ଝାରସୁଗୁଡା ୮।୮: ଝାରସୁଗୁଡ଼ା ଏମଭିଆଇଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କର ଶୋ’ କଜ୍ ନୋଟିସ । ଗତ ୧୯ ଏପ୍ରିଲ ୨୦୨୪ ତାରିଖରେ ଲଖନପୁର ବ୍ଲକ ଶରଧା ନିକଟରେ ହୋଇଥିବା ଡଙ୍ଗାବୁଡ଼ି ଘଟଣାରେ MVIଙ୍କୁ ମିଳିଲା କାରଣ ଦର୍ଶାଅ ନୋଟିସ । ଡଙ୍ଗାବୁଡ଼ି ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା । କାର୍ଯ୍ୟରେ ଅବହେଳା ପାଇଁ MVIଙ୍କୁ ଜାରି ହେଲା କାରଣ ଦର୍ଶାଅ ନୋଟିସ ।
ଶୋ’ କଜ୍ ନୋଟିସ୍ ପାଇବାର ଚାରି ଦିନ ମଧ୍ୟରେ ଉତ୍ତର ରଖିବାକୁ ସମୟ ଦେଇଛନ୍ତି ଏଡ଼ିଏମ । ଯାତ୍ରୀବାହୀ ଡଙ୍ଗାର ଆବଶ୍ୟକୀୟ ଦସ୍ତାବିଜ ନିରୀକ୍ଷଣ ତଥା ଡଙ୍ଗାରେ କ୍ଷମତା ଠାରେ ଅଧିକ ଯାତ୍ରୀ ଯାତାୟାତ କରିବା ଆଦିର ନିରୀକ୍ଷଣ ନ କରିବା ସହିତ ଦୁର୍ଘଟଣା ସମୟରେ ଯାତ୍ରୀଙ୍କ ପାଖେ ଲାଇଫ ଜ୍ୟାକେଟ ନଥିବା ଦର୍ଶାଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଜଣାଇଛନ୍ତି । ଝାରସୁଗୁଡ଼ାର ଏମଭିଆଇ ଲୋକନାଥ ମେହେରଙ୍କୁ ଶୋ’ କଜ୍ ନୋଟିସ୍ ପଠାଇଛନ୍ତି ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ।
You Can Read:
ମୁଣ୍ଡରେ ଗୁଳି ବାଜି ଟଳିପଡିଥିଲେ ଶେଷଦେବ, ଏହା ଦେଖି ନିଜେ ନିଜକୁ ସୁଟ୍ କରିଥିଲେ ମନୋଜ