ପୁଣି ମୁଣ୍ଡ ଟେକିଲାଣି କରୋନା, ଦେଶରେ ଆକ୍ଟିଭ କେସ୍‌ ହଜାରେ ଟପିଲା

Published By : Prameya-News7 Bureau | May 26, 2025 IST

News7

ନୂଆଦିଲ୍ଲୀ: ଭାରତରେ ପୁଣି ଥରେ ମୁଣ୍ଡ ଟେକିଲାଣି କରୋନା। ଦେଶର ଗୋଟିଏ ରାଜ୍ୟକୁ ଆଉ ଗୋଟିଏ ରାଜ୍ୟ ଡେଇଁଚାଲିଛି କରୋନା। ୨୦ ରାଜ୍ୟରେ ବଢୁଛି କେସ୍।  ଦେଶରେ କୋଭିଡ୍-୧୯ର ଆକ୍ଟିଭ୍‌ କେସ୍‌ ୧୦୦୦ ଅତିକ୍ରମ କରିଛି। କେରଳରୁ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରୁ ଦିଲ୍ଲୀ ପର୍ଯ୍ୟନ୍ତ, ଏବେ କରୋନାର ଗ୍ରାଫ୍‌ ଏବେ ଉପରମୁହାଁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଭାରତରେ ବର୍ତ୍ତମାନ ମୋଟ ୧୦୦୯ ଜଣ ସକ୍ରିୟ COVID-19 ମାମଲା ଅଛନ୍ତି। ବର୍ଷକ ମଧ୍ୟରେ ଏହା ପ୍ରଥମ ଥର ଯେ ଦେଶରେ କରୋନା ମାମଲା ୧୦୦୦ ଅତିକ୍ରମ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ୧୦୦୯ ସକ୍ରିୟ ମାମଲା ମଧ୍ୟରୁ ୭୫୨ଟି ମାମଲା ଏବେ ରିପୋର୍ଟ ହୋଇଛି। ତେବେ କରୋନା ଭାଇରସ ଏବେ ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହୋଇ ତାର କାୟା ବିସ୍ତାର କରୁଥିବା ଏହା ସୁଚାଉଛି।

ଦିଲ୍ଲୀରେ କରୋନା ମାମଲା ସବୁଠୁ ଚିନ୍ତାଜନକ। ଏଠାରେ କୋଭିଡ୍‌ ଭାଇରସର ୧୦୦ରୁ ଅଧିକ ମାମଲା ରିପୋର୍ଟ ହୋଇଛି। ଯଦି ଆମେ ରାଜ୍ୟୱାରୀ ତଥ୍ୟ ବିଷୟରେ ଆଲୋଚନା କରିବା, ତେବେ କେରଳ ବର୍ତ୍ତମାନ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ରହିଛି। କେରଳରେ ୪୩୦ ଜଣ ସକ୍ରିୟ କରୋନା ମାମଲା ପଞ୍ଜିକୃତ ହୋଇଛି। ଏହା ପରେ, ମହାରାଷ୍ଟ୍ରରେ ୨୦୯, ଦିଲ୍ଲୀରେ ୧୦୪ ଏବଂ କର୍ଣ୍ଣାଟକରେ ୪୭ ସକ୍ରିୟ ମାମଲା ରହିଛି। ଏହି ରାଜ୍ୟଗୁଡ଼ିକରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ତଦାରଖ ଏବଂ ଚିକିତ୍ସା ପ୍ରକ୍ରିୟା ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.