ମଥୁରା ରାମ ଶ୍ୟାମ ଭବନରେ କଣ ଘଟିଲା? ଏକାଠି ବିଷ ପିଇଦେଲେ ପରିବାରର ୫ ସଦସ୍ୟ

NEWS7
accused-ran-away-from-kamakhyanagar-ps-in-dhenkanal

ମଥୁରା ୧୦/୦୨: ହୃଦୟ ବିଦାରକ । ଆଖିରେ ଲୁହ ଆସିଯିବା ଭଳି ଘଟଣା । ଡକାଡକି ହୋଅଇ ଚାଲିଗଲେ ଗୋଟିଏ ପରିବାରର ୫ ସଦସ୍ୟ । ବିଷ ପିଇ ଜୀବନ ହାରିଦେଲେ ସଭିଏଁ । ଗଣ ଆତ୍ମହତ୍ୟା ପରେ କାନ୍ଥରେ ଲେଖିଦେଲେ କିଛି । ଉତ୍ତର ପ୍ରଦେଶର ମଥୁରାରୁ ନଜର ଆସିଛି ଅଭାବନୀୟ ଘଟଣା । ଖବର ସାମ୍ନାକୁ ଆସିଛି। ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ବିଷ ପିଇ ଦେଇଥିବା ଜଣାପଡ଼ିଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ପରିବାର ସଦସ୍ୟ ଏବଂ ଗ୍ରାମବାସୀଙ୍କୁ ପଚରାଉଚରା କରାଯାଉଛି। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।ଯାହା ଜଣାପଡିଛି ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ତିନି ପିଲା ରାତିରେ କ୍ଷୀରରେ ବିଷ ମିଶାଇ ପିଇ ଦେଇଥିଲେ । ସକାଳେ ସେମାନେ ନ ଉଠିବାରୁ ପଡ଼ୋଶୀମାନେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନା ଥାଉକି,ଉତ୍ତର ପ୍ରଦେଶର ମଥୁରା ମହାବନ ଥାନା ଅଧୀନସ୍ଥ ଖପ୍ପରପୁର । ଏଠାରେ ରହୁଥିବା ଦମ୍ପତ୍ତି ପ୍ରଥମେ କ୍ଷୀରରେ ବିଷ ମିଶାଇ ତାଙ୍କ ତିନି ପିଲାଙ୍କୁ ପିଇବାକୁ ଦେଇଥିଲେ। ତା'ପରେ ସେମାନେ ଆତ୍ମହତ୍ୟା କରିଥିଲେ । ପୋଲିସ ସେମାନଙ୍କ ଭୟଙ୍କର ନିଷ୍ପତ୍ତି ପଛରେ ଥିବା କାରଣଗୁଡ଼ିକର ତଦନ୍ତ କରୁଛି । ସେପଟେ ଏତେବଡ଼ ଘଟଣା ପରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ପରିବାର ଏହି ଚରମ ପଦକ୍ଷେପ ନେବାର କାରଣ କଣ ତାହା ବୁଝିପାରୁ ନାହାଁନ୍ତି ସମ୍ପର୍କୀୟ ଏବଂ ପଡ଼ୋଶୀ । ତେବେ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ ନୋଟ ବି ଲେଖାଯାଇଥିଲା । ପୋଲିସ କହିବା କଥା ଘର ଭିତରେ କାନ୍ଥରେ କିଛି ଲେଖାଥିବା ଶବ୍ଦ ବି ହସ୍ତଗତ ହୋଇଛି । ଯେଉଁଥିରେ ଲେଖାଅଛି ଆମ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ଆମେ ଆମ ଇଚ୍ଛାରେ ଏସବୁ କରୁଛୁି ।