ବିଜେଡ଼ିରେ ମିଶିଲେ କଳାକାର ରୁଦ୍ର ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

Published By : Prameya-News7 Bureau | May 11, 2024 IST

ଭୁବନେଶ୍ୱର ୧୦/୦୫ : ବିଜେଡ଼ିରେ ମିଶିଲେ କଳାକାର ତଥା ଫିଲ୍ମ ଷ୍ଟାର ରୁଦ୍ର ଶ୍ୟାମ ପାଣିଗ୍ରାହୀ। କିଛି ଦିନ ତଳେ ତାଙ୍କ ସ୍ତ୍ରୀ ଜିନା ବିଜେଡ଼ିରେ ଯୋଗ ଦେଇଥିଲେ ଆଜି ସେ ମିଶିଛନ୍ତି । ରୁଦ୍ର ଅନେକ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି । ତାହା ସହ ସମାଜ ସେବା ମଧ୍ୟ କରୁଛନ୍ତି। 

ଆଜି ସେ ବିଜେଡ଼ିରେ ମିଶିବା ଫଳରେ ଆମର ଖୋର୍ଦ୍ଧା ଜିଲ୍ଲାରେ ବିଜେଡ଼ି ଆହୁରି ଶକ୍ତୀଶାଳୀ ହେବ ବୋଲି କହିଛି ବିଜେଡ଼ି । ବିଜେଡ଼ିରେ ଯୋଗ ଦେବା ପରେ ରୁଦ୍ର କହିଛନ୍ତି ଯେ ମୂଖ୍ୟମନ୍ତ୍ରୀ ଯୁବକ ମାନଙ୍କ ପାଇଁ ବହୁତ କିଛି କାମ କରିଛନ୍ତି ଶିକ୍ଷା ହେଉ କି କ୍ରୀଡ଼ା ଆଜି ସବୁ କ୍ଷେତ୍ରରେ ସେମାନେ ଆଗରେ ଅଛନ୍ତି। ମତେ ଦଳରେ ସାମିଲ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ଦେଉଛି। 

ସୂଚନା ଥାଉକି, ଗତ କିଛି ଦିନ ତଳେ ରୁଦ୍ରଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଜିନା ସାମଲ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ । ଏବେ ସେ ବି ବିଜେଡିରେ ସାମିଲ ହୋଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.