ଜେଫ୍ରି ଏପଷ୍ଟେଇନ କିଏ, ଏପଷ୍ଟେଇନ ଫାଇଲରେ କାହିଁକି ଟ୍ରମ୍ପଙ୍କୁ ବଞ୍ଚାଇବାକୁ କରାଯାଉଛି ଉଦ୍ୟମ?

NEWS7
after-12th-march-temperature-40-degrees-rise-in-odisha

ନୂଆଦିଲ୍ଲୀ ୨୧।୧୨: ଆମେରିକା ନ୍ୟାୟ ବିଭାଗ ଡିସେମ୍ବର ୧୯ ତାରିଖରେ ଜେଫ୍ରି ଏପଷ୍ଟେଇନ ସମ୍ପର୍କିତ ଡକ୍ୟୁମେଣ୍ଟ ସାର୍ବଜନିକ କରିଛି। ଏହି ଫାଇଲକୁ ଦେଖିଲେ ସ୍ପଷ୍ଟ ଜାଣି ହୋଇଯାଉଛି ଏଥିରେ କାହାକୁ ବଞ୍ଚାଇବାକୁ ଉଦ୍ୟମ କରାଯାଉଛି। ଆମେରିକା ସଂସଦ ଦ୍ୱାରା ଆଇନ ଗ୍ରୁହୀତ କରାଯିବା ପରେ ନ୍ୟାୟ ବିଭାଗ ଫାଇଲ ତ ଜାରି କରିଦେଲେ ହେଲେ ଫିଲ୍ଟର ସହିତ। ତେବେ ଆସନ୍ତୁ ଜାଣିବା ଜେଫ୍ରି ଏପଷ୍ଟେଇନ କିଏ ଓ ମୃତ୍ୟୁ ପରେ ମଧ୍ୟ ଲୋକଙ୍କ ଜୀବନକୁ କିପରି ବିପଦରେ ପକାଉଛି?

ଜେଫ୍ରି ଏପଷ୍ଟେଇନ ଜଣେ ଆମେରିକୀୟ ଫାଇନାନ୍ସର ଥିଲେ। ତାଙ୍କ ବିରୋଧରେ ନାବାଳିକାଙ୍କ ଯୌନ ଶୋଷଣର ଅଭିଯୋଗ ଥିଲା। ଏଥି ପାଇଁ ସେ ନାବାଳିକାଙ୍କ ଟ୍ରାଫିକିଙ୍ଗ ମଧ୍ୟ କରୁଥିଲା। ଜେଫ୍ରି ଏପଷ୍ଟେଇନ ଅଧିକାଂଶ ସେଲିବ୍ରିଟି, ଧନୀକ ଓ ରାଜନେତାଙ୍କୁ ନାବାଳିକା ଯୋଗାଇ ଦେଉଥିଲା। ଏହା ବଦଳେ ସେ ରାଜନେତାଙ୍କ ଠାରୁ ସୁରକ୍ଷା ଓ ପ୍ରତିଷ୍ଠା ପାଉଥିଲା। ଜେଫ୍ରି ଏପଷ୍ଟେଇନ ଜଣେ ସ୍କୁଲ ଶିକ୍ଷକ ଥିଲା ଓ ୧୪ ବର୍ଷରୁ କମ ବାଳିକାମାନଙ୍କୁ ନିଜର ଶିକାର ବନାଉଥିଲା। ଏପଷ୍ଟେଇନର ସମ୍ପର୍କ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ସମେତ ଡୋନାଲ୍ଡ ଟ୍ରମ୍ପ ଏବଂ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ସହ ମଧ୍ୟ ଥିଲା। ନାବାଳିକାଙ୍କ ଟ୍ରାଫିକିଙ୍ଗ ଲାଗି ଦୋଷୀ ସାବ୍ୟସ୍ତ ହେବା ପରେ ଜେଫ୍ରି ୨୦୧୯ ମସିହାରେ ଜେଲରେ ବନ୍ଦୀ ଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲା।

ଆମେରିକା ନ୍ୟାୟ ବିଭାଗ ନିକଟରେ ଜେଫ୍ରି ଏପଷ୍ଟେଇନର ଅନେକ ଫାଇଲ ରହିଛି। ଯେଉଁଥିରେ ୨୦୧୧ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଇ-ମେଲ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। ଏହା ସତ୍ତ୍ୱେ ଡକ୍ୟୁମେଣ୍ଟଗୁଡିକୁ ଏ ପର୍ଯ୍ୟନ୍ତ ସାର୍ବଜନିକ କରାଯାଇ ନଥିଲା। ହେଲେ ଏହି ମାମଲା ଯେତେବେଳେ ବିବାଦର ବିଷୟ ପାଲଟିଗଲା ସଂସଦ ଦ୍ୱାରା ଆଇନ ଗ୍ରୁହୀତ କରି ଏଗୁଡିକୁ ସାର୍ବଜନିକ କରାଯାଇଛି। କିନ୍ତୁ ଯେଉଁଭଳି ଭାବେ କିଛି ଅଂଶକୁ କଳା କରି ଅର୍ଥାତ ରେଡେକ୍ସନ ଜରିଆରେ ଜାରି କରାଗଲା ଲୋକେ ଏବେ ପ୍ରଶ୍ନ କରୁଛନ୍ତି। ଯଦି ଏହା ଗୋପନ ରଖାଯିବାର ଥିଲା, ତେବେ ଜାରି ହେଲା କାହିଁକି?

ଆମେରିକାରେ ଏବେ ଏପଷ୍ଟେଇନ ଡକ୍ୟୁମେଣ୍ଟରୁ ଏହା ଜାଣିବାକୁ ଚେଷ୍ଟା କରାଯାଉଛି ଏପଷ୍ଟେଇନ କାହା ନେଟୱାର୍କରେ କାମ କରୁଥିଲା, କିଏ ସବୁ ତାର ଗ୍ରାହକ ଥିଲେ? ଅର୍ଥାତ ଏପଷ୍ଟେଇନ କେଉଁ ସବୁ ଲୋକଙ୍କୁ ଝିଅ ଯୋଗାଉଥିଲା ?ଏପଷ୍ଟେଇନର ଯେଉଁ ଡକ୍ୟୁମେଣ୍ଟ ଜାରି ହୋଇଛି ଏହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଡକୁ ଖୁବ କମ୍ ଇସାରା କରୁଛି। ହେଲେ ଏଥିରେ ବିଲ୍ କ୍ଲିଣ୍ଟନଙ୍କ ସମ୍ପର୍କରେ ଅଧିକ ସୂଚନା ଦିଆଯାଇଛି। ଏହି ଡକ୍ୟୁମେଣ୍ଟ ଏଥି ପାଇଁ ସନ୍ଦେହ ସୃଷ୍ଟି କରୁଛି କାରଣ ପ୍ରଥମେ ଯେଉଁ ଡକ୍ୟୁମେଣ୍ଟ ଆସିଥିଲା ସେଥିରେ ଟ୍ରମ୍ପଙ୍କ ସହିତ ଏପଷ୍ଟେଇନର ଛବି ଓ ନିକଟର ସମ୍ପର୍କ ସାମ୍ନାକୁ ଆସିଥିଲା।