ଅସମ୍ଭାଳ ଶୀତରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୨୮ ସହରର ତାପମାତ୍ରା

NEWS7
adapa-mandap-bije-ritual-today-held-at-puri-gundicha-mandira

ଭୁବନେଶ୍ଵର: ରାଜ୍ୟରେ ହାଡ଼ ଭାଙ୍ଗୁଛି ଶୀତ। ଅସମ୍ଭାଳ ଶୀତରେ ଥରୁଛି ଓଡ଼ିଶା। ଥଣ୍ଡାର ଥାର୍ଡ ଡିଗ୍ରୀରେ କଲବଲ ଜନଜୀବନ। ରେକର୍ଡ ଭାଙ୍ଗୁଛି ଏବର୍ଷର ଶୀତ। ୧୦ ଡିଗ୍ରୀ ତଳେ ରହିଛି ୨୮ ସହରର ତାପମାତ୍ରା। ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୧ ଡିଗ୍ରୀରେ ପହଞ୍ଚିଛି । ୪.୧ ଡିଗ୍ରୀ ସହ ରାଉରକେଲା ଦେଶର ଚତୁର୍ଥ ଥଣ୍ଡା ସହରରେ ପରିଣତ ହୋଇଛି। ଆଉ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ମଧ୍ୟ ୧୦ ଡିଗ୍ରୀ ତଳେ ରହିଛି। ଆଗକୁ ବି ଏଭଳି ବାଘୁଆ ଶୀତର କର୍ଫ୍ୟୁ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଆଜି ରାତିରୁ ରାଜ୍ୟରେ ଶୀତ!!ର ପ୍ରକୋପ ହ୍ରାସ ପାଇପାରେ।

ଓଡ଼ିଶାରେ ଆତଙ୍କ ଖେଳାଉଛି ଶୀତ

ଥଣ୍ଡାର ଥାର୍ଡ ଡିଗ୍ରୀରେ କଲବଲ ଜନଜୀବନ

ଉପକୂଳରୁ ଉପାନ୍ତ ସବୁଠି ଥଣ୍ଡାର ଥାର୍ଡ ଡିଗ୍ରୀ

୧୦ ଡିଗ୍ରୀ ତଳେ ରାଜ୍ୟର ୨୮ ସହର

ଅସମ୍ଭାଳ ଶୀତର ଲହରୀ ଏବଂ ହାଡ଼ଭଙ୍ଗା ଥଣ୍ଡା ଓ ଜାଡ଼ରେ ସାରା ରାଜ୍ଯ ଅସ୍ତବ୍ଯସ୍ତ ହୋଇପଡ଼ିଛି। ଥଣ୍ଡାର ଥାର୍ଡ ଡିଗ୍ରୀରେ କଲବଲ ହେଉଛି ଜନଜୀବନ। ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଏବର୍ଷର ଶୀତ। ହାଡ଼ଭଙ୍ଗା ଶୀତରେ ରାଜ୍ୟର ପ୍ରମୁଖ ସହର ସହ ଥରୁଛି ଟ୍ବିନ୍ ସିଟି ଭୁବନେଶ୍ବର ଓ କଟକ। ରାଜଧାନୀ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ରାଜଧାନୀକୁ ମିଶାଇ ୧୦ ଡିଗ୍ରୀ ତଳେ ୨୮ ସହରର ତାପମାତ୍ରା ରେକର୍ଡ କରଯାଇଛି। ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୧ ଡିଗ୍ରୀରେ ପହଞ୍ଚିଥିବା ବେଳେ ୪.୧ ଡିଗ୍ରୀ ସହ ରାଉରକେଲା ଦେଶର ଚତୁର୍ଥ ଥଣ୍ଡା ସହରରେ ପରିଣତ ହୋଇଛି। ସେହିପରି ଝାରସୁଗୁଡ଼ାର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରି ସହ ୭୨ ବର୍ଷର ରେକର୍ଡ ଭାଙ୍ଗିଛି । ଆଜି ପାଇଁ ଝାରୁସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ ଓ ଢେଙ୍କାନାଳକୁ ପ୍ରବଳ ଥଣ୍ଡା ନେଇ ସତର୍କତା ଜାରି କରାଯାଇଛି । ଆଜି ରାତିରୁ ସାମାନ୍ୟ ତାପମାତ୍ରା ବୃଦ୍ଧି ପାଇବ, କିନ୍ତୁ ଶୀତ ରହିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବନୁମାନ କରିଛନ୍ତି।

