ଦୁନିଆ ଦିନେ ନା ଦିନେ ଶେଷ ହେବ । ଡାଇନୋସରଙ୍କ ପରି ପୃଥିବୀରୁ ଲୋପ ପାଇଯିବେ ମଣିଷ । କିନ୍ତୁ ମଣିଷଙ୍କ ପରେ ବିଶ୍ବରେ କିଏ କରିବ ରାଜ୍ ? ବିଶେଷଜ୍ଞମାନେ ଏହି ରହସ୍ୟ ଉପରୁ ଉଠେଇଛନ୍ତି ପରଦା । ବୈଜ୍ଞାନିକଙ୍କ ଅନୁଯାୟୀ ମଣିଷଙ୍କ ପରେ ବିଶ୍ବରେ ରାଜ୍ କରିବ ଏକ ଜୀବ ।
ଯେତେବେଳେ ମଣିଷ ପୃଥିବୀରୁ ଲୋପ ପାଇଯିବ ସେତେବେଳେ ୮ଗୋଡ ବିଶିଷ୍ଠ ଜୀବ କରିବ ରାଜ୍ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ଏହା ସତ । ବୈଜ୍ଞାନିକଙ୍କ ଅନୁଯାୟୀ ପୃଥିବୀରେ ନିଜ କାୟା ବିସ୍ତାର କରିବ ଅକ୍ଟୋପସ୍ । ଅକ୍ସପୋର୍ଡ ୟୁନିଭର୍ସିଟି ଜୀବବିଜ୍ଞାନୀ ଟିମ କଲସନ ଏହି ଗବେଷଣା କରିଛନ୍ତି । ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।
ବର୍ତ୍ତମାନ ସମୂଦ୍ର ଜୀବରେ ଅକ୍ଟୋପସକୁ ସବୁଠାରୁ ବୁଦ୍ଧିମାନ ଜଳଚର ବୋଲି କୁହାଯାଇଥାଏ । ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ମନୁଷ୍ୟ ଯଦି ପୃଥିବୀ ପୃଷ୍ଠରୁ ଲୋପ ପାଇଯିବ, ତେବେ ଏହି ଆଠଟି ଗୋଡ ଥିବା ପ୍ରାଣୀ ରାଜୁତି କରିବ ।
ସେମାନେ ପାଣି ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର କଲୋନୀ ପ୍ରସ୍ତୁତ କରି ବଞ୍ଚିବେ । ସେମାନେ ପରବର୍ତ୍ତୀ ସଭ୍ୟତା ନିର୍ମାଣ କରିବେ ବୋଲି ମଧ୍ୟ ଆକଳନ କରାଯାଇଛି । ଅକ୍ଟୋପସ ଜଟିଳ ସମସ୍ୟାରେ ନିଜକୁ ପରିବର୍ତ୍ତନ କରିପାରିଥାଏ । ଆବଶ୍ୟକ ପଡିଲେ ପରିସ୍ଥିତି ଅନୁସାରେ ଛଦ୍ମ ରୂପ ମଧ୍ୟ ନେଇପାରେ । ତାଙ୍କୁ ଯଦି ଉପଯୁକ୍ତ ପରିବେଶ ମଳିବ ତେବେ ସେମାନଙ୍କ ବୁଦ୍ଧି ଆହୁରି ବିକଶିତ ହେବ ।
ବୈଜ୍ଞାନିକମାନେ କହିଛନ୍ତି ଦିନେ ଏପରି ସମୟ ଆସିବ ପୃଥିବୀ ପୃଷ୍ଠରେ ମନୁଷ୍ୟ ବଂଚି ରହିବା କଷ୍ଟକର ହୋଇପଡିବ । ଜଳବାୟୁ ପରିବର୍ତନ ଓ ଯୁଦ୍ଧ ହେବ ଏହାର ମୂଖ୍ୟ କାରଣ । ମଣିଷ ପରି ଅନ୍ୟ କ୍ଲାଇମେଟ ଜୀବ ଏ ଭଳି ପରିସ୍ଥିତିରେ ନିଜକୁ ବଂଚାଇ ରଖିପାରିବେ ନାହିଁ । ଅକ୍ଟୋପସ ଭୂପୃଷ୍ଠରେ ମଧ୍ୟ ବଂଚି ରହିବା ଦକ୍ଷତା ରଖିଛି । ପାଣି ବାହାରେ ୩୦ ମିନିଟରୁ ଅଧିକ ସମୟ ଏହା ବଞ୍ଚିପାରିବ ।
ଯଦି ମଣିଷ ସମୂଦ୍ର ମଧ୍ୟରେ ଶିକାର କରିବା ପନ୍ଥା ବାହାର କରିପାରୁଛି, ତେବେ ଅକ୍ଟୋପସ ମଧ୍ୟ ସ୍ଥଳ ଭାଗରେ ନିଜ ଖାଦ୍ୟ ସଂଗ୍ରହ କରିନେବ । ଆଉ ଡାଇନୋସର ଭଳି ପୃଥିବୀରେ କରିବ ରାଜ୍। ଏହାସହିତ ଏମାନେ ଲକ୍ଷ ଲକ୍ଷ ବର୍ଷ ସ୍ଥଳଭାଗରେ ଶିକାର କରି ଦକ୍ଷ ଶିକାରୀ ହୋଇପାରିବେ । ମଣିଷ ବିଲୁପ୍ତ ହେବା ପରେ ଏହି ଆଠଗୋଡିଆ ପ୍ରାଣୀମାନେ ଆମ ଗ୍ରହକୁ ଶାସନ କରିବେ ।