ବାଲିଯାତ୍ରା ୨୦୨୫
LIVE TV

ଚର୍ଚ୍ଚାରେ ରୁମ୍ ନଂ ୧୩ : ତିଆରି ହୋଇଥିଲା ଦିଲ୍ଲୀ ବିସ୍ଫୋରଣର ପୂରା ପ୍ଲାନ୍

NEWS7
adhar-not-proof-of-indian-national-says-bombay-hc

ନୂଆଦିଲ୍ଲୀ, ୧୨|୧୧: ଦିଲ୍ଲୀ ବିସ୍ଫୋରଣ ପରେ ପ୍ରତିଦିନ ତଦନ୍ତକାରୀ ସଂସ୍ଥା ହାତରେ ନୂଆ ନୂଆ ସୁରାକ ଲାଗୁଛି । ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ଜେରା କରୁଛି ଏଟିଏସ୍ । ଏସବୁ ଭିତରେ ଫରିଦାବାଦରେ ଥିବା ଫଲହ ୟୁନିଭର୍ସିଟି ଏବେ ବିବାଦରେ । ଏହାର ୧୭ ନମ୍ବର ବିଲ୍ଡିଂର ୧୩ ନମ୍ବର ରୁମରେ ଆକ୍ରମଣର ଗେମ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି । ଏନେଇ ଅନେକ ପ୍ରମାଣ ଏଟିଏସ ହାତରେ ଲାଗିଛି ।

ଷଡଯନ୍ତ୍ରର ମୁଖ୍ୟ କିଏ ତାହାର ଖୁଲାସା କରିଛି ଏଟିଏସ । ଆଶଙ୍କା କରାଯାଉଛି ଯେ, ଡାଃ ସାହିନ୍ ଅଂନସାରୀ ପାଖରେ ସମସ୍ତ ତଥ୍ୟ ଥିଲା । ତାକୁ ବିସ୍ଫୋରକ ସାମଗ୍ରୀ ସହ ଗିରଫ କରାଯାଇଥିଲା । ଆରମ୍ଭରେ ସେ କିଛି କହି ନଥିଲା । କିନ୍ତୁ ପରେ ଧିରେ ଧିରେ ସେ ସତ କହିବା ଆରମ୍ଭ କରିଥିଲା ।

ସାହିନର ପିତା ଜଣେ ଅବସରପ୍ରାପ୍ତ ବନ କର୍ମଚାରୀ । ସେ କହିଛନ୍ତି ଯେ, ଦେଢ ବର୍ଷ ହେଲା ଝିଅ ପରିବାର ସହ ସମ୍ପର୍କ ରଖିନଥିଲେ । ତିନି ସନ୍ତାନ ମଧ୍ୟରୁ ସାହିନ ବହୁତ ସିଧାସାଧା ଥିଲେ । କିନ୍ତୁ ୨୦୧୩ରେ ସେ ମେଡିକାଲ କଲେଜରୁ ଚାକିରି ଛାଡିଦେଇଥିଲେ ।ପ୍ରଥମେ କାନପୁରର ଏକ ହସ୍ପିଟାଲରେ ସେ ଆସିଷ୍ଟାଣ୍ଟ ପ୍ରଫେସର ଥିଲେ । କିନ୍ତୁ ବିନା କୌଣସି ନୋଟିସରେ ଚାକିରି ଛାଡିଥିଲେ । ଏହାପରେ ସେ ୨୦୧୫ରେ ମହାରାଷ୍ଟ୍ରର ଜାଫର ଖାନଙ୍କୁ ବିବାହ କରିଥିଲେ ମଧ୍ୟ ଏହା ବେଶି ଦିନ ଚାଲିନଥିଲା ।

୨୦୨୧ରେ ଲଗାତାର ଅନୁପସ୍ଥିତି କାରଣରୁ ତାଙ୍କୁ ଚାକିରିରୁ ବିଦା କରାଯାଇଥିଲା । ପରେ ସେ ଫରିଦାବାଦ ଚାଲି ଯାଇଥିଲେ । ସେଠାରେ ତାଙ୍କର ଡାକ୍ତର ମୁଜମ୍ମିଲ୍ ସହ ଦେଖା ହୋଇଥିଲା । ଫଲହ ୟୁନିଭର୍ସିଟିରେ ଉଭୟ ମିଶି କାମ କରିଥିଲେ । ରୁମ ନମ୍ବର ୧୩ରେ ମିଳିଥିବା ଅନେକ କାଗଜପତ୍ରରେ ଗୁରୁତ୍ବପୂର୍ଣ୍ଣ ସୁରାକ ରହିଛି ।

ଏଟିଏସର କହିବାନୁସାରେ, ସାହିନଙ୍କ ଗିରଫଦାରୀ ପରେ ଭାଇ ପରଭେଜ ଉପରେ ସନ୍ଦେହ ବଢିଥିଲା । ତାଙ୍କ ଘରେ ମଧ୍ୟ ରେଡ୍ ହୋଇଛି । ଲାପଟପ୍ ସହ ମୋବାଇଲ ଏବଂ ପେନ୍ ଡ୍ରାଇଭ୍ ଜବତ କରାଯାଇଛି । ପରଭେଜ ବ୍ୟକ୍ତିଗତ କରାଣ ଦର୍ଶାଇ ମେଡିକାଲ କଲେଜରୁ ଇସ୍ତଫା ଦେଇଥିଲା । ଉଭୟ ମିଶି ବଡ ମିଶନରେ କାମ କରୁଥିବା ଜଣାପଡିଛି ।

ମୁଜମ୍ମିଲ କହିଥିଲା ସାହିନ୍ ନାଁ

ମୁଜମିଲ ଘରୁ ପୋଲିସ ଏକ-୪୭ ଏବଂ ବିସ୍ପୋରକ ଜବତ କରିଥିଲା । ତାକୁ ଜେରା ବେଳେ ସେ ସାହିନ୍ ନାଁ କହିଥିଲା । ସମସ୍ତେ ଅଲ ଫଲହ ୟୁନିଭର୍ସିଟିରେ ଦେଖାସାକ୍ଷାତ ହୋଇଥିଲେ । ସାହିନର ଇମେଲରେ କିଛି ବିଦେଶରୁ ଆସିଥିବା ମେଲ୍ ରହିଛି । ଯାହା ବିସ୍ଫୋରଣ ବାବଦରେ ବାହାର ଶକ୍ତିର ହାତ ଥିବା ପ୍ରକାଶ କରୁଛି ।