ପ୍ରସ୍ତାବିତ ନୂଆ ଆଞ୍ଚଳିକ ଦଳର ଆଭିମୁଖ୍ୟ ସ୍ପଷ୍ଟ କଲେ ମୋକିମ୍, ମାଗଣା ଯୋଜନାକୁ ସମର୍ଥନ କରିବନି ନୂଆ ଦଳ

NEWS7
adhara-pana-niti-of-holy-trinity-in-puri-today

କଟକ ୪।୧: ଓଡ଼ିଶାରେ ଗଠନ ହେବ ନୂଆ ଆଞ୍ଚଳିକ ଦଳ । ବିଜେପି ବିଜେଡି ଏବଂ କଂଗ୍ରେସକୁ ଦେହ ଟକ୍କର । ଓଡ଼ିଶା ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଂକେତ ଦେଇଛନ୍ତି ବରିଷ୍ଠ ରାଜନେତା ମହମ୍ମଦ ମୋକିମ୍ । ପ୍ରସ୍ତାବିତ ନୂଆ ଆଞ୍ଚଳିକ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ମୋକିମ୍ । ନୂଆ ଆଞ୍ଚଳିକ ଦଳ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ କାମ କରିବ । ଦଳରେ ମଦ ବିରୋଧୀ ଆନ୍ଦୋଳନକାରୀଙ୍କୁ ପ୍ରାଧାନ୍ୟ ଦିଆଯିବ । ଅବକାରୀ ରାଜସ୍ବକୁ ଖଣି ବିଭାଗ ଭରଣା କରିପାରିବ ।

ମୋକିମ୍ ଆହୁରି କହିଛନ୍ତି, ନୂଆ ଆଞ୍ଚଳିକ ଦଳ ମାଗଣା ଯୋଜନାକୁ ସମର୍ଥନ କରିବ ନାହିଁ । ମାଗଣା ଯୋଜନା ବଦଳରେ ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ଯୋଜନା ହେବ । ରାଜ୍ୟର ଉଦୀୟମାନ ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ଦଳରେ ସାମିଲ କରାଯିବ ।

ରାଜ୍ୟରେ ଏବେ ରାଜନୈତିକ ଶୂନ୍ୟସ୍ଥାନ ରହିଛି । ଶାସନକୁ ଆସିବା ପରେ ବିଜେପି ସୁଶାସନ ଦେବାରେ ବିଫଳ ହୋଇଛି । ଲୋକେ ବିଜେଡି ଓ କଂଗ୍ରେସକୁ ପରୀକ୍ଷା କରିସାରିଛନ୍ତି । ଓଡ଼ିଶାର ଲୋକ ରାଜନୈତିକ ବିକଳ୍ପ ଚାହୁଁଛନ୍ତି ବୋଲି ମହମ୍ମଦ ମୋକିମ୍ କହିଛନ୍ତି ।