ଯାଜପୁର ୩୧।୫: ନାବାଳିକାଙ୍କୁ ଦୁଷ୍କର୍ମ ସହ ହତ୍ୟା କରି ରେଳ ଲାଇନ୍ କଡ଼ରେ ଫିଙ୍ଗିଦେବା ଘଟଣା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଲେ ଯାଜପୁର ସ୍ବତନ୍ତ୍ର ପୋକ୍ସୋ କୋର୍ଟ-୨ । ୩୫ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ସ୍ଵତନ୍ତ୍ର ପୋସ୍କୋ କୋର୍ଟ ଅଭିଯୁକ୍ତ ସେକ୍ ମୋହିତକୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି ।
ବାଲେଶ୍ଵର ଅଞ୍ଚଳରୁ ଆସି ସେକ୍ ମୋହିତ ଯାଜପୁର ରୋଡ୍ ଥାନା ପନାସିଆ ଅଞ୍ଚଳରେ କବାଡ଼ିଆ ବ୍ୟବସାୟ କରୁଥିଲା । ଗତ ୨୦୧୬ ମସିହା ୩ ତାରିଖରେ ଅଭିଯୁକ୍ତ ନାବାଳିକାକୁ ପାଶବିକ ଅତ୍ୟାଚାର କରିବା ସହ ହତ୍ୟା କରି ରକ୍ତ ଜୁଡୁବୁଡୁ ମୃତଦେହକୁ ଅଖାରେ ବାନ୍ଧି ରେଳ ଲାଇନ୍ କଡ଼ରେ ଫିଙ୍ଗି ଦେଇଥିଲା । ଯାଜପୁର ରୋଡ଼୍ ପୋଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା ।
ସେହି ମାମଲାର ବିଚାର କରି ଆଜି ପୋସ୍କୋ କୋର୍ଟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦାୟ ଲାଗି ନିର୍ଦ୍ଦେଶ ଦେଇଥିବା ବେଳେ ଆଇନ ସେବା ପ୍ରାଧିକରଣକୁ ପୀଡ଼ିତା ପରିବାରକୁ ୫ ଲକ୍ଷ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଥିବା ସରକାରୀ ଓକିଲ ସୂଚନା ଦେଇଛନ୍ତି l
You Can Read:
ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଓ ଜନ ବସତିରେ ମାଡ଼ିଗଲା ଲୁଣି ପାଣି