ସୁନ୍ଦରଗଡ଼ ୦୮।୦୬ : ଯୁବକଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ। ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ସର୍ଗିପାଲି ଫାଣ୍ଡି ଅଞ୍ଚଳର ଆନନ୍ଦ ଓରାମ ହତ୍ୟା ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଝାରସୁଗୁଡାରୁ ଅଭିଯୁକ୍ତକୁ ଗିରଫ କରାଯାଇଛି ।
ଖବର ଅନୁଯାୟୀ, ସୁନ୍ଦରଗଡ଼ ଚନ୍ଦଲି ଜଙ୍ଗଲ ପାଖରେ ଥିବା ପିଚୁ ପ୍ଲାଣ୍ଟ ନିକଟରେ ଆନନ୍ଦ ଏବଂ ୪ରୁ ୫ ଜଣ ମିଶି ଜୁଆ ଖେଳୁଥିଲେ । ଜୁଆ ଖେଳକୁ କେନ୍ଦ୍ର କରି ପାଟିତୁଣ୍ଡ ହେଇଥିଲା । ଏହାପରେ ଦୁର୍ବୃତ୍ତ ମାନେ ପଥରରେ ଛେଚି ଆନନ୍ଦକୁ ହତ୍ୟା କରିଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ୍ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତକୁ ଖୋଜୁଛି । ସେହିପରି ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ତଦନ୍ତ କରୁଛି ପୋଲିସ ।