ରବିବାର ଆଡ଼ପମଣ୍ଡପକୁ ବିଜେ କରିବେ ମହାପ୍ରଭୁ, ସଂଧ୍ୟା ଧୂପ ପରେ ହେବ ପହଣ୍ଡି

Published By : Prameya-News7 Bureau | June 29, 2025 IST

ପୁରୀ ୨୯।୦୬: ଆଜି ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ। ରଥ ଉପରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ସରିବା ପରେ ଆରମ୍ଭ ହେବ ପହଣ୍ଡି ବିଜେ। ସକାଳୁ ରଥାରୂଢ ଶ୍ରୀବିଗ୍ରହଙ୍କ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତି କାନ୍ତି ବଢ଼ି ସଂଧ୍ୟାଧୂପ ପରେ ପହଣ୍ଡି ଆରମ୍ଭ ହେବ। 

ଗତ ଶନିବାର ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଛାଡି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଆସିଛନ୍ତି ଦାରୁ ଦେବତା। ଶନିବାର ତିନି ରଥ ଗୁଣ୍ଡିଚା ମନ୍ଦିର ଠାରେ ଲାଗିବା ପରେ ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ନୀତି କରାଯାଇଥିଲା। ଆଜି ସକାଳେ ତିନି ରଥରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଅନୁଷ୍ଠିତ ହେବା ପରେ ମଇଲମ, ତଡପଲାଗି, ଅବକାଶ, ବେଶ ଶେଷ, ଗୋପାଳବଲ୍ଲଭ, ସକାଳଧୂପ, ମଧ୍ୟାହ୍ନଧୂପ ଶେଷ ହେବ। ଅପରାହ୍ନରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ଓ ସଂଧ୍ୟା ଆଳତୀ ବଢିବା ପରେ ପହଣ୍ଡି ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ସେଥିପାଇଁ ସେବାୟତ ଓ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

  • Ratha Yatra 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.