LIVE TV
LIVE TV

ରାଜ୍ୟର ୮ କଲେଜରୁ ଆସିଥିଲା ଛାତ୍ରୀ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ, ୭ ଘଟଣାରେ ଅଧ୍ୟାପକଙ୍କ ବିରୋଧ

NEWS7
activist-and-economics-lecturer-frozan-safi-shot-dead-in-afghanistan

ଭୁବନେଶ୍ବର ୨୮।୧୧: ରାଜ୍ୟର ୮ଟି କଲେଜରୁ ଆସିଥିଲା ଛାତ୍ରୀ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ । ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଗୃହରେ ଲିଖିତ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯବଂଶୀ ସୂରଜ ।

ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ରାଜ୍ୟର ୮ଟି କଲେଜରୁ ଛାତ୍ରୀ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ ଆସିଥିଲା । ରାଉରକେଲା ସ୍ୱୟଂଶାସିତ କଲେଜରୁ ୩ ଘଟଣା ସାମ୍ନାକୁ ଆସିଥିବା ବେଳେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରୁ ଗୋଟିଏ ଘଟଣା ସାମ୍ନାକୁ ଆସିଥିଲା । ସେହିଭଳି ଯାଜପୁର ବାଲିଆ କଲେଜରୁ ଗୋଟିଏ, ଅନୁଗୁଳ, ବରଗଡ଼ ଓ ଟିଟିଲାଗଡ଼ରୁ ଗୋଟିଏ ଲେଖାଏଁ ଅଭିଯୋଗ ଆସିଛି । ସେହିପରି ବାଲେଶ୍ୱର ଏଫଏମ କଲେଜରୁ ବି ଗୋଟିଏ ଅଭିଯୋଗ ଆସିଛି । ୭ଟି ଘଟଣାରେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିବା ବେଳେ ଗୋଟିଏ କଲେଜରୁ ରାଗିଂ ଅଭିଯୋଗ ଆଣିଛନ୍ତି ଛାତ୍ରୀ ।