୟାଗ କରିବାକୁ ପଡ଼ିଲା, ଯାହା ବିଷୟରେ ସେ ଜାଣି ନଥିଲେ। ସେ ଆହୁରି କହିଛନ୍ତି ଯେ, ଏହା ତାଙ୍କ ପାଇଁ କିଛି ଏମିତି ଯାହାକୁ ସହଜରେ ସେୟାର କରାଯାଇ ପାରିବ ନାହିଁ, କିନ୍ତୁ ନିଜର ସମର୍ଥକଙ୍କ ସହଯୋଗ କାରଣରୁ ସେ ଏହାକୁ ସେୟାର କରିବାକୁ ଜରୁରୀ ଭାବିଲେ।
ଦିବ୍ୟା କହିଛନ୍ତି, ଏବେ ସେ ଧିରେ ଧିରେ ଠିକ୍ ହେଉଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ, ଜୀବନ କେବେ ଏମିତି ମୋଡ ନେଇ ଯାଏ , ଯାହାକୁ ସେ ଆଶା କରି ନଥାନ୍ତି। ସେ ଏବେ ବି ନିଜକୁ ସ୍ଥିର କରିବାକ ଚେଷ୍ଟା କରୁଛନ୍ତି , ଏହାସହ ଏମିତି ଉପାୟରେ ଆଗକୁ ବଢୁଛନ୍ତି ଯାହାକୁ ସେ କେବେ କଳ୍ପନା କରି ନଥିଲେ। ଦିବ୍ୟା ନିଜର ମାତା-ପିତା ଓ ପରିବାରକୁ ନିଜର ପ୍ରତି ନିଷ୍ପତ୍ତିରେ ସମର୍ଥନ ଦେବା ପାଇଁ କୃତଜ୍ଞତା ଜଣାଇଛନ୍ତି।
ଦିବ୍ୟା କାକରାନ ଜଣେ ଜଣାଶୁଣା କୁସ୍ତିଯୋଦ୍ଧା ଏବଂ ସେ ଅନେକ ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତା ଗୁଡ଼ିକରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ତାଙ୍କର ଏହା ବ୍ୟକ୍ତିଗତ ନିଷ୍ପତ୍ତି ତାଙ୍କର ପ୍ରଶଂସକ ଓ ଶୁଭଚିନ୍ତକଙ୍କ ପାଇଁ ଆଶ୍ଚର୍ଯ୍ୟକର ହୋଇପାରେ। ବର୍ତ୍ତମାନ ଦିବ୍ୟା କାକରାନ ନୋଏଡାରେ ତହସିଲଦାର ପଦରେ କାର୍ଯ୍ୟରତ ଅଛନ୍ତି।
ମୁଜଫରନଗର ନିବାସୀ ଦିବ୍ୟା କାକରାନଙ୍କର ବିବାହ ୨୧ ଫେବ୍ରୁଆରୀ ୨୦୨୩ ରେ , ମିରଟର ଜିମ୍ ଟ୍ରେନର ସଚିନ ପ୍ରତାପ ସିଂହଙ୍କ ସହ ମିରଟରେ କଙ୍କରଖେଡା ସ୍ଥିତ ରିସୋର୍ଟରେ ହୋଇଥିଲା। ଦିବ୍ୟା କାକରାନ ବିବାହର ବର୍ଷକ ପୂର୍ବରୁ ୨୦୨୨ରୁ ସଚିନ ପ୍ରତାପ ସିଂହଙ୍କ ସହ ରିଲେସନସିପ୍ରେ ଥିଲେ। ବିବାହ ପରେ ୨୦୨୪ରେ କମନୱେଲଥ୍ଗେମ୍ସରେ ପଦକ ଜିତିବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ତାଙ୍କୁ ତହସିଲଦାର ପଦରେ ପ୍ରମୋଦ କରି ଦିଆଯାଇ ଥିଲା। ଏହା ପୂର୍ବରୁ ସେ ରେଲୱେରେ ଟିଟି ପଦରେ ମୁତୟନ ଥିଲେ।
ଦିବ୍ୟା କାକରାନ ଭାରତ ପାଇଁ ୨୦୧୮ ଏସଆନ ଗେମ୍ସରେ କାଂସ୍ୟ ପଦକ ଜିତି ଥିଲେ। ଏହାପରେ ଅଲମ୍ପିକ ପାଇଁ କ୍ୱାଲିଫାଏ କରି ଥିଲେ, କିନ୍ତୁ କିଛି କାରଣରୁ ତାଙ୍କୁ ଟୋକିଓ ଅଲମ୍ପିକରେ ଭାଗ ନେବାର ସୁଯୋଗ ମିଳି ନଥିଲା। ସେ ସବୁଠୁ ବଡ଼ ଉପଲବ୍ଧି ୨୦୨୨ରେ ପ୍ରାପ୍ତ କରିଥିଲେ , ଯେବେ ସେ ଇଂଲଣ୍ଡର ବର୍ମିଂହାମରେ ଆୟୋଜିତ କମନୱେଲଥ୍ ଗେମ୍ସରେ କୁସ୍ତିରେ କାଂସ୍ୟ ପଦକ ହାସଲ କରିଥିଲେ। ଏହାପରେ ତାଙ୍କୁ ୨୦୨୩ରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇ ଥିଲା। ଏହାପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନାଏବ ତହସିଲଦାର ପଦରେ ପ୍ରମୋଟ କରାଯାଇ ଥିଲା।