ନିୟନ୍ତ୍ରଣ ହରାଇ ଗାତକୁ ଖସିପଡିଲା ଡିଜେ ଭ୍ୟାନ; ୫ ମୃତ, ଅନେକ ଆହତ

Published By : Prameya-News7 Bureau | August 04, 2025 IST

ନୂଆଦିଲ୍ଲୀ ୦୪।୦୮; ବିହାରର ଭାଗଲପୁର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଜିଲ୍ଲାର ଶାହକୁଣ୍ଡ ଅଞ୍ଚଳରେ ଏକ ଡିଜେ ଭ୍ୟାନ ଏକ ଗାତରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫ଜଣଙ୍କର ମୃତ୍ୟୁ ହୋଇଛି। ୩  ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଯେ ଡିଜେ ଭ୍ୟାନରେ ମୋଟ ୯ ଜଣ ଲୋକ ଥିଲେ। ଏହି ଦୁର୍ଘଟଣା ବିଦ୍ୟୁତ୍ ତାର ଯୋଗୁଁ ଘଟିଥିଲା। 

ଡିଜେ ଭ୍ୟାନଟି ହଠାତ୍ ବିଦ୍ୟୁତ୍ ତାରରେ ଲାଗିଯାଇଥିଲା। ଯାହାଫଳରେ  ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଭ୍ୟାନଟି ଗାତରେ ପଡ଼ିଗଲା। ଗାତରେ ଓଲଟି ପଡ଼ିବା ମାତ୍ରେ ଅନେକ ଲୋକ ଏଥିରେ ଚାପି ହୋଇଯାଇଥିଲେ। କିଛି ଲୋକ ଡେଇଁ  ନିଜ ଜୀବନ ବଞ୍ଚାଇଲେ। ୩ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ସମସ୍ତଙ୍କୁ ତୁରନ୍ତ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି। ଯେଉଁଠାରେ ୫ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି।

କହିବାକୁ ଗଲେ ଏହି ଡିଜେ ଭ୍ୟାନଟି ସୁଲତାନଗଞ୍ଜରୁ ଜ୍ୟେଷ୍ଠ ଗୌରନାଥକୁ ଯାଉଥିଲା। ଶାହକୁଣ୍ଡ ଥାନା ଅଞ୍ଚଳ ଅନ୍ତର୍ଗତ ସୁଲତାନଗଞ୍ଜ ମୁଖ୍ୟ ରାସ୍ତାର ମହନ୍ତ ସ୍ଥାନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣା ପରେ ମୃତକଙ୍କ ପରିବାର ସଦସ୍ୟମାନେ ସ୍ତବ୍ଧ ହୋଇଯାଇଛନ୍ତି । ସବୁଠି ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.