ନୀରବି ଗଲା ନିହାଣ, ପରଲୋକରେ 'ଷ୍ଟାଚ୍ୟୁ ଅଫ୍ ୟୁନିଟି'ର ସ୍ଥପତି ରାମ ସୁତାର

NEWS7
adani-group-clinches-dharavi-redevelopment-project

ନୂଆଦିଲ୍ଲୀ, ୧୮/୧୨: ଆଉ ଶୁଭିବନି ରାମ ସୁତାରଙ୍କ ନିହାଣର ଶବ୍ଦ । ସବୁଦିନ ପାଇଁ ନୀରବି ଗଲା ରାମ ସୁତାରଙ୍କ ନିହାଣ । ୧୦୦ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିର ଡିଜାଇନ୍ ପ୍ରସ୍ତୁତ କରିଥିବା ଶିଳ୍ପୀ ।

ପରଲୋକରେ ବିଶିଷ୍ଟ ଶିଳ୍ପୀ ପଦ୍ମ ଭୂଷଣ ରାମ ବନଜୀ ସୁତାର। ସେ ନିର୍ମାଣ କରିଥିଲେ ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମା । ଯାହା ଥିଲା ଷ୍ଟାଚ୍ୟୁ ଅଫ ୟୁନିଟି। ବୁଧବାର ବିଳମ୍ଵିତ ରାତିରେ ନୋଏଡା ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ବାବଦରେ ପୁତ୍ର ଅନିଲ ସୁତାର ସୂଚନା ଦେଇଛନ୍ତି। ତେବେ ରାମ ସୁତାର ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା ।

୧୯୨୫ରେ ଜନ୍ମ

୧୯୨୫ ଫେବୃଆରୀ ୧୯ରେ ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଗୋନ୍ଦୁର ଗ୍ରାମରେ ଜନ୍ମ ହୋଇଥିଲେ ରାମ ସୁତାର । ସେ ଏକ ସାଧାରଣ ପରିବାରରେ ପିଲାଦିନୁ ବଢିଥିଲେ । କମ୍ ବୟସରୁ ମୂର୍ତ୍ତି ତିଆରି ପ୍ରତି ତାଙ୍କର ଦୁର୍ବଳତା ଥିଲା। ସେ ମୁମ୍ଵାଇ ସ୍ଥିତ ଜେ.ଜେ ସ୍କୁଲ ଅଫ ଆର୍ଟ ଆଣ୍ଡ ଆର୍କିଟେକଚରରେ ପାଠ ପଢିଥିଲେ । ସେଠାରେ ସେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ଭାରତୀୟ ମୂର୍ତ୍ତିକଳାକୁ ନୂଆ ଶିଖରକୁ ନେବା ଦିଗରେ ତାଙ୍କରେ ଉଲ୍ଲେଖନୀୟ ଅବଦାନ ରହିଛି। ନିଜ କାରିଗରି ଦ୍ୱାରା ସେ ପ୍ରସିଦ୍ଧି ଲାଭ କରିଥିଲେ । ଏପରିକି ତାଙ୍କୁ ସମ୍ମାନ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।