LIVE TV

ମିଠା ଉପରେ ମ୍ୟାନୁଫାକ୍ଚରିଙ୍ଗ ଏବଂ ଏକ୍ସପାଏରୀ ତାରିଖ ଲେଖିବା ବାଧ୍ୟତାମୂଳକ, ରଙ୍ଗଦିଆ ମିଠା ବିକିବା ମନା

NEWS7
actress-anushka-shetty-joins-koo-app-after-kangana-ranaut-shares-first-post-for-fan

ଭୁବନେଶ୍ବର ୧୦: ଦୀପାବଳି ଅବସରରେ ମିଠା ଦୋକାନୀ ମାନଙ୍କୁ ତାଗିଦ କଲେ ବିଏମ୍‌ସି ମେୟର । ସମସ୍ତ ମିଠା ଦୋକାନୀ ସମସ୍ତ ପ୍ରକାର ମିଠା ଉପରେ ମ୍ୟାନୁଫାକ୍ଚରିଙ୍ଗ ଏବଂ ଏକ୍ସପାଏରୀ ତାରିଖ ଲେଖିବା ବାଧ୍ୟତାମୂଳକ ।  ବାସି, ଅପମିଶ୍ରିତ ଏବଂ ରାସାୟନିକ ରଙ୍ଗ ଦିଆଯାଇଥିବା ମିଠା ସବୁକୁ ଗ୍ରାହକଙ୍କୁ ନବିକିବା ପାଇଁ ମେୟର ଅନୁରୋଧ କରିଛନ୍ତି । ବିଏମ୍‌ସିର ସ୍ୱତନ୍ତ୍ର ଫୁଡ୍‌ ସ୍କ୍ୱାଡ୍ ରାଜଧାନୀର ବିଭିନ୍ନ  ମିଠା ଦୋକାନ ଉପରେ ଚଢ଼ାଉ ଜାରି ରଖିଛନ୍ତି । ଯେଉଁଠି କିଛି ବ୍ୟତିକ୍ରମ ଦେଖିବାକୁ ମିଳୁଛି ସେ ସମସ୍ତ ଦୋକାନରେ କଡା ଫାଇନ୍ ଆଦାୟ କରାଯିବା ସାଙ୍ଗକୁ ଦରକାର ପଡିଲେ ଦୋକାନ ସିଲ୍ କରିବାକୁ ମଧ୍ୟ ବିଏମ୍‌ସି ପଛେଇବା ନାହିଁ । ଗ୍ରାହକ ମାନଙ୍କୁ ନଠକିବା ପାଇଁ ମେୟର ଅନୁରୋଧ କରିଛନ୍ତି । ନଚେତ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର କହିଛନ୍ତି ।