ସଡକ ଦୁର୍ଘଟଣାରେ ପଙ୍କଜ ତ୍ରିପାଠୀଙ୍କ ଭିଣୋଇଙ୍କ ମୃତ୍ୟୁ, ଭଉଣୀ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | April 21, 2024 IST

ମୁମ୍ଵାଇ ୨୧।୦୪: ବଲିଉଡର ପ୍ରସିଦ୍ଧ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ପରିବାର ଉପରେ ଭାଙ୍ଗିଲା ଦୁଃଖର ପାହାଡ। ପଙ୍କଜ ତ୍ରିପାଠୀଙ୍କ ଭଉଣୀ ଏବଂ ଭିଣୋଇ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଭୟଙ୍କର ଦୁର୍ଘଟଣାରେ ପଙ୍କଜଙ୍କ ଭିଣୋଇଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ଧାନବାଦର ଜିଟି ରୋଡରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆହତ ଭଉଣୀ ଚିକିତ୍ସିତ ହେଉଛନ୍ତି।

 ଭଉଣୀ ଡାକ୍ତରଖାନାରେ ଭର୍ତ୍ତି 

ପଙ୍କଜ ତ୍ରିପାଠୀଙ୍କ ଭଉଣୀ ଧାନବାଦର SNMMC ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ଏଥିସହ ଡାକ୍ତରଖାନାରେ ପହଞ୍ଚିଥିବା ସମ୍ପର୍କୀୟମାନେ କହିଛନ୍ତି ଯେ ପଙ୍କଜଙ୍କ ଭଉଣୀ ଏବଂ ଭିଣୋଇ କୋଲକାତାକୁ ସ୍ୱିଫ୍ଟ କାରରେ ଯାଉଥିଲରେ। ହେଲେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଯେଉଁଥିରେ ଅଭିନେତାଙ୍କ ଭିଣୋଇଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ଭଉଣୀକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତେବେ ଦୁର୍ଘଟଣା କିପରି ଘଟିଲା ସେ ସମ୍ପର୍କୀୟମାନେ କିଛି କହିବାକୁ ସକ୍ଷମ ନୁହଁନ୍ତି। ମୃତକଙ୍କ ସମ୍ପର୍କୀୟ କହିଛନ୍ତି ଯେ ଯେତେବେଳେ ଦୁର୍ଘଟଣା ବିଷୟରେ ଜାଣିଲୁ ସେତେବେଳେ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲୁ। ପରିବାର ସଦସ୍ୟ କହିଛନ୍ତି ଯେ ଦୁର୍ଘଟଣା କିପରି ଘଟିଲା ସେମାନେ ନିଜେ ଜାଣି ପାରୁନାହାନ୍ତି।

କୁହାଯାଉଛି କି ପଙ୍କଜ ମଧ୍ୟ ଖୁବ୍ ଶୀଘ୍ର ଧାନବାଦରେ ପହଞ୍ଚିବେ । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ପଙ୍କଜଙ୍କୁ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିବା 'ମର୍ଡର ମୁବାରକ'ରେ ପୋଲିସ ଇନ୍ସପେକ୍ଟର ଭାବରେ ଦେଖିବାକୁ ମିଳିଥିଲା। ଏହା ଏକ ମର୍ଡର ମିଷ୍ଟ୍ରି, ଯେଉଁଥିରେ କରିସ୍ମା କପୁର, ସାରା ଅଲି ଖାନ, ବିଜୟ ବର୍ମା, ଟିସ୍କା ଚୋପ୍ରା ଏବଂ ଡିମ୍ପଲ କପାଡିଆ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହା ବ୍ୟତୀତ ପଙ୍କଜ ତ୍ରିପାଠୀଙ୍କ ଆଗାମୀ ଚଳଚ୍ଚିତ୍ର ହେଉଛି 'ସ୍ତ୍ରୀ ୨'। ଯାହା ଚଳିତ ବର୍ଷ ମୁକ୍ତିଲାଭ କରିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.