Chandikhol : ଶୌଚ ହେବାକୁ ଯାଉଥିବା ମହିଳାଙ୍କୁ ଅଶ୍ଳୀଳ ଇଂଗିତ କରୁଥିଲେ ହୋମଗାର୍ଡ, ଖାଇଲେ ଉତ୍ତମ ମଧ୍ୟମ...

NEWS7
actress-bhumi-pednekar-super-hot-picture-is-viral-on-instagram

ଚଣ୍ଡିଖୋଲ : ମହିଳାଙ୍କୁ ବାରମ୍ବାର ହଇରାଣ କରୁଥିଲେ । ଶୌଚ ହେବାକୁ ଯାଉଥିବା ମହିଳାଙ୍କୁ ଅଶ୍ଳୀଳ ଇଂଗିତ କରୁଥିଲେ । ବାରମ୍ବାର ଏପରି ନିର୍ଯାତନା ସହୁଥିବା ମହିଳାମାନେ ତାତିଥିଲେ । ସଂପୃକ୍ତ ହୋମଗାର୍ଡଙ୍କୁ ଘୋଷାଡ଼ି ନେଇ ମିଳିତ ଭାବେ ଆକ୍ରମଣ କରିଥିଲେ । ନିସ୍ତୁକ ମାଡ଼ ମାରିବା ସହ ସାର୍ଟ ଚିରି ଦେଇଥିଲେ । ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଚିଜି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ହୋମଗାର୍ଡ ଆଲୋକ ପଣ୍ଡାଙ୍କୁ ମୁଖ୍ୟାଳୟକୁ ଡାକରା ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ସୂଚନାନୁସାରେ, ବଡ଼ଚଣା ଥାନା ତଥା ଧାନମଣ୍ଡଳ ଫାଣ୍ଡି ଅଧୀନ ଧାନମଣ୍ଡଳ ପୁରୁଣା ପୋଷ୍ଟ ଅଫିସ ନିକଟରେ ଥିବା ରାଖଡ଼ ସାହିରେ ଆଜି ଜଣେ ହୋମଗାର୍ଡଙ୍କୁ କିଛି ମହିଳା ମାଡ଼ ମାରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏହି ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଏସପି ୟଶ ପ୍ରତାପ ଶ୍ରୀମାଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଚଣ୍ଡିଖୋଲ ନିକଟସ୍ଥ ଶାନ୍ତିପୁର ଗ୍ରାମର ଆଲୋକ ପଣ୍ଡା ହୋମଗାର୍ଡ ଭାବେ ଧାନମଣ୍ଡଳ ଫାଣ୍ଡିରେ କାର୍ଯ୍ୟରତ ଅଛନ୍ତି । ସେ ପ୍ରତ୍ୟହ ସକାଳେ ଶୌଚ ହେବାକୁ ଆସୁଥିବା ମହିଳାମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହିତ ବିଭିନ୍ନ ପ୍ରକାର ହଇରାଣ ହରକତ କରୁଥିଲେ ।

ରବିବାର ଜନୈକ ମହିଳାଙ୍କୁ ଆଲୋକ ଅଶ୍ଳୀଳ ଇଂଗିତ କରୁଥିବା ବେଳେ ମହିଳା ଜଣକ ପାଟି କରିବାରୁ ସେଠାରେ ବହୁ ମହିଳା ଏକତ୍ରିତ ହୋଇ ଆଲୋକଙ୍କୁ କାବୁ କରିବା ସହ ପ୍ରବଳ ମାଡ଼ ମାରିଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି। ଏହି ଖବର ଜଣାପଡ଼ିବା ପରେ ତାଙ୍କୁ ପାଣିକୋଇଲିସ୍ଥିତ ପୋଲିସ୍ ମୁଖ୍ୟାଳୟକୁ ଏସ୍ପି ଡାକିଥିବା ସୂଚନା ମିଳିଛି । ମହିଳାମାନେ ହୋମଗାର୍ଡଙ୍କୁ କାର୍ଯ୍ୟରୁ ବହିଷ୍କାର କରାନଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏ ସଂପର୍କରେ ଫାଣ୍ଡି ଅଧିକାରୀ ଚିତ୍ତରଂଜନ ମହାନ୍ତି କହିଛନ୍ତି, ଘଟଣାକୁ ନେଇ କୌଣସି ଅଭିଯୋଗ ହୋଇନାହିଁ । ଆମେ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ସୂଚନା ଦେଇଛୁ । ବଡ଼ଚଣା ଥାନାଧିକାରୀ ସୁରେନ୍ଦ୍ର ଜେନା କହିଛନ୍ତି ଯେ, ମହିଳାମାନେ ହୋମଗାର୍ଡଙ୍କ ସଂପର୍କରେ କୌଣସି ଅଭିଯୋଗ କରିନାହାନ୍ତି । ଅଭିଯୋଗ ହେଲେ ତଦନ୍ତ କରାଯିବ ।