ଯାଜପୁର ୧୨।୬: ଯାଜପୁରରେ ବେକାବୁ ଡାଇରିଆ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ବି ବଢୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୋଟ୍ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି କରାଯାଇଛି । ୫ଶହ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ଧର୍ମଶାଳା ମେଡିକାଲରେ ୬୦ରୁ ଅଧିକ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମେଡିକାଲରେ କେମିତି ଚାଲିଛି ଚିକିତ୍ସା ତଦାରଖ କରିଛନ୍ତି ଧର୍ମଶାଳା ମେଡିକାଲରେ ଜନସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଡ.ପ୍ରମିଳା ବରାଳ । ସାଙ୍ଗରେ ଥିଲେ ଯାଜପୁର ଏଡିଏମ୍ ଶିବାନନ୍ଦ ସ୍ବାଇଁ । ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ସ୍ଥିତି ସମୀକ୍ଷା ପରେ ଏଡିଏମ୍ କହିଛନ୍ତି ବିଭିନ୍ନ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଉଛି । ଲୋକଙ୍କୁ ସଚେତନ କରାଯାଉଛି । ଧିରେ ଧିରେ ରୋଗୀଙ୍କ ସଂଖ୍ୟା କମୁଛି ।
You Can Read:
ଜଙ୍ଗଲରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ, ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ପୋଡ଼ି ଦେଇଥିବା ସନ୍ଦେହ