ଭୁବନେଶ୍ୱର ୦୯।୦୮ : ବିଜେଡି ପାଳିଲା ବିଶ୍ଵ ଆଦିବାସୀ ଦିବସ । ଭାରତର ସ୍ଵାଧୀନତା ସଂଗ୍ରାମରେ ଆଦିବାସୀ ନେତାମାନେ ବହୁତ ବଡ଼ ଭୂମିକା ଗ୍ରହଣ କରିଛନ୍ତି । ଏହାକୁ ମନେପକେଇବା ପାଇଁ ଆଜିର ଦିନରେ ମହାନ ସହିଦ ଆଦିବାସୀମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛି ବିଜେଡି।
ଆଦିବାସୀ ସଂଗ୍ରାମୀ ବିର୍ସା ମୁଣ୍ଡା, ଚକରା ବିଶୋଇ, ପଣ୍ଡିତ ରଘୁନାଥ ମୂର୍ମୁ , ସହିଦ ଲକ୍ଷ୍ମଣ ନାୟକଙ୍କ ସହ ବିପ୍ଳବୀ ଧରଣୀଧର ନାୟକଙ୍କ ପ୍ରତିମୂର୍ତ୍ତିରେ ମଲ୍ୟପର୍ଣ୍ଣ କରିଛନ୍ତି ବିଜେଡି ନେତାଗଣ। ନବୀନ ପଟ୍ଟନାୟକ ସବୁବେଳେ ଆଦିବାସୀମାନଙ୍କୁ ସମ୍ମାନ ଦେଇ ବିଭିନ୍ନ ଖେଳ ପଡିଆ ସହ ହସ୍ପିଟାଲ ଆଦିକୁ ନାମିତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ଆଜି ଦିନସାରା ଆମେ ଏହି ଆଦିବାସୀ ଦିବସକୁ ବଡ଼ ଧୁମ୍ ଧାମରେ ପାଳନ କରିବୁ। ସକାଳୁ ବହୁ ଆଦିବାସୀ ସ୍ଵାଧୀନତା ସଂଗ୍ରାମୀଙ୍କୁ ପୁଷ୍ପାଞ୍ଜଳି ଦିଆଯାଇଛି। ଏହାପରେ ଶଙ୍ଖ ଭବନରେ ଏହି କାର୍ଯ୍ୟକ୍ରମକୁ ବଡ଼ ଆଡମ୍ବର ସହ ପାଳନ କରାଯିବ ବୋଲି କହିଛନ୍ତି ବିଜେଡି ନେତା ସୁଦାମ ମାରାଣ୍ଡି ।