ଭୁବନେଶ୍ବର ୧୩।୧୨: ନାବାଳିକା ଦୁଷ୍କର୍ମ ମାମଲାରେ ଭୁବନେଶ୍ବର ଏଡିଜେ ୪ ସ୍ପେଶାଲ ଜଜ୍ ପୋକ୍ସୋ କୋର୍ଟ ଶୁଣାଇଲେ ରାୟ । ଦୋଷୀ କାର୍ତ୍ତିକ ବିଶ୍ଵାଳକୁ ୨୦ ବର୍ଷ ଜେଲ୍ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ।
ଗତ ୧୫ ତାରିଖ ମାର୍ଚ୍ଚ ୨୦୨୪ ମସିହାରେ ନାଚୁଣୀ ଅଞ୍ଚଳରୁ ନାବାଳିକା ଜଣଙ୍କ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କୁ ବାଇକରେ ବସାଇ ପୁରୀ ନେଇଯାଇଥିଲେ । ସେଠାରେ ବଳପୂର୍ବକ ଭାବେ ସମ୍ପର୍କ ରଖିଥିଲା । ନାବାଳିକାଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ପାଇଁ ରାୟ ଶୁଣାଣି କରିଛନ୍ତି ପୋକ୍ସୋ କୋର୍ଟ । ଏହି ମାମଲାରେ ୧୧ ଜଣ ସାକ୍ଷୀ ରହିଥିଲେ । ମାମଲାଟିକୁ ସରକାରୀ ସ୍ଵତନ୍ତ୍ର ପିପି ସୁବ୍ରତ ପ୍ରିୟଦର୍ଶୀ ପରିଚାଳନା କରୁଥିଲେ ।
You Can Read: