ଦୁବାଇ: ଅଭିଷେକ ଶର୍ମାଙ୍କ ବିଂଧ୍ଵସୀ ଇନିଂସ ସତ୍ତ୍ଵେ ନିରାଶ କଲେ ଭାରତୀୟ ବ୍ୟାଟର।  ଦଳ ୧୮୦ ସ୍କୋର ବି କରି ପାରିଲାନି ଦଳ। ଏସିଆ କପ୍-୨୦୨୫ର ସୁପର-୪ରେ ନିଜର ଦ୍ଵିତୀୟ ମ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ଓ୍ଵିକେଟ୍ ହରାଇ ୧୬୮ ରନରେ ଆଣ୍ଠେଇଛି। ଅଭିଷେକ ଶର୍ମା ୩୭ ବଲରୁ ୭୫ ରନର ଧମାକାଦାର ଇନିଂସ ଖେଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୩୮ ରନର ବେଶ ଉପଯୋଗୀ ଇନିଂସ ଖେଳିଛନ୍ତି। ଶୁଭମନ ଗିଲ୍ ୨୯ ରନ କରିଥିଲେ। ବାଂଲାଦେଶ ସମ୍ମୁଖରେ ୧୬୯ ରନର ବିଜୟ ଲକ୍ଷ୍ୟ ରହିଛି। ଏକଦା ୧୧ ଓଭରରେ ୧୧୧ ରନ କରିଥିବା ଭାରତ ମଧ୍ୟକ୍ରମରେ ବ୍ୟାଟରଙ୍କ ବିଫଳତା ଯୋଗୁଁ ଅବିଶଷ୍ଟ ୯  ଓଭରରେ ମାତ୍ର ୫୭ ରନ କରି ପାରିଛି।

 

ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ଦମଦାର ଥିଲା। ଅଭିଷେକ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ଓ ଗିଲ୍ ପାଓ୍ଵାର ପ୍ଲେରେ ୭୨ ରନ ଯୋଡ଼ି ବିଶାଳ ସ୍କୋର ମୂଳଦୁଆ ପକାଇଥିଲେ। ଗିଲ୍ ୧୯ ବଲ୍‌ରୁ ୨୯ ରନ କରିଥିଲେ। ଉପର ଅର୍ଡରରେ ବ୍ୟାଟିଂର ସୁଯୋଗ ପାଇଥିବା ଶିବମ ଦୁବେ ୨ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଅଭିଷେକ ନିଜର ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ। ତେବେ ୧୧୨ ରନ ସ୍କୋରରେ ଭାରତକୁ ବହୁତ ବଡ଼ ଝଟକା ଲାଗିଥିଲା। ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ଅଭିଷେକ ଶର୍ମା। ସେ ୩୭ ବଲରୁ ୬ ଚୌକା ଓ ୭ ଛକା ସହ ୭୫ ରନର ଇନିଂସ ଖେଳିଥିଲେ। ହେଲେ ସେ ଦେଇଥିବା ଦମଦାର ଆରମ୍ଭର ଫାଇଦା ଉଠାଇ ପାରି ନ ଥିଲା ଭାରତ।

ମଧ୍ୟ କ୍ରମରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବାଦ୍ ଦେଲେ ବାକି ବ୍ୟାଟର ନିରାଶ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୫ ରନ) ସବୁଠୁ ଅଧିକ ନିରାଶ କରିଥିଲେ। ତିଳକ ବର୍ମା (୫ ରନ) ବଡ ସ୍କୋର ଖେଳିବାକୁ ଯାଇ ଆଉଟ୍ ହୋଇଥିଲେ। ତେବେ  ହାର୍ଦ୍ଦିକ ପାଣ୍ଡ୍ୟା ୨୯ ବଲରୁ  ୩୮ ରନ କରିବାରୁ ଭାରତ ୬ ଓ୍ଵିକେଟ୍ ହରାଇ ୧୬୮ ରନ କରି  ପାରିଛି। ଅକ୍ଷର ପଟେଲ୍ ୧୫ ବଲରୁ ମାତ୍ର ୧୦ ରନ କରି ଅପରାଜିତ ଥିଲେ। ଏକଦା ୧୧ ଓଭରରେ ୧୧୨ ରନ କରିଥିବା ଭାରତ ଶେଷ ୯ ଓଭରରେ ମାତ୍ର ୫୬ ରନ କରି ପାରିଥିଲା। ବୋଲିଂରେ ରିଶଦ ହୁସେନ ୨ଟି ଓ୍ଵିକେଟ୍ ନେଇଥିଲେ। ତଞ୍ଜିଦ ହୁସେନ, ମୁସ୍ତାଫିଜୁର ଓ ସୈଫୁଦିନ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି। ​​​​​​​