ଭାରତରେ ସୁନା ତସ୍କରି ମାମଲାରେ ଧରା ପଡ଼ିଲେ ଆଫଗାନୀ କୂଟନୈତିଜ୍ଞ, ଅଭିଯୋଗ ପରେ ଦେଲେ ଇସ୍ତଫା

Published By : Prameya-News7 Bureau | May 04, 2024 IST

abp live

ନୂଆଦିଲ୍ଲୀ: ମୁମ୍ବାଇରେ ଆଫଗାନିସ୍ତାନ ବାଣିଜ୍ୟିକ ଦୂତାବାସର କନସୁଲେଟ୍ ଜେନେରାଲ୍ ଜାକିଆ ଓ୍ଵାରଡାକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନିଜ ବିରୋଧରେ ଆସିଥିବା ସଙ୍ଗୀନ ଅଭିଯୋଗ ପାଇଁ  ଇସ୍ତଫା ଦେଇଥିବା ସେ କହିଛନ୍ତି। ଜେନେରାଲ ଜାକିଆଙ୍କ ଉପରେ କଥିତ ଭାବେ ଦୁବାଇରୁ ୨୫  କିଲୋର ସୁନା ଆଣି ଭାରତରେ ତସ୍କରି କରିଥିବା ଅଭିଯୋଗ ହୋଇଛି।ମୁମ୍ବାଇ ଏୟାରପୋର୍ଟରେ ଭାରତୀୟ ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ) ଏହି ସୁନା ଧରିଛନ୍ତି, ଯାହାର ଆନୁମାନିକ ମୂଲ୍ୟ ୧୮ କୋଟି ଟଙ୍କା ହେବ।

Also read: ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କଲେ ଋଷୀୟ ଗ୍ରାଣ୍ଡ ମାଷ୍ଟର ଗ୍ୟାରୀ କାସ୍ପୋରୋଭ, ଜାଣନ୍ତୁ କହିଲେ କ’ଣ?

ସୁନା ତସ୍କରି ମାମଲାରେ ଡିଆରଆଇର ବୟାନ ସତ୍ତ୍ଵେ ଭାରତୀୟ ପୋଲିସ ଜାକିଆଙ୍କୁ ଗିରଫ କରି ପାରିବ ନାହିଁ। କାରଣ ବୈଦେଶିକ ରାଷ୍ଟ୍ରଦୂତ ହୋଇଥିବାରୁ ଜାକିଆଙ୍କୁ କୂଟନୈତିଜ୍ଞ ସୁରକ୍ଷା ମିଳିଛି। ଏଥିପାଇଁ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ। ନିୟମ ଅନୁସାରେ କୌଣସି ଦେଶର ରାଜଦୂତଙ୍କୁ ପୋଲିସ ଗିରଫ କରିପାରିବ ନାହିଁ। କିନ୍ତୁ ସମନ୍ଧିତ ଦେଶଠୁ ରାଷ୍ଟ୍ରଦୂତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନୈତିକ ଆଶା କରାଯାଇ ପାରିବ। 

ଜାକିଆ ନିଜ ଇସ୍ତଫାରେ କହିଛନ୍ତି ଯେ, ଗତ ବର୍ଷଠୁ ତାଙ୍କୁ ଏବଂ ତାଙ୍କ ପରିବାର ଓ ସଂପର୍କୀୟଙ୍କ ଉପରେ ବ୍ୟକ୍ତିଗତ ହମଲା କରାଯାଉଛି। ଏହାର ପ୍ରଭାବ ତାଙ୍କ ଉପରେ ପଡ଼ୁଛି ଏବଂ ସେ ସୂଚାରୁ ଭାବେ ନିଜର କାମ କରିପାରୁ ନାହାନ୍ତି। 

ସେ କହିଛନ୍ତି ଏହି ଧରଣର ଅଭିଯୋଗ ଲଗାଯାଇ ତାଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି। ସେ ନିଜ ଦେଶର ସେବା କରି ସକରାତ୍ମକ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ସାଂପ୍ରତିକ ସ୍ଥିତିକୁ ଦେଖି ସେ ନିଜ ପଦରୁ ଇସ୍ତଫା ଦେବାକୁ କଠିନ ନିଷ୍ପତ୍ତି ନେଇଛି। ଆଫଗାନିସ୍ତାନ ସରକାରଙ୍କ ପକ୍ଷରୁ ଏହି ମାମଲାରେ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.