ନୂଆଦିଲ୍ଲୀ ୨୨/୦୭: ୩୮ ଦିନ ପରେ ଉଡ଼ାଣ ଭରିଛି ବ୍ରିଟିଶ ନୌସେନାର ଲଢ଼ୁଆ ବିମାନ F-35B । ମଙ୍ଗଳବାର ଦିନ କେରଳର ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଜେଟ୍ । ହାଇଡ୍ରୋଲିକ୍ ଫେଲ୍ୟୁର୍ ହେତୁ ଉଡ଼ାଣ ଭରିପାରୁନଥିଲା ଜେଟ୍
ବିମାନଟି ମରାମତି କରିବା ପାଇଁ ଜୁଲାଇ ୬ରେ ୨୫ ଜଣିଆ ଇଞ୍ଜିନିୟରଙ୍କ ଏକ ଦଳ ବ୍ରିଟେନରୁ ଭାରତରେ ପହଞ୍ଚିଥିଲା । ମିଳିତ ସାମୁଦ୍ରିକ ଅଭ୍ୟାସର ଅଂଶ ସ୍ୱରୂପ ଏହା ଜୁନ୍ ୧୪ ରାତିରେ ଆରବ ସାଗର ଉପରେ ଏକ ନିୟମିତ ଉଡ଼ାଣରେ ଥିଲା।
#WATCH | Kerala: The British Navy's F-35 fighter aircraft, which made an emergency landing at Thiruvananthapuram International Airport on June 14, takes off from the airport. pic.twitter.com/RT9vlsL73W
— ANI (@ANI) July 22, 2025
ଖରାପ ପାଗ ଓ କମ୍ ଇନ୍ଧନ ଯୋଗୁଁ, କେରଳର ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଅବତରଣ ପରେ, ଜେଟ୍ଟିରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଲା, ଯାହା ଯୋଗୁଁ ଏହା ଫେରି ପାରିଲା ନାହିଁ। ୯୧୮ କୋଟି ଟଙ୍କାର ଏହି ବିମାନ ବ୍ରିଟେନର ରୟାଲ୍ ନୌସେନାର HMS ପ୍ରିନ୍ସ ଅଫ୍ ୱେଲ୍ସ କ୍ୟାରିଅର୍ ଷ୍ଟ୍ରାଇକ୍ ଗ୍ରୁପ୍ର ଅଂଶ । ଏହାକୁ ବିଶ୍ୱର ସବୁଠାରୁ ଉନ୍ନତ ଲଢ଼ୁଆ ବିମାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ।
ସେପଟେ ବ୍ରିଟିଶ ହାଇ କମିଶନ ଭାରତ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ବ୍ରିଟିଶ ହାଇ କମିଶନର ଜଣେ ମୁଖପାତ୍ର କହିଛନ୍ତି, 'F-35B ବିମାନ ଆଜି ଯାତ୍ରା କରିଛି । ଜୁଲାଇ ୬ରୁ ନିୟୋଜିତ ବ୍ରିଟିଶ ଇଞ୍ଜିନିୟରିଂ ଦଳ ମରାମତି ଓ ସୁରକ୍ଷା ଯାଞ୍ଚ ସମାପ୍ତ କରିଛି । ବିମାନକୁ ସକ୍ରିୟ ସେବାରେ ଲଗାଇବାକୁ ଅନୁମତି ଦେଇଛି । ମରାମତି ଓ ପୁନରୁଦ୍ଧାର ପ୍ରକ୍ରିୟା ସମୟରେ ଭାରତୀୟ କର୍ତ୍ତୃପକ୍ଷଙ୍କ ସହଯୋଗ ପାଇଁ ବ୍ରିଟେନ ବହୁତ କୃତଜ୍ଞ । ଆମେ ଭାରତ ସହିତ ଆମର ପ୍ରତିରକ୍ଷା ସହଭାଗୀତାକୁ ଆହୁରି ମଜବୁତ କରିବାକୁ ଅପେକ୍ଷା କରୁଛୁ।'