ମକର ରାଶି ବ୍ୟକ୍ତିଙ୍କୁ ସବୁ କାର୍ଯ୍ୟରେ ସଫଳ ହେବେ, ନୂତନ ସମ୍ପତ୍ତି କ୍ରୟ କରିବା ପାଇଁ ମଧ୍ୟ ଭଲ ସମୟ

NEWS7
adipurush-actor-prabhas-fees-hike-120-crore

ମେଷ- କୌଣସି କଥାକୁ ନେଇ ମନ ଭାରାକ୍ରାନ୍ତ ରହିପାରେ ଏବଂ ମନସ୍ତାପ ଅନୁଭବ କରିପାରନ୍ତି।ତେଣୁ ନିଜର ଚିନ୍ତାଧାରାକୁ ସକାରାତ୍ମକ ରଖିବାକୁ ଚେଷ୍ଟା କରନ୍ତୁ।ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଅଧିକ ଏକାଗ୍ର ହେବା ଆବଶ୍ୟକ।

ବୃଷ - ଘାତବାର ରହିଛି, ତେଣୁ ସତର୍କ ରୁହନ୍ତୁ। କିନ୍ତୁ କର୍ମକ୍ଷେତ୍ରରେ ଶୁଭଫଳ ମିଳିବ ଏବଂ ଆପଣଙ୍କର ପଦୋନ୍ନତି ହେବାର ସୁଯୋଗ ସୃଷ୍ଟି ହେଉଛି। ଆର୍ଥିକ ସ୍ଥିତିରେ ସାମାନ୍ୟ ସୁଧାର ଆସିବ।

ମିଥୁନ- ନିଜର ବୁଦ୍ଧି ବଳରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରିବେ ଏବଂ ଶତ୍ରୁ ବିଜୟ କରିବେ। କର୍ମକ୍ଷେତ୍ରରେ ଆପଣଙ୍କର ଦକ୍ଷତା ପ୍ରମାଣିତ ହେବ। ସାମାଜିକ ସ୍ତରରେ ପ୍ରଶଂସିତ ହେବା ସହ ନୂତନ କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ।

କର୍କଟ- ବିପଦ ସମୟରେ ନିଜର ଆତ୍ମୀୟ ବା ବନ୍ଧୁମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ ଏବଂ ବନ୍ଧୁ ସାହାଯ୍ୟ ଯୋଗୁ ଅନେକ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବ। ପାରିବାରିକ ସମ୍ପର୍କରେ ମଧୁରତା ଆସିବ।

ସିଂହ- ଘାତବାର ରହିଛି, ତେଣୁ ଶରୀର ପ୍ରତି ବିଶେଷ ସାବଧାନ ରୁହନ୍ତୁ। ହଠାତ୍ କୌଣସି ଆଘାତ ଲାଗିବାର ଆଶଙ୍କା ରହିଛି। ଯାନବାହନ ଚଳାଇବା ବେଳେ ବା ଗାଡ଼ି ମୋଟର ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

କନ୍ୟା- ଘାତବାର ହେଲେ ମଧ୍ୟ ନିଜ କାର୍ଯ୍ୟରେ ଆପଣ ସଫଳତା ପାଇବେ ଏବଂ କର୍ମେ ଖୁସି ଅନୁଭବ କରିବେ। ବ୍ୟବସାୟରେ ନୂତନ ଗ୍ରାହକ ଜୁଟିବେ। ତଥାପି, ଅପ୍ରତ୍ୟାଶିତ ସମସ୍ୟା ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତୁ।

ତୁଳା- କ୍ୟାରିୟର ପାଇଁ ଏକ ଭଲ ଦିନ ଏବଂ ଆପଣ କର୍ମେ ଉନ୍ନତି କରିବେ। ସହକର୍ମୀମାନଙ୍କ ସହଯୋଗ ଯୋଗୁଁ ନୂତନ ପ୍ରକଳ୍ପରେ ଆଗେଇବେ। ଆର୍ଥିକ ନିବେଶ ପାଇଁ ଦିନଟି ଶୁଭ ରହିବ।

ବିଛା- ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ, ବିଶେଷ କରି ଥଣ୍ଡା ବା ଶ୍ୱାସଜନିତ ସମସ୍ୟା ଦେଖାଦେଇପାରେ। ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ସାମାନ୍ୟ ବାଧା ପାଇପାରନ୍ତି।

ଧନୁ- ଘାତ ଚନ୍ଦ୍ର ରହିଛି, ତେଣୁ ପରିବାରରେ କୌଣସି କଥାକୁ ନେଇ ଅଶାନ୍ତି ଦେଖାଦେଇପାରେ। ମନ ଚଞ୍ଚଳ ରହିବ ଏବଂ କାର୍ଯ୍ୟରେ ବାଧା ଉପୁଜିପାରେ। କାହାରି ସହ ଯୁକ୍ତିତର୍କ କରନ୍ତୁ ନାହିଁ।

ମକର- ସବୁ କାର୍ଯ୍ୟରେ ସଫଳ ହେବେ। ଆପଣଙ୍କର ପରାକ୍ରମ ବୃଦ୍ଧି ପାଇବ ଏବଂ ଆର୍ଥିକ ଲାଭ ହେବାର ଯୋଗ ଅଛି। ନୂତନ ସମ୍ପତ୍ତି କ୍ରୟ କରିବା ପାଇଁ ମଧ୍ୟ ଭଲ ସମୟ।

କୁମ୍ଭ- ମାନ ମର୍ଯ୍ୟାଦା ବୃଦ୍ଧି ପାଇବ ଏବଂ ବିଭିନ୍ନ କ୍ଷେତ୍ରରେ ଆପଣ ସମ୍ମାନିତ ହେବେ। କର୍ମକ୍ଷେତ୍ରରେ ଆପଣଙ୍କର ପ୍ରତିଭା ସମସ୍ତଙ୍କୁ ଆକର୍ଷିତ କରିବ।ପାରିବାରିକ ଜୀବନ ସୁଖମୟ ହେବ।

ମୀନ- ସନ୍ଧ୍ୟା ପର୍ଯ୍ୟନ୍ତ ନିଜ ରାଶିରେ ଚନ୍ଦ୍ର ଥିବାରୁ ଆପଣଙ୍କ ପାଇଁ ସୌଭାଗ୍ୟର ଦିନ ଏବଂ ଅଭୂଷଣ ପ୍ରାପ୍ତିର ଯୋଗ ଅଛି। ମନ ପ୍ରସନ୍ନ ରହିବ ଏବଂ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682