ପ୍ରବଳ ତୁଷାରପାତ ଓ ଜାଡରେ ଥରୁଛି ଶିମିଳିପାଳ। ଶିମିଳିପାଳରେ ଆଜି ବି ମାଇନସ୍ ୧ ଡିଗ୍ରୀକୁ ହ୍ରାସ ପାଇଛି ପାରଦ। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଦେବସ୍ଥଳୀ, କୁମାରୀ ଓ ଗୁରୁଗୁଡ଼ିଆରେ ତୁଷାର ପାତ ହୋଇଥିବା ବେଳେ ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନକୁହୁଡିର ଧଳା ଚାଦର ତଳେ ଘୋଡେଇ ହୋଇଛି ଶିମିଳିପାଳ ଅଭ୍ୟାୟରଣ୍ୟ ଏବଂ ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ।

​​​​​​​

ସେହିପରି ସବୁଠାରୁ ଶୀତର ସହର ଏବେ ଷ୍ଟିଲ ସିଟି ରାଉରକେଲା। ଚତୁର୍ଥ ସ୍ଥାନରେ ଥିବା ଷ୍ଟିଲ ସିଟି ରାଉରକେଲାର ତାପମାତ୍ରା ୩ ଦଶମିକ ୬ ଡିଗ୍ରୀ ରେକର୍ଡ କରାଯାଇଛି। ଦିନ ୯ଟା ପଯ୍ୟନ୍ତ କୁହୁଡି ଲାଗିରହିଥିବା ବେଳେ ସନ୍ଧ୍ୟା ୭ଟା ହେଲେ ଜନ ଶୂନ୍ୟ ହୋଇ ପଡ଼ୁଛି ସହର। ଜି ଉଦୟଗିରିରେ ମଧ୍ୟ ତାପମାତ୍ରା ୨.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କୋହଲା ପବନ ଓ ଶୀତ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ତେବେ ଶୀତର ମଜା ନେବା ପାଇଁ ବହୁ ପର୍ଯ୍ୟଟକଙ୍କ ସମାଗମ ହେଉଛି। ଲୋକେ ନିଜ ବ୍ୟବସାୟ ଓ ଅନୁଷ୍ଠାନ ଛାଡି ନିଆଁ ଲଗାଇ ରହୁଥିବାର ଦେଖିବାକୁ ମିଳୁଛି।

ସେହିପରି କେନ୍ଦୁଝର ଜିଲ୍ଲାକୁ ମାଡି ଆସିଛି ବାଘୁଆ ଶୀତ। ଅସହ୍ୟ ଥଣ୍ଡା ଓ ଜାଡ଼ରେ ଜନଜୀବନ ଅସ୍ତବ୍ଯସ୍ତ ହୋଇପଡିଛି। ବିଳମ୍ବିତ ରାତିରେ ପାଟଣା ଅଞ୍ଚଳରେ ତୁଷାରପାତ ହୋଇଥିଵା ଦେଖିବାକୁ ମିଳିଛି। ପାଟଣା ଅଞ୍ଚଳରେ ୫ ଡିଗ୍ରୀ ତାପମାତ୍ରା ଖସି ,କେନ୍ଦେଇପଶି, ବଲାଣିପଶି, ତୁରୁମୁଙ୍ଗା ଆଦି ଅଞ୍ଚଳରେ ବରଫପାତ ହୋଇଛି।