ଭୁବନେଶ୍ବର ୧।୭: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର । ସେ କହିଛନ୍ତି, ଦୃଢ଼ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମିଳିଛି । ଘଟଣାକୁ ନିନ୍ଦା କରୁଛୁ । ବିଏମସି
କାର୍ଯ୍ୟାଳୟରେ ସୁରକ୍ଷା ବଢାଇ ଦିଆଯାଇଛି । ସୁରକ୍ଷା ବ୍ୟବସ୍ଥା ତର୍ଜମା କରିବୁ । ଅନ୍ୟ ଅଭିଯୁକ୍ତଙ୍କ ଗିରଫ କରାଯିବ । ରତ୍ନାକର ବର୍ତ୍ତମାନ ସକ୍ରେ ଅଛନ୍ତି । କିଛି ସ୍ଥାନରେ ସଫେଇ କାମ ପ୍ରଭାବିତ ହୋଇଛି । ସଫେଇ କାମ ସ୍ଵାଭାବିକ କରାଯିବ । ଗତକାଲି ମୁଁ ମୁଖ୍ୟାଳୟରେ ନଥିଲି ।
ସେପଟେ କ୍ୟାମେରା ଆଗରେ କୋହଭରା କଣ୍ଠରେ ପ୍ରତିକ୍ରିୟା ରଖିଛନ୍ତି ବିଏମ୍ସିର ମହିଳା ଡେପୁଟି କମିଶନର ପ୍ରିୟଙ୍କା ମଲ୍ଲିକ । କାର୍ଯ୍ୟସ୍ଥଳୀରେ ଆମେ ସୁରକ୍ଷିତ ନାହୁଁ । ଯାହାଙ୍କ ପ୍ରରୋଚନାରେ ଏହି କାଣ୍ଡ ହୋଇଛି ତାଙ୍କୁ ଗିରଫ କରାଯାଉ । ଯେପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶେଷ ନ ହୋଇଛି ସେପର୍ଯ୍ୟନ୍ତ କାମ କରିବୁନି । ଏ ଘଟଣାରେ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେବୁ ବୋଲି ବିଏମ୍ସି ମହିଳା ଡେପୁଟି କମିଶନର କହିଛନ୍ତି ।
You Can Read: