Bullet Train: ପ୍ରଥମେ କେଉଁ ରୁଟ୍‌ରେ ଦୌଡ଼ିବ ବୁଲେଟ୍ ଟ୍ରେନ୍ ? ସୂଚନା ଦେଲେ ରେଳ ମନ୍ତ୍ରୀ

NEWS7
after-csks-win-south-africa-cricket-insulted-faf-du-plessis-imran-tahir-dale-steyn-gave-a-befitting-reply

ନୂଆଦିଲ୍ଲୀ: ଭାରତରେ କେବେ ଦୌଡ଼ିବ ବୁଲେଟ୍ ଟ୍ରେନ୍ ? ଏହାକୁ ନେଇ ବହୁ ଚର୍ଚ୍ଚା ଆଲୋଚନା ଲାଗି ରହିଛି । କିନ୍ତୁ ଏହାରି ଭିତରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବଡ଼ ମନ୍ତବ୍ୟ ଦେଇଛନ୍ତି । ବୁଲେଟ୍ ଟ୍ରେନ ପାଇଁ ଭାରତୀୟଙ୍କୁ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏଥିପାଇଁ କାର୍ଯ୍ୟ ଜୋରସୋରରେ ଜାରି ରହିଛି । ରେଳ ମନ୍ତ୍ରୀଙ୍କ ଅନୁସାରେ, ୨୦୨୭ ଅଗଷ୍ଟ ୧୫ରେ ଦୌଡ଼ିବ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ।

ସେପଟେ ବନ୍ଦେ ଭାରତର ସ୍ଲିପର ଟ୍ରେନ୍ ଚଳିତ ମାସରେ କାର୍ଯ୍ୟକ୍ଷମ ହେବ । ଜାନୁଆରୀ ୧୫ ପରେ ଦେଶରେ ଗଡ଼ିବ ଦୁଇଟି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ପ୍ରଥମ ଟ୍ରେନ୍ ଗୌହାଟୀରୁ କୋଲକାତା ଚାଲିବ । ଏହି ଟ୍ରେନ୍ରେ ୧୧ଟି ୩-ଟାୟାର ଏସି କୋଚ୍, ୪ଟି ଏସି ୨-ଟାୟାର ଏବଂ ଗୋଟିଏ ଫାଷ୍ଟ କ୍ଲାସ୍ ଏସି କୋଚ୍ ରହିଛି । ବନ୍ଦେ ଭାରତ ସ୍ଲିପ୍ର ଟ୍ରେନ୍ରେ ମୋଟ ୧୬ଟି କୋଚ୍ ରହିଛି ।

ସବୁଠାରୁ ବଡ଼ କଥା ହେଉଛି, ବୁଲେଟ୍ ଟ୍ରେନ୍ କେଉଁ ରୁଟ୍ରେ ଚାଲିବ ସେନେଇ କହିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେ କହିଛନ୍ତି, ‘ପ୍ରଥମ ପର୍ଯ୍ୟାୟରେ ସୁରଟରୁ ବିଲିମୋରା ଦୌଡ଼ିବ ବୁଲେଟ୍ ଟ୍ରେନ୍ । ଏହା ପରେ ଭାପିରୁ ସୁରଟ, ଭାପିରୁ ଅହମ୍ମଦାବାଦ ଏବଂ ପରେ ଥାନେରୁ ଅହମ୍ମଦାବାଦ ଗଡ଼ିବ ବୁଲେଟ ଟ୍ରେନ୍ । ଶେଷରେ ମୁମ୍ବାଇରୁ ଅହମ୍ମଦାବାଦ ସେକ୍ସନ ଖୋଲା ହେବ।’

୨୦୨୭ରୁ ବୁଲେଟ୍ ଟ୍ରେନ୍ ଆରମ୍ଭ ହୋଇଯିବା ପରେ ଯାତ୍ରୀ ନିଜେ ଟିକେଟ୍ କରିପାରିବେ ବୋଲି ରେଳ ମନ୍ତ୍ରୀ କହିଛନ୍ତି । ମୁମ୍ବାଇରୁ ଅହମ୍ମଦାବାଦ ଦେଶର ସବୁଠାରୁ ଦ୍ରୁତ ରେଲ୍ କରିଡରର କାର୍ଯ୍ୟ ଜାରି ରହିଛି । ବ୍ରିଜ୍, ଟନେଲ୍, ଟ୍ରାକ୍, ଷ୍ଟେସନ୍ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ଏହି କରିଡରରେ ବୁଲେଟ୍ ଟ୍ରେନ୍ ଘଣ୍ଟା ପ୍ରତି ୩୨୦ କିଲୋମିଟର ବେଗରେ ଗତି କରିବ । ମୁମ୍ବାଇରୁ ଅହମ୍ମଦାବାଦ ଯାତ୍ରା ମାତ୍ର ୨ ଘଣ୍ଟା ସମୟ ଲାଗିବ ।

ବନ୍ଦେ ଭାରତ ସ୍ଲପିର ଟ୍ରେନକୁ ନେଇ ରେଳ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଚଳିତ ମାସ ଆରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୨୦୨୬ର ଦ୍ବିତୀୟାର୍ଦ୍ଧରେ ଏହି ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ବନ୍ଦେ ଭାରତ ଟ୍ରେନ୍ ସାରା ଦେଶରେ ନୂଆ ଆତ୍ମବିଶ୍ବାସ ସୃଷ୍ଟି କରିଛି । ଦେଶର ପ୍ରତି କୋଣରେ ବନ୍ଦେ ଭାରତ ଏକ୍ସପ୍ରେସ ଚଲାଇବା ଲାଗି ଅନୁରୋଧ ହେଉଛି ବୋଲି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।