LIVE TV

ଲାଲକିଲ୍ଲା ବିସ୍ଫୋରଣ ପାଇଁ ସ୍ଥଗିତ ରହିଲା କି ନେତାନ୍ୟାହୁଙ୍କ ଭାରତ ଗସ୍ତ? ଗଣମାଧ୍ୟମ ରିପୋର୍ଟରେ ଖୁଲାସା

NEWS7
abhijit-iyer-mitra-submit-affidavit-in-front-of-house-committee

ନୂଆଦିଲ୍ଲୀ ୨୫/୧୧: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ତୃତୀୟ ଥର ଲାଗି ଟାଳିଛନ୍ତି ଭାରତ ଗସ୍ତ । ଚଳିତ ବର୍ଷ ଶେଷରେ ଆସିବାର ଥିଲା । ହେଲେ ଏବେ ସେ ନିଜେ ତାଙ୍କର ଭାରତ ଯାତ୍ରା ସ୍ଥଗିତ ରଖିଛନ୍ତି । ଇସ୍ରାଏଲୀ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଦିଲ୍ଲୀରେ ବୋମା ବିସ୍ଫୋରଣ ପରେ ନେତାନ୍ୟାହୁଙ୍କ ଭାରତ ଗସ୍ତକୁ ଆପାତତଃ ସ୍ଥଗିତ ରଖାଯାଇଛି । ଏବେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଆସନ୍ତା ବର୍ଷ ଏକ ନୂତନ ତାରିଖରେ ସମ୍ଭବ ହେବ । ଯାହା ସମ୍ପର୍କରେ ନିଷ୍ପତ୍ତି ପରେ ନିଆଯିବ ।

ଇସ୍ରାଏଲୀ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଦିଲ୍ଲୀରେ ବୋମା ବିସ୍ଫୋରଣ ପରେ, ଯାହା ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ବିସ୍ଫୋରଣ ଥିଲା । ଇସ୍ରାଏଲୀ ସୁରକ୍ଷା ଏଜେନ୍ସିଗୁଡ଼ିକ ନେତାନ୍ୟାହୁଙ୍କ ଦିଲ୍ଲୀ ଗସ୍ତକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ୧୦ ତାରିଖରେ, ପ୍ରତୀକାତ୍ମକ ଲାଲକିଲ୍ଲା ନିକଟବର୍ତ୍ତୀ ଏକ ବ୍ୟସ୍ତବହୁଳ ରାସ୍ତାରେ ଏକ କାର ବୋମା ବିସ୍ଫୋରଣ ହେବା ଫଳରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଡଜନ ଡଜନ ଆହତ ହୋଇଥିଲେ।

ନେତାନ୍ୟାହୁ ଚଳିତ ବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ବୋଲି ଆଶା କରାଯାଇଥିଲା। ସେ ଶେଷ ଥର ପାଇଁ ୧୦୧୮ରେ ଭାରତ ଗସ୍ତ କରିଥିଲେ । ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ଫେରିବାକୁ ସ୍ଥିର ହୋଇଥିଲେ।"ନେତନ୍ୟାହୁ, ଯିଏ ଶେଷ ଥର ପାଇଁ ୨୦୧୮ରେ ଭାରତ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ପାଇଁ ଫେରିବାକୁ ସ୍ଥିର ହୋଇଥିଲେ । ସେ ଏବେ ସୁରକ୍ଷା ମୂଲ୍ୟାଙ୍କନ ପାଇଁ ପରବର୍ତ୍ତୀ ବର୍ଷ ଏକ ନୂତନ ତାରିଖ ଖୋଜିବେ ବୋଲି ଆଶା କରାଯାଉଛି ।