ଆଦାନୀ ଗ୍ରୁପ ଦ୍ୱାରା ନୋଳିଆ ସମ୍ପ୍ରଦାୟକୁ ପ୍ରଦାନ କରାଯାଇଥିଲା ଉଦ୍ଧାର ସାମଗ୍ରୀ , ୧୦ଦିନରେ ୧୫୬ ଜଣଙ୍କ ଜୀବନ ରକ୍ଷା କରଛନ୍ତି ଲାଇଫଗାର୍ଡ

Published By : Prameya-News7 Bureau | July 08, 2025 IST

ପୁରୀ : ଚଳିତ ରଥଯାତ୍ରାରେ ପୁରୀରେ ୧୦ଲକ୍ଷ ଭକ୍ତଙ୍କ ସମାଗମ୍ ହୋଇଥିବା ବେଳେ, ଏହି ସମୟସରେ ବେଳାଭୂମିରେ ଦେଖିବାକୁ ମିଳିଥିଲା ଅନନ୍ୟ ସେବା । ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ବିଶ୍ୱାସ ‘ସେବା ହିଁ ସାଧନା ହୈ’ ଦ୍ୱାରା ଅନୁପ୍ରାଣିତ ହୋଇ ପୁରୀ ବେଳାଭୂମିରେ ଜୀବନ ରକ୍ଷାକାରୀ ଲାଇଫ୍ ଗାର୍ଡଙ୍କ ସେବା ଥିଲା ଅନନ୍ୟ । ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ଏହି ନୋଳିଆ ମତ୍ସ୍ୟଜୀବୀ ସମ୍ପ୍ରଦାୟ ପିଢ଼ି ପରେ ପିଢ଼ି ପାରମ୍ପରିକ ଜୀବନରକ୍ଷକ ଭାବେ ସେବା କରି ଆସୁଛନ୍ତି । ରଥଯାତ୍ରା ସମୟରେ ଆଦାନୀ ଗ୍ରୁପ ଦ୍ୱାରା ନୋଳିଆ ସମ୍ପ୍ରଦାୟକୁ ପ୍ରଦାନ କରାଯାଇଥିବା ଉଦ୍ଧାର ସାମଗ୍ରୀ ବ୍ୟବହାର କରି ଲାଇଫଗାର୍ଡମାନେ ୧୦ ଦିନରେ ୧୫୬ ଜଣଙ୍କ ଜୀବନ ରକ୍ଷା କରଛନ୍ତି। ରଥଯାତ୍ରା ସମୟରେ ଆଦାନୀ ଗ୍ରୁପ ଦ୍ୱାରା ନୋଳିଆ ସମ୍ପ୍ରଦାୟକୁ ପ୍ରଦାନ କରାଯାଇଥିବା ଉଦ୍ଧାର ସାମଗ୍ରୀ ବ୍ୟବହାର କରି ଲାଇଫଗାର୍ଡମାନେ ୧୦ ଦିନରେ ୧୫୬ ଜଣଙ୍କ ଜୀବନ ରକ୍ଷା କରଛନ୍ତି।

କରୁଣା ଓ କର୍ପୋରେଟ ଦାୟିତ୍ୱର ଏହି ମିଳିତ ସମାଗମ ଓଡ଼ିଶାର ପବିତ୍ର ପୁରୀ ବେଳାଭୂମିର ସୁରକ୍ଷା କରିଛି । ଲାଇଫଗାର୍ଡ ମାନଙ୍କର ଅସାଧାରଣ ସେବାକୁ ପ୍ରଂଶସା କରି ଆଦାନୀ ଗ୍ରୁପ ପକ୍ଷରୁ ଏକ ସମୟୋଚିତ ଏବଂ ଅର୍ଥପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ରଥଯାତ୍ରା ସମୟରେ ବିଭିନ୍ନ ସେବା ଅଧିନରେ ଲାଇଫଗାର୍ଡମାନଙ୍କୁ ଲାଇଫ୍ ଜ୍ୟାକେଟ, ଟର୍ଚ୍ଚ, ଉଦ୍ଧାର ରଶି ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଉପକରଣ ପ୍ରଦାନ କରାଯାଇଥିଲା । ଯାହା ଦ୍ୱାରା ସେମାନେ ସୁରକ୍ଷିତ ଓ ଆତ୍ମବିଶ୍ୱାସର ସହ ନିଜର ଦାୟିତ୍ୱ ସମ୍ପାଦନ କରିଛନ୍ତି । 

ପୁରୀ ବିଚ୍ ଲାଇଫଗାର୍ଡ ଫେଡେରେସନ ଅଧୀନରେ କାର୍ଯ୍ୟ କରୁଥିବା ୪୫୦ରୁ ଉର୍ଦ୍ଧ୍ୱ ନୋଳିଆ ସମ୍ପ୍ରଦାୟର ତାଲିମପ୍ରାପ୍ତ ସଦସ୍ୟ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ପାଟ୍ରୋଲିଂ କରୁଥିଲେ । ସମାନ୍ତରାଳ ଭାବେ ଆଦାନୀ ଗ୍ରୁପ ପୌରପାଳିକା ସଫେଇ କର୍ମଚାରୀଙ୍କୁ ମଧ୍ୟ ଫ୍ଲୋରୋସେଣ୍ଟ ଜ୍ୟାକେଟ ଓ ଗ୍ଲୋଭ୍ସ ଆଦି ଆବଶ୍ୟକୀୟ ସହାୟତା ପ୍ରଦାନ କରିଛି । ମିଳିତ ସହଭାଗିତାରେ ଏହି ସେବା ମନୋଭାବ ଜନକଲ୍ୟାଣ ପାଇଁ ଏକ ନୂତନ ପରିଭାଷା ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